ଗିରଫ ହେବେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ! ସମନ ପରେ ବି ହାଜର ହେଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ଗିରଫ ହେବେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ! ସମନ ପରେ ବି ହାଜର ହେଲେନି

ଲକ୍ଷ୍ନୌ: ଲଖିମପୁର ଖେରୀ ମାମଲାରେ ଗିରଫ ହୋଇପାରନ୍ତି କେନ୍ଦ୍ର ମନ୍ତ୍ରୀଙ୍କ ପୁଅ। ସମନ ପରେ ମଧ୍ୟ କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇନାହାନ୍ତି ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରା। ଆଜି କ୍ରାଇମବ୍ରାଞ୍ଚ ନିକଟରେ ହାଜର ପାଇଁ ତାଙ୍କୁ ସମନ ହୋଇଥିଲା। ସକାଳ ୧୦ ସୁଦ୍ଧା ତାଙ୍କୁ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ରମନ୍ତ୍ରୀଙ୍କ ଘର ବାହାରେ ଗତକାଲି ନୋଟିସ ମଧ୍ୟ ଲଗାଯାଇଥିଲା। କିନ୍ତୁ ଏସବୁ ସତ୍ତ୍ୱେ ସେ ଆଜି ହାଜର ହୋଇନାହାନ୍ତି।

କୁହାଯାଉଛି ଯେ, ଏଫ୍‌ଆଇଆର୍‌ରେ ଆଶିଷ ମିଶ୍ରଙ୍କ ନାଁ ମଧ୍ୟ ରହିଛି। ଲଖିମପୁର ଟିକୁନିଆ ଯେଉଁଠି ଗାଡି ମାଡିଯିବାରୁ ୪ କୃଷକଙ୍କ ମୃତ୍ୟୁ ହୋଇଥିଲା ସେହି ଘଟଣାରେ ଆଶିଷ ମୁଖ୍ୟ ଅଭିଯୁକ୍ତ ଅଛନ୍ତି। ଏ ନେଇ ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲାରେ ରୁଜୁ ହୋଇଛି ।  ଆଶିଷ ମିଶ୍ରା ହେଉଛନ୍ତି କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରା ଟେନିଙ୍କ ପୁଅ। ତେବେ ତାଙ୍କର କୌଣସି ଏଯାଏଁ ପତ୍ତା ମିଳୁନି।

ଉତ୍ତରପ୍ରଦେଶ ପୁଲିସ ଆଇଜି କହିଛନ୍ତି ଯେ, କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କୁ ଖୋଜା ଚାଲିଛି। ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯିବ। ଏଥି ସହିତ ଖେରୀ ହିଂସା ଘଟଣାରେ ଆଶିଷ ମିଶ୍ରାଙ୍କ ୨ ସହଯୋଗୀଙ୍କୁ ମଧ୍ୟ ଗିରଫ କରାଯାଇଛି। ତାଙ୍କ ନାଁ ଆଶିଷ ପାଣ୍ଡେ ଏବଂ ଲବକୁଶ।

ଉଲ୍ଲେଖଯୋଗ୍ୟ ଯେ, ଲଖିମପୁରରେ ବିରୋଧ ପ୍ରଦର୍ଶନ ବେଳେ କୃଷକଙ୍କ ଉପରେ ଗାଡି ଚଢ଼ାଇ ଦିଆଯାଇଥିବା ମାମଲା ସାମ୍ନାକୁ ଆସିଥିଳା। ଏହି ଘଟଣାରେ ୪ ଜଣ ଚାଷୀଙ୍କ ସମେତ ମୋଟ୍ ୮ ଜଣଙ୍କର ମୃତ୍ୟୁ ଘଟିଛି। ଏହି ମାମଲାରେ ଦୁଇଣ ବିଜେପି କର୍ମୀ, ଜଣେ ଡ୍ରାଇଭର ଏବଂ ଜଣେ ସାମ୍ବାଦିକ ସାମିଲ ଥିବା କୁହାଯାଉଛି।

The post ଗିରଫ ହେବେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ! ସମନ ପରେ ବି ହାଜର ହେଲେନି appeared first on Odisha Reporter.



from Odisha Reporter https://ift.tt/3DlZ0NF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages