ଲେହେଙ୍ଗାର ଡିଜାଇନ୍‌ରେ ବିଦେଶକୁ ଯାଉଥିଲା କୋଟିକୋଟି ଟଙ୍କାର ଡ୍ରଗ୍ସ, କିନ୍ତୁ.. - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 22, 2021

ଲେହେଙ୍ଗାର ଡିଜାଇନ୍‌ରେ ବିଦେଶକୁ ଯାଉଥିଲା କୋଟିକୋଟି ଟଙ୍କାର ଡ୍ରଗ୍ସ, କିନ୍ତୁ..

ନୂଆଦିଲ୍ଲୀ: ନିଶାଦ୍ରବ୍ୟକୁ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ନେବା ପାଇଁ ଡ୍ରଗ ପେଡେଲରମାନେ ଅନେକ ଅଭିନବ ଉପାୟ ଅବଲମ୍ବନ କରିବାରେ ଲାଗିଛନ୍ତି। ହେଲେ ଏବେ ଯେଉଁଭଳି ଭାବେ ଡ୍ରଗ୍ସ ଅଷ୍ଟ୍ରେଲିଆକୁ ରପ୍ତାନୀ ହେଉଥିଲା, ସେକଥା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ମହିଳାମାନେ ପିନ୍ଧୁଥିବା ଲେହେଙ୍ଗାରେ ହୋଇଥିବା ଡିଜାଇନ ମଧ୍ୟରେ କୋଟି କୋଟି ଟଙ୍କାର ଡ୍ରଗ୍ସ କର୍ଣ୍ଣାଟକାରୁ ଅଷ୍ଟ୍ରେଲିଆକୁ ରାପ୍ତାନୀ ହେଉଥିବା ବେଳେ ଧରା ପଡ଼ିଛି। ଡ୍ରଗ ଡିଲରମାନେ ଲେହେଙ୍ଗା ଡିଜାଇନ ସହ ନିଶା ଦ୍ରବ୍ୟ ପ୍ୟାକେଟକୁ ଏଭଳି ଖଞ୍ଜି ଥିଲେ ଯେ ଯାହାକୁ ଜଣେ ଦେଖିଲେ ମଧ୍ୟ ଜାଣିପାରିବ ନାହିଁ। କିନ୍ତୁ ଏନସିବିର ଅଧିକାରୀମାନେ ବିଶେଷସୂତ୍ରରୁ ଖବର ପାଇ ଲେହେଙ୍ଗାରେ ଚାଲାଣ ହେଉଥିବା ଡ୍ରଗ୍ସ କାରବାରର ପର୍ଦ୍ଦାଫାସ କରିଛନ୍ତି।

ଏନସିବି ବେଙ୍ଗାଲୁରୁ ୟୁନିଟ୍ ୩ଟି ଲେହେଙ୍ଗାରେ ଲୁଚାଇ ଅଷ୍ଟ୍ରେଲିଆକୁ ପଠାଯାଉଥିବା ପ୍ରାୟ ୩ କେଜିର ଡ୍ରଗ୍ସ ଜବତ କରିଛି। ଏହି ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି। ଏହି ଜବତ ଡ୍ରଗ୍ସର ମୂଲ୍ୟ କୋଟିକୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଏନସିବିର ବେଙ୍ଗାଲୁରୁ ଜୋନାଲ ନିର୍ଦ୍ଦେଶକ ଅମିତ କହିଛନ୍ତି, ଅକ୍ଟୋବର ୨୧ରେ କର୍ଣ୍ଣାଟକାରୁ ଅଷ୍ଟ୍ରେଲିଆ ଯାଉଥିବା ଲେହେଙ୍ଗା ପାର୍ସଲରେ ଡ୍ରଗ୍ସ ଚାଲାଣ ହେଉଥିବା ଖବର ମିଳିଥିଲା। ଏହାପରେ ଏନସିବିର ଗୋଟିଏ ଟିମ୍‌ ଅଷ୍ଟ୍ରେଲିଆ ଯାଉଥିବା ପାର୍ସଲଗୁଡ଼ିକୁ ଯାଞ୍ଚ କରିଥିଲା। ଏହି ସମୟରେ ଲେହେଙ୍ଗାର ଡିଜାଇନ ମଧ୍ୟରେ ଖଞ୍ଜା ଯାଇଥିବା ୩ କେଜି ଧଳା ଜହର ଜବତ କରାଯାଇଛି। ଏହି ଡ୍ରଗ୍ସଗୁଡ଼ିକୁ ଲେହେଙ୍ଗାର ସାଇଡ୍‌ରେ ଥିବା ଡିଜାଇନରେ ରଖାଯାଇଥିଲା ବୋଲି ସେ କହିଛନ୍ତି।

ନିଷିଦ୍ଧ ନିଶାଦ୍ରବ୍ୟକୁ ବେଶ ଭଲ ଭାବେ ଲେହେଙ୍ଗା ମଧ୍ୟରେ ଲୁଚାଇ ରଖାଯାଇଥିଲା। ଏଗୁଡ଼ିକ ଖାଲି ଆଖିରେ ଆଦୌ ଦୃଶ୍ୟମାନ ହେଉ ନଥିଲା। ଲେହେଙ୍ଗାର ଡିଜାଇନର ଖୋଲିବା ପରେ ହିଁ ଡ୍ରଗ୍ସଗୁଡ଼ିକ ଠାବ ହୋଇଥିଲା। ଉକ୍ତ ପାର୍ସଲ ପଠାଇବା ପାଇଁ ନକଲି ଠିକଣା ଓ ଡକ୍ୟୁମେଣ୍ଟ ବ୍ୟବହାର କରାଯାଇଥିଲା। ତଥାପି ଏନସିବି ଚେନ୍ନାଇରୁ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।

The post ଲେହେଙ୍ଗାର ଡିଜାଇନ୍‌ରେ ବିଦେଶକୁ ଯାଉଥିଲା କୋଟିକୋଟି ଟଙ୍କାର ଡ୍ରଗ୍ସ, କିନ୍ତୁ.. appeared first on Odisha Reporter.



from Odisha Reporter https://ift.tt/3b1lWG3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages