ମୁମ୍ବାଇ: ଗିରଫ ହେଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍। ତାଙ୍କୁ ଏନ୍ସିବି ଆଜି ଗିରଫ କିରଛି। ପୂର୍ବରୁ ରେଭ୍ ପାର୍ଟିରେ ସାମିଲ ହେବା ଅଭିଯୋଗରେ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଅଟକ ରଖି ପଚରାଉଚରା କରୁଥିଲା। ଆର୍ଯ୍ୟନଙ୍କ ସମେତ ୮ ଜଣଙ୍କୁ ଏନ୍ସିବି ଗିରଫ କରିଛି।
ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ମୁନ୍ମୁନ୍ ଧମେଚା, ନୁପୂର ଶାରିକା, ଇସ୍ମିତ ସିଂହ, ମୋହକ ଜସୱାଲ, ବିକ୍ରାନ୍ତ ଛୋକର, ଗୋମିତ ଚୋପ୍ରା, ଅରବାଜ ମର୍ଚାଣ୍ଟ। ଏସମସ୍ତଙ୍କ ନିକଟରୁ ଏନ୍ସିବି ଏମ୍ଡିଏମ୍ଏ ଓ ଏମ୍ଡି ଡ୍ରଗ୍ସ ଜବତ କରିଥିଲା। ଗିରଫ ପରେ ଏନ୍ସିବି ଏବେ ଆର୍ଯ୍ୟନ୍ଙ୍କ ସମେତ ୮ ଜଣଙ୍କ ଡାକ୍ତରୀ ପରୀକ୍ଷା କରିବା ପାଇଁ ହସ୍ପିଟାଲ ନେଇଛି।
ଡାକ୍ତରୀ ଯାଞ୍ଚ ପରେ ଏ ସମସ୍ତଙ୍କୁ କୋର୍ଟରେ ହାଜର କରାଯିବ। ସେଠାରେ ହିଁ ଏନ୍ସିବି ରିମାଣ୍ଡ ପାଇଁ ଆବେଦନ କରିପାରେ। ତେବେ ଏନ୍ସିବି କେତେଦିନର ରିମାଣ୍ଡ ମାଗିବ ତାହା କୋର୍ଟରେ ହାଜର ହେବା ପରେ ହିଁ ସ୍ପଷ୍ଟ ହେବ।
ସୂଚନା ମୁତାବକ, ଶନିବାର ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଧରିଥିଲେ ଏନ୍ସିବି ଅଧିକାରୀ। ଏହି ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଛି।
ଏନ୍ସିବିର ପଚରାଉଚରା ବେଳେ ଆର୍ଯ୍ୟନ୍ ଏହି ରେଭ୍ ପାର୍ଟିର ଅଂଶ ଥିଲେ। ତାଙ୍କୁ ଭିଭିଆଇପି ଅତିଥି ରୂପେ ଏହି ପାର୍ଟିକୁ ଡକାଯାଇଥିଲା ବୋଲି କହିଛନ୍ତି।
#WATCH | Mumbai: Three of the eight detained persons, in connection with the raid at a party at a cruise off the Mumbai coast, were being taken for the medical test by NCB pic.twitter.com/JVAYF6fMb5
— ANI (@ANI) October 3, 2021
The post ଗିରଫ ହେଲେ ଶାହାରୁଖଙ୍କ ପୁଅ ଆର୍ଯ୍ୟନ appeared first on Odisha Reporter.
from Odisha Reporter https://ift.tt/3A8mwfb
No comments:
Post a Comment