ଜଙ୍ଗଲକୁ ଟେକି ନେଇ ୫୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

ଜଙ୍ଗଲକୁ ଟେକି ନେଇ ୫୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ

ଗ୍ରେଟର ନୋଏଡା: ପୁଣିଥରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ୪ ଜଣ ବ୍ୟକ୍ତି ଜଣେ ୫୫ ବର୍ଷୀୟ ମହିଳାଙ୍କୁ ଅପହରଣ କରିବା ପରେ ତାଙ୍କୁ ଜଙ୍ଗଲ ମଧ୍ୟରେ ଗଣଦୁଷ୍କର୍ମ କରିଛନ୍ତି। ଗ୍ରେଟର ନୋଏଡାର ଜେୱର ପୁଲିସ୍‌ ଷ୍ଟେସନ ଅଧୀନରେ ଏପରି ଘଟଣା ଘଟିଛି।

ଘଟଣା ସମ୍ପର୍କରେ ସୂଚନା ଦେଇ ଡିସିପି ବ୍ରିନ୍ଦା ଶୁକ୍ଳା କହିଛନ୍ତି, ମହିଳା ଜଣଙ୍କ ରବିବାର ଦିନ ପ୍ରାୟ ୧୦ଟା ବେଳେ ନିକଟସ୍ଥ ପଡ଼ିଆକୁ ଘାସ କାଟିବାକୁ ଯାଇଥିଲେ। ଘଟଣାର ମୁଖ୍ୟ ଅଭିଯୁକ୍ତ ମଧ୍ୟ ସେହିଠାରେ ଘାସ କାଟୁଥିଲା। ପୂର୍ବରୁ ମହିଳାଙ୍କ ସହ ତା’ର ଚିହ୍ନା ପରିଚୟ ଥିଲା। କାରଣ ଉଭୟ ଗୋଟିଏ ପଡ଼ିଆରେ ଘାସ କାଟିବା ସହ ସମାନ ଗାଁରେ ରୁହନ୍ତି।

ଘଟଣା ଦିନ ମଧ୍ୟ ସେ ମହିଳାଙ୍କ ସହ କଥା ହୋଇଥିଲା। ଏହାର କିଛି ସମୟ ପରେ ସେ ଓ ତା’ର ୩ ସହଯୋଗୀ ମହିଳାଙ୍କୁ ନିକଟସ୍ଥ ଜଙ୍ଗଲିଆ ଅଞ୍ଚଳକୁ ଟେକି ନେଇଥିଲେ। ଏହାପରେ ତାଙ୍କୁ ଜଣଙ୍କ ପରେ ଜଣେ ଦୁଷ୍କର୍ମ କରିଥିଲେ। ମହିଳା ଜଣଙ୍କ ସେମାନଙ୍କ କବଳରୁ ମୁକ୍ତି ପାଇବା ପରେ ତୁରନ୍ତ ପରିବାର ଲୋକଙ୍କ ପାଖରେ ପହଞ୍ଚି ସବୁ କଥା କହିଥିଲେ। ପରିବାର ଲୋକ ପୁଲିସ୍‌ ପାଖରେ ପହଞ୍ଚିବା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା।

ମହିଳାଙ୍କର ଡାକ୍ତରୀ ମାଇନା କରାଯିବା ସହ ତାଙ୍କୁ ସବୁ ପ୍ରକାରର ଚିକିତ୍ସା ସୁବିଧା ପ୍ରଦାନ କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ରହିଛି। ପୁଲିସ୍‌ ଘଟଣାର ତଦନ୍ତ ପାଇଁ ଗୋଟିଏ ସ୍ୱତନ୍ତ୍ର ଟିମ ଗଠନ କରିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଉଥିବା ଡିସିପି କହିଛନ୍ତି।

The post ଜଙ୍ଗଲକୁ ଟେକି ନେଇ ୫୫ ବର୍ଷୀୟ ମହିଳାଙ୍କୁ ଗଣଦୁଷ୍କର୍ମ appeared first on Odisha Reporter.



from Odisha Reporter https://ift.tt/2YCcZAu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages