ବିବାହରେ ଗୀତ ବାଜିବାରୁ ୧୩ଜଣଙ୍କୁ ଗୁଳି କରି ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 30, 2021

ବିବାହରେ ଗୀତ ବାଜିବାରୁ ୧୩ଜଣଙ୍କୁ ଗୁଳି କରି ହତ୍ୟା

କାବୁଲ: ବିବାହରେ ଗୀତ ବାଜିବାରୁ ଆଖିବୁଜା ଗୁଳିମାଡ ହୋଇଛି। ୧୩ ଜଣଙ୍କୁ ନୃଶଂସ ଭାବେ ଗୁଳି କରି ହତ୍ୟା କରିଛନ୍ତି ତାଲିବାନୀ। ଶନିବାର ପୂର୍ବ ଆଫଗାନିସ୍ତନାରେ ଘଟିଛି ଏଭଳି ନରସଂହାର।

ଆଫଗାନିସ୍ତାନରେ ଲାଗୁ ହୋଇସାରିଛି ତାଲିବାନର କଟରପନ୍ଥୀ ନିୟମ। ଯିଏ ଏହି ନିୟମ ଭାଙ୍ଗିବ ସିଏ ଭୋଗିବ ମୃତ୍ୟୁ ଦଣ୍ଡ। ନିୟଭ ଭଙ୍ଗ ଅଭିଯୋଗରେ ତାଲିବାନ ଖେଳିଛି ଏଭଳି ରକ୍ତର ହୋଲି। ଏକ ବିବାହ ଭୋଜିରେ ଗୀତ ବାଜିବାକୁ ନେଇ ରାଗିଯାଇଛି ତାଲିବାନ। ଗୀତ ବନ୍ଦ କରିବାକୁ ଯାଇ ତିନି ଜଣ ବନ୍ଧୁକଧାରୀ ବିବାହ ଭୋଜିରେ ଜୋରଜବରଦସ୍ତ ପଶି ଆଖିବୁଜା ଗୁଳିମାଡ କରିଛନ୍ତି। ଏଥିରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଏଥିସହ ଅନେକ ଆହତ ହୋଇଛନ୍ତି। ଜଣ ଅବସ୍ଥା ଗୁରତର ରହିଛି।

ସେପଟେ ଏହି ଘଟଣାକୁ ନେଇ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଏହି ତିନି ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଜଣେ ଫେରାର ଅଛି। ଏଥି ସହିତ ଆକ୍ରମଣକାରୀମାନେ ଇସଲାମ ଆନ୍ଦୋଳନ ପାଇଁ କାର୍ଯ୍ୟ କରୁଥିବା ନେଇ ସେ ଅସ୍ୱୀକାର କରିଛନ୍ତି।

ସେ କହିଛନ୍ତି ଯେ, ‘ଶନିବାର ରାତିରେ ନାଙ୍ଗରହାରର ଶ୍ୟାମସପୁର ମାର ଘୁଣ୍ଡି ଗାଁରେ ହାଜି ମଲଙ୍ଗ ଜାନଙ୍କ ବିବାହରେ ତିନିଜଣ ବ୍ୟକ୍ତି ନିଜକୁ ତାଲିବାନ ବୋଲି କହିଥିଲେ ଏବଂ ଏହା ପରେ ଗୀତ ବାଜିବା ବନ୍ଦ ହୋଇଯାଇଥିଲା। ସେ କହିଛନ୍ତି ଯେ ଏହି ଗୁଳି ବିନିମୟରେ ଅତି କମରେ ତିନି ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି। ବ୍ୟକ୍ତିଗତ ଝଗଡାକୁ ନେଇ ଯେଉଁ ଅପରାଧୀମାନେ ଇସଲାମର ନାଁ ବ୍ୟବହାର କରିଛନ୍ତି, ସେମାନଙ୍କୁ ଗିରଫ କରାଯାଇଛି। ଶରିୟା ଆଇନର ସମ୍ମୁଖୀନ ହେବାକୁ ସେମାନଙ୍କୁ ହସ୍ତାନ୍ତର କରାଯାଇଛି।’

ସେପଟେ ଆଫଗାନିସ୍ତାନର ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଟ୍ୱିଟରରେ ଏହି ଗୁଳିକାଣ୍ଡ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ‘ତାଲିବାନ ବନ୍ଧୁକଧାରୀମାନେ ବିବାହ ଉତ୍ସବରେ ପଶି ୧୩ଜଣଙ୍କ ଗୁଳିକରି ହତ୍ୟା କରିଛନ୍ତି। ଆମେ କେବଳ ଏହାକୁ ନିନ୍ଦା କରି ନିଜ କ୍ରୋଧ ବ୍ୟକ୍ତ କରିପାବା ନାହିଁ। ୨୫ ବର୍ଷ ଧରି ପାକିସ୍ତାନ ଏମାନଙ୍କୁ ଆଫଗାନ ସଂସ୍କୃତିକୁ ହତ୍ୟା କରିବା ଏବଂ ଆମ ଦେଶକୁ କବ୍‌ କରି ଆଇଏସ୍‌ଆଇ କଟ୍ଟର ଶାସନ ସ୍ଥାପନ କରିବା ପାଇଁ ଟ୍ରେନିଂ ଦେଇଛି ବୋଲି ସେ କହିଛନ୍ତି।’

ସୂଚନା ମୁତାବକ ଆଫଗାନିସ୍ତାନରେ ତାଲିବାନ ଶାସନ ବେଳେ ଗୀତ ଶୁଣିବା ଏବଂ ମନପସନ୍ଦର ପୋଷାକ ପିନ୍ଧିବା ନିଷେଧ। ଆଫଗାନିସ୍ତାନ ଦଖଲ ପରେ ତାଲିବାନ ଅନେକ ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଆଫଗାନିସ୍ତାନରେ ପୁଣିଥରେ ସାଧାରଣ ନାଗରିକଙ୍କୁ ହତ୍ୟା କରିବାର ଯୁଗ ଆରମ୍ଭ ହୋଇଛି। ଆଫଗାନିସ୍ତାନର ଲୋକମାନେ ତାଲିବାନର ନିୟମକୁ ଭୟ କରୁଛନ୍ତି। ତାଲିବାନ ଲୋକଙ୍କୁ ଟିଭିରେ ଗୀତ ଶୁଣିବା ଉପରେ ମଧ୍ୟ ବ୍ୟାନ୍‌ ଲଗାଇଛି। ଯଦିଓ ନୂତନ ସରକାର ଏପର୍ଯ୍ୟନ୍ତ ଏଭଳି କୌଣସି ଆଦେଶ ଜାରି କରିନାହାଁନ୍ତି, ତଥାପି ଏହାକୁ ଇସଲାମ ନିୟମର ଉଲ୍ଲଂଘନ ବୋଲି ବିଶ୍ୱାସ କରୁଛନ୍ତି ତାଲିବାନୀ।

The post ବିବାହରେ ଗୀତ ବାଜିବାରୁ ୧୩ଜଣଙ୍କୁ ଗୁଳି କରି ହତ୍ୟା appeared first on Odisha Reporter.



from Odisha Reporter https://ift.tt/3ExJjUc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages