ଠାକୁର ଘରେ କରନ୍ତୁନି ଏପରି ଭୁଲ୍, ଆସିବ ଅନେକ ସମସ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 30, 2021

ଠାକୁର ଘରେ କରନ୍ତୁନି ଏପରି ଭୁଲ୍, ଆସିବ ଅନେକ ସମସ୍ୟା

ପ୍ରାୟ ସମସ୍ତଙ୍କ ଘରେ ଠାକୁର ଘର ଥାଏ। ତେବେ କେବଳ ଠାକୁର ଘର କରି ଠାକୁର ପୂଜା କଲେ ଚଳିବ ନାହିଁ। ବାସ୍ତୁ ଅନୁଯାୟୀ, ଏହାର କିଛି ଅନ୍ୟାନ୍ୟ ଦିଗ ରହିଛି, ଯେଉଁଗୁଡ଼ିକ ପ୍ରତି ସଚେତନ ରହିବାକୁ ପଡ଼େ। କାରଣ ସେଥିରେ ତ୍ରୁଟି ରହିଲେ ବିଶେଷ ଶୁଭଫଳ ପ୍ରାପ୍ତ ନହୋଇପାରେ କିମ୍ବା ଅନ୍ୟାନ୍ୟ ସମସ୍ୟା ଦେଖାଯାଇଥାଏ। ତା’ହେଲେ ଆସନ୍ତୁ ଜାଣିବା, ଠାକୁର ଘରେ ରହିଯାଉଥିବା କିଛି ତ୍ରୁଟିବିଚ୍ୟୁତି ସଂପର୍କରେ, ଯାହା ସର୍ବଦା ଅଶୁଭ ଫଳ ଦେଇଥାଏ।

  • ଠାକୁର ଘରେ ପିଣ୍ଡି କରିଥିଲେ ଉଚ୍ଚ ରକ୍ତ ଚାପ ଆସିବ। ତା’ସହିତ ପିଲାମାନେ ଅବାଧ୍ୟ ହୋଇଥା’ନ୍ତି।
  • ଭଙ୍ଗା ମୂର୍ତ୍ତୀ ରଖି ପୂଜା କଲେ ଗୃହକୁ ଅଶୁଭ ଶକ୍ତି ପ୍ରବେଶ କରେ।
  • ଠାକୁର ଘରେ ଅଳିଆ ଆବର୍ଜନା ରଖିଲେ ମାନସିକ ଅଶାନ୍ତି ଓ ମନୋମାଳିନ୍ୟ ଦେଖାଯାଏ।
  • ଠାକୁରଙ୍କ ଖଟୁଲି ଖରାପ ହୋଇଯାଇଥିଲେ ପୂଜାରୁ ଶୁଭ ଫଳ ମିଳି ନଥାଏ।
  • ଠାକୁର ଘର ଦୀପ ଦକ୍ଷିଣ ଓ ପଶ୍ଚିମକୁ ହୋଇଥିଲେ ଗୃହକୁ ଶୁଭ ଶକ୍ତି ବଦଳରେ ଅଶୁଭ ଶକ୍ତି ଆସିଥାଏ।

କ’ଣ କରିବେ 

  • ଠାକୁରଙ୍କୁ ପୂଜା କଲାବେଳେ କାଠର ବିମାନରେ ରଖି ପୂଜା କରିବେ।
  • ଠାକୁରଙ୍କ ମୁହଁ ପଶ୍ଚିମ କିମ୍ବା ଦକ୍ଷିଣକୁ କରି ରଖିବେ।
  • ଠାକୁରଙ୍କ ଫଟୋ ସଦାସର୍ବଦା ସଫା ରଖିବେ।
  • ଠାକୁର ଘରକୁ ସୁଗନ୍ଧମୟ ରଖନ୍ତୁ।
  • ଠାକୁରଙ୍କ ଗୃହର ଦୀପକୁ ପୂର୍ବ କିମ୍ବା ଉତ୍ତର ମୁଖ କରି ରଖନ୍ତୁ।

The post ଠାକୁର ଘରେ କରନ୍ତୁନି ଏପରି ଭୁଲ୍, ଆସିବ ଅନେକ ସମସ୍ୟା appeared first on Odisha Reporter.



from Odisha Reporter https://ift.tt/3bnIEbA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages