ଜିତିଲେ ଦିଦି, ନିଜକୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଘୋଷଣା କଲେ ବିଜେପି ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 3, 2021

ଜିତିଲେ ଦିଦି, ନିଜକୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଘୋଷଣା କଲେ ବିଜେପି ପ୍ରାର୍ଥୀ

କୋଲକାତା: ଦିଦି ଜିତିଲେ। ହେଲେ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ କହିଲେ ‘ମୁଁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌’। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୮,୦୦୦ରୁ ଅଧିକ ଭୋଟ ବ୍ୟବଧାନରେ ଭବାନୀପୁର ଉପନିର୍ବାଚନ ବାଜି ମାରିନେଇଛନ୍ତି। ମମତା କହିଛନ୍ତି ଯେ, ନନ୍ଦିଗ୍ରାମର ଷଡ଼ଯନ୍ତ୍ରକାରୀଙ୍କୁ ଭବାନୀପୁର ଉଚିତ ଜବାବ ଦେଇଛି । ତେବେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ତିବ୍ରେୱାଲ ପରାଜୟ ସ୍ୱୀକାର କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ, ମମତା ୧ ଲକ୍ଷ ଭୋଟ୍ ମାର୍ଜିନରେ ଜିତିବେ ବୋଲି ଚ୍ୟାଲେଞ୍ଜ କରିଥିଲେ। ଯେଉଁଥିରେ ସେ ସଫଳ ହୋଇନାହାନ୍ତି ବୋଲି କହିଛନ୍ତି।

ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ଦିଦିଙ୍କୁ ଚ୍ୟାଲେଞ୍ଜ ଦେଇଥିଲେ  ବିଜେପି ନେତା ଶୁଭେନ୍ଦୁ ଅଧିକାରୀ।  ସେଠାରେ ମମତା ହାରିଥିଲେ।  ପରେ ମମତା ବାନାର୍ଜୀ ବଙ୍ଗଳାରେ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବା ପାଇଁ ଭବାନୀପୁର ଉପନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଗୁରୁବାର ଦିନ ଭବାନୀପୁର ଭୋଟ୍ ଗ୍ରହଣ ହୋଇଥିଲା।

ଆଉ ଏହି ଉପ-ନିର୍ବାଚନରେ ମମତା ନିଜର ରାଜନୈତିକ ଭାଗ୍ୟ ପରୀକ୍ଷା କରିଥିଲେ । ମମତାଙ୍କ ପାଇଁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । କାରଣ ନିର୍ବାଚନର ଫଳାଫଳ ମମତାଙ୍କ ସପକ୍ଷରେ ନ ଯାଇଥିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାନ୍ତା । କାରଣ ନିୟମ ଅନୁଯାୟୀ, କୌଣସି ବ୍ୟକ୍ତି ବିଧାନସଭାର ସଦସ୍ୟ ନଥାଇ ଯଦି ମୁଖ୍ୟମନ୍ତ୍ରୀ ହୋଇଥାନ୍ତି ତେବେ ତାଙ୍କୁ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡିଥାଏ । ନଚେତ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିଥାଏ । ଯେହେତୁ ମମତା ନନ୍ଦୀଗ୍ରାମ ଆସନରୁ ପରାଜିତ ହେବା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ରହିଛନ୍ତି ତେଣୁ ଭବାନୀପୁର ଆସନରେ ବିଜୟୀ ହେବା ତାଙ୍କ ପାଇଁ ଜରୁରୀ ହୋଇ ପଡିଥିଲା । ତେବେ ଟିଏମସି ଏବଂ ବିଜେପି ମଧ୍ୟରେ ତିକ୍ତତା ଭିତରେ ୫୭  ପ୍ରତିଶତ ଭୋଟ୍‌ ହୋଇଥିଲା।

The post ଜିତିଲେ ଦିଦି, ନିଜକୁ ମ୍ୟାନ୍‌ ଅଫ ଦି ମ୍ୟାଚ୍‌ ଘୋଷଣା କଲେ ବିଜେପି ପ୍ରାର୍ଥୀ appeared first on Odisha Reporter.



from Odisha Reporter https://ift.tt/3iukCPV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages