ଚରସ ଖାଇଥିଲେ ଆର୍ଯ୍ୟନ୍‌, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଚରସ ଖାଇଥିଲେ ଆର୍ଯ୍ୟନ୍‌, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍‌

ମୁମ୍ବାଇ: ଶେଷରେ ସତ ମାନିଲେ କିଙ୍ଗ ଖାନ୍‌ଙ୍କ ପୁଅ ଆର୍ଯ୍ୟନ୍‌। ଏନ୍‌ସିବି ଆଗରେ ଚରସ ସେବନ କରୁଥିବା ନେଇ କଳେ ସ୍ୱୀକାର। କ୍ରୁଜ ପାର୍ଟି ଦିନ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚେଣ୍ଟ ଜୋତା ଭିତରେ ଡ୍ରଗ୍ସ ଲୁଚାଇ ନେଇଥିଲେ। ଏନ୍‌ସିବି ତା’ର ପଞ୍ଚନାମା ରିପୋର୍ଟରେ ଏନେଇ ସ୍ପଷ୍ଟ କରିଛି।

ଅକ୍ଟୋବର ୨ ତାରିଖ ରାତିରେ ଲଗ୍‌ଜୁରୀ କ୍ରୁଜ ଉପରେ ହୋଇଥିବା ରେଡ୍‌ରୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। ରିପୋର୍ଟ ମୁତାବକ ଏନ୍‌ସିବି ରେଡ୍‌ ବେଳେ ଅରବାଜଙ୍କ ଜୋତା ଭିତରୁ ୬ ଗ୍ରାମର ଡ୍ରଗ୍ସ ଜବତ ହୋଇଥିଲା। ସେ ଜୋତା ଭିତରେ ଡ୍ରଗ୍ସ ଲୁଚାଇ କ୍ରୁଜ ଭିତରେ ପାର୍ଟି କରିବାକୁ ପହଞ୍ଚିଥିଲେ।

ପଚରାଉଚରା ବେଳେ ନିଜେ ଅରବାଜ ଉକ୍ତ ଡ୍ରଗ୍ସକୁ ଜୋତା ଭିତରୁ ବାହାର କରି ଏନ୍‌ସିବିକୁ ଦେଇଥିଲେ। ଅରବାଜ ଏହା ମଧ୍ୟ ସ୍ୱୀକାର କରିଥିଲେ କି, ଯେ ସେ ଆର୍ଯ୍ୟନ୍ ଖାନଙ୍କ ସହ ଚରସ ନେଉଛନ୍ତି। ଏହାସହ ସେମାନେ କ୍ରୁଜରେ ମଧ୍ୟ ନିଶା ସପ୍ଲାଏ କରିବାକୁ ଯୋଜନା କରିଥିଲେ।

ସେହିପରି ଏନ୍‌ସିବି ପଚରାଉଚରା ବେଳେ ଆର୍ଯ୍ୟନ୍‌ ଖାନ୍‌ ମଧ୍ୟ ସତ ମାନିଛନ୍ତି। ସେ ଚରସ ଖାଉଥିବା ନେଇ ସ୍ୱୀକାର କରିଛନ୍ତି। କ୍ରୁଜ୍ ଯାତ୍ରା ସମୟରେ ଧୂମପାନ ପାଇଁ ଏହି ଚରସଗୁଡ଼ିକୁ ସାଙ୍ଗରେ ନେଇଥିଲେ ବୋଲି ସେ କହିଛନ୍ତି। ଏନ୍‌ସିବି ତା’ର ପଞ୍ଚନାମା ରିପୋଟୋରେ ଏସବୁ ତଥ୍ୟ ଉଲ୍ଲେଖ କରିଥିବା ଜଣାପଡିଛି।

ଉଲ୍ଲେଖ ଯୋଗ୍ୟ ଯେ, କର୍ଡେଲିଆ କ୍ରୁଜରେ ଏକ ରେଭ୍ ପାର୍ଟି ହେବାକୁ ଯାଉଛି, ଯେଉଁଠାରେ ଡ୍ରଗ୍ସ ବ୍ୟବହାର କରାଯିବ ବୋଲି ଏନ୍‌ସିବି ପୂର୍ବରୁ ସୂଚନା ପାଇଥିଲା। ତେଣୁ ଅନୁସନ୍ଧାନକାରୀ ଅଧିକାରୀ ଆଶିଷ ପ୍ରସାଦ ସର୍ଚ୍ଚ ସମୟରେ ସେଠାରେ ଉପସ୍ଥିତ ଥିଲେ। ଏନସିବି ଟିମ୍ ଟର୍ମିନାଲ୍ ବିଲଡିଂରେ ପ୍ରବେଶ କରୁଥିବାବେଳେ ଜଣେ ମହିଳା ସିଆଇଏସ୍ଏଫ୍ ଅଧିକାରୀ ମଧ୍ୟ ସେମାନଙ୍କ ସହ ଥିଲେ।

ପଞ୍ଚନାମା ଅନୁଯାୟୀ, ବିକ୍ରାନ୍ତ କୋଚର ଏବଂ ଇସମିତ ସିଂ ଅପରାହ୍ନ ସାଢ଼େ ୪ଟା ସମୟରେ ପ୍ରସ୍ଥାନ ଫାଟକ ନିକଟରେ ପହଞ୍ଚିଥିଲେ। କ୍ରୁଜ ଭିତରକୁ କିଛି ନିଷିଦ୍ଧ ସାମଗ୍ରୀ ନେଇଥିବା ସେମାନେ ସ୍ୱୀକାର କରିଥିଲେ। ଏହା ପରେ ଆର୍ଯ୍ୟନ୍ ଏବଂ ଅରବାଜ୍ ପ୍ରବେଶ କରିଥିଲେ।

The post ଚରସ ଖାଇଥିଲେ ଆର୍ଯ୍ୟନ୍‌, ଜୋତା ଭିତରୁ ବାହାରିଥିଲା ଡ୍ରଗ୍ସ ପ୍ୟାକେଟ୍‌ appeared first on Odisha Reporter.



from Odisha Reporter https://ift.tt/3lmjkZg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages