ପୁଣିଥରେ ବିଜେପି ବିରୋଧରେ ଏକାଠି ହେବାକୁ କହିଲେ ମମତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 23, 2021

ପୁଣିଥରେ ବିଜେପି ବିରୋଧରେ ଏକାଠି ହେବାକୁ କହିଲେ ମମତା

କୋଲକାତା: ଆସନ୍ତା ସପ୍ତାହରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୋଆ ଗସ୍ତରେ ଯିବେ। ଗୋଆରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ନିଜ ଦଳର କ୍ଷେତ୍ର ପ୍ରସ୍ତୁତ ପାଇଁ ମମତା ପ୍ରଥମଥର ପାଇଁ ଗୋଆ ଗସ୍ତ କରିବେ। ତେବେ ଏହା ପୂର୍ବରୁ ସେ ପୁଣିଥରେ ବିଜେପି ବିରୋଧରେ ଲଢ଼େଇ କରିବା ପାଇଁ ସବୁ ବିରୋଧୀ ଦଳକୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି। ବିଜେପିକୁ ହରାଇବାକୁ ହେଲେ ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବା ଦରକାର ବୋଲି ସେ ପରାମର୍ଶ ଦେଇଛନ୍ତି।

ମମତା ଟ୍ୱିଟ କରି କହିଛନ୍ତି, “ମୁଁ ୨୮ ତାରିଖରେ ପ୍ରଥମଥର ପାଇଁ ଗୋଆ ଗସ୍ତରେ ଯିବାକୁ ପ୍ରସ୍ତୁତ ହେଉଛି। ଏହାପୂର୍ବରୁ ମୁଁ ସମସ୍ତ ସଂଗଠନ, ବ୍ୟକ୍ତିବିଶେଷ ଓ ରାଜନୀତିକ ଦଳଗୁଡ଼ିକୁ ଏକାଠି ହେବା ପାଇଁ ଆହ୍ୱାନ ଦେଉଛି। ଆମେ ସମସ୍ତେ ଏକାଠି ହୋଇ ବିଜେପି ଓ ତା’ର ବିଭାଜନ ଏଜେଣ୍ଡାକୁ ହରାଇ ପାରିବା। ବିଗତ ୧୦ ବର୍ଷ ହେଲାଣି ଗୋଆବାସୀ ଅନେକ ପ୍ରକାରର ସମସ୍ୟା ଭୋଗି ସାରିଲେଣି। ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିବାକୁ ପଡ଼ିବ। ଆମେ ଏକାଠି ହୋଇ ଗୋଆରେ ଲୋକଙ୍କ ସରକାର ଗଠନ କରିପାରିବା। ଏହି ସରକାର ଲୋକଙ୍କ ଆଶା ଓ ସ୍ୱପ୍ନକୁ ପୂରଣ କରିବା ଦିଗରେ କାର୍ଯ୍ୟ କରିବ।”


ଏପ୍ରିଲ-ମେ’ ମାସରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସି ଏକତରଫା ବିଜୟ ହାସଲ କରିଥିଲା। ଏହାପରେ ଦଳ ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ପାଇଁ ଚେଷ୍ଟା କରିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଟିଏମସି ତ୍ରିପୁରା ଓ ଗୋଆ ଉପରେ ନଜର ପକାଇଛି।

ଏଠାରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ। ଏହାପୂର୍ବରୁ ହିଁ ଦଳ ଗୋଆ ଓ ତ୍ରିପୁରାରେ ନିଜର ସଂଗଠନକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏବେ ଉଭୟ ଗୋଆ ଓ ତ୍ରିପୁରାରେ ବିଜେପି କ୍ଷମତାରେ ରହିଛି। ତେଣୁ ମମତା ସବୁ ବିରୋଧୀ ଦଳକୁ ବିଜେପି ବିରୋଧରେ ଏକାଠି ହେବାକୁ କହିଛନ୍ତି।

ନିକଟରେ ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ୪୦ ବର୍ଷ ଧରି କଂଗ୍ରେସରେ ଥିବା ଲୁଇଜିନୋ ଫାଲେଇରୋ ଟିଏମସିରେ ମିଶିଛନ୍ତି। ତାଙ୍କୁ ମମତା ଦଳକୁ ସ୍ୱାଗତ କରି ଗୋଆବାସୀଙ୍କ ନିକଟରେ ପହଞ୍ଚିବାକୁ ନଜର ରଖିଛନ୍ତି।

The post ପୁଣିଥରେ ବିଜେପି ବିରୋଧରେ ଏକାଠି ହେବାକୁ କହିଲେ ମମତା appeared first on Odisha Reporter.



from Odisha Reporter https://ift.tt/3C9rc6o

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages