ମହୁମାଛି ଆକ୍ରମଣରେ ଚାଲିଗଲା ବାପା ଝିଅର ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ମହୁମାଛି ଆକ୍ରମଣରେ ଚାଲିଗଲା ବାପା ଝିଅର ଜୀବନ

ରାଉରକେଲା(ପବନ ତିୱାରି): ମହୁମାଛି ଆକ୍ରମଣରେ ବାପା ଝିଅଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ହେଲେ କାଂଶବାହାଲ ନିକଟ ପାନପୋଷ ଗଉତିଆପଡ଼ା ଗାଁର।

ମିଳିଥିବା ସୂଚନା ଅନୁସାରେ, ଗତକାଲି ବାପ ଝିଅ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ମହୁମାଝି ସେମାନଙ୍କୁ ଆକ୍ରମଣ କରିଥିଲା। ସେମାନଙ୍କୁ ଗୁରୁତର ଅବସ୍ଥାରରେ ଉଦ୍ଧାର କରାଯାଇ କାଂଶବାହାଲର ଲାଇଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ଗତକାଲି ରାତିରେ ଆରଜିଏଚ୍‌ରେ ଉଭୟଙ୍କୁ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିସାଧୀନ ଅବସ୍ଥାରେ ସେମାନଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ଗତକାଲି ମହୁମାଝି ଆକ୍ରମଣରେ କରଞ୍ଜିଆର ରରୁଆଁ ଥାନା ଅନ୍ତର୍ଗତ ବଡ଼ପାଣିରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଥିଲା ବେଳେ କେନ୍ଦୁଝର ଜିଲ୍ଲା ନଇଗୋଡ଼ା ଗାଁର ଜଣେ ଯୁବକ ମହୁମାଛି ଆକ୍ରମଣରେ ପ୍ରାଣ ହରାଇଥିଲେ।

ବଡ଼ପାଣି ଗାଁର ପରେଶ ଚନ୍ଦ୍ର ନାଏକ ଘର ନିକଟରେ ହଳ କରୁଥିବା ସମୟରେ ତାଙ୍କୁ ମହୁମାଛି ଆକ୍ରମଣ କରିଥିଲା । ସେହିପରି ନଇଗୋଡା ଗାଁର ଚେମୁଟୁ ମହାରଣା ଛେଳି ରାରଇବାକୁ ନିକଟସ୍ଥ ସନ୍ତିଆରସ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଗଛରେ ଥିବା ମହୁମାଛି ଆକ୍ରମଣ କରିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

 

The post ମହୁମାଛି ଆକ୍ରମଣରେ ଚାଲିଗଲା ବାପା ଝିଅର ଜୀବନ appeared first on Odisha Reporter.



from Odisha Reporter https://ift.tt/3FKserR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages