ବଢ଼ୁଛି ବିଜୁଳି ସଙ୍କଟ ଭୟ, ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜଗନ ମୋହନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ବଢ଼ୁଛି ବିଜୁଳି ସଙ୍କଟ ଭୟ, ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜଗନ ମୋହନ

ଅମରାବତୀ: କୋଇଲାର ଅଭାବ ଯୋଗୁ ଦେଶର ବିଭିନ୍ନ ରାଜ୍ୟରେ ବିଜୁଳି ସଙ୍କଟ ଦେଖାଯିବାର ଭୟ ସୃଷ୍ଟି ହୋଇଛି। ବିଜୁଳି ଉତ୍ପାଦନ ପାଇଁ କୋଇଲା ଷ୍ଟକ ସରି ଆସୁଥିବାରୁ ସ୍ଥିତି ଅତ୍ୟନ୍ତ ଦୟନୀୟ ସ୍ଥିତରେ ରହିଛି। ଏଥିପାଇଁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି।

ମୋଦି ତୁରନ୍ତ ବିଜୁଳି ଉତ୍ପାଦନ କ୍ଷେତ୍ରର ସ୍ଥିତିକୁ ଯାଞ୍ଚ କରିବା ସହ କୋଇଲାର ଷ୍ଟକ ସମ୍ପର୍କରେ ସମୀକ୍ଷା କରନ୍ତୁ ବୋଲି ଜଗନ ମୋହନ ଅନୁରୋଧ କରିଛନ୍ତି। ସେ ରାଜ୍ୟର ଆର୍ଥିକ ଅବସ୍ଥା ସମ୍ପର୍କରେ ମୋଦିଙ୍କୁ ଅବଗତ କରାଇବା ସହ ଲୋକଙ୍କ ଚାହିଦା ପାଇଁ ବାହାରୁ ବିଜୁଳି କିଣିବା ସମ୍ଭବ ନୁହେଁ ବୋଲି ମଧ୍ୟ କହିଛନ୍ତି।

କାରଣ ଓପନ ମାର୍କେଟରେ ବିଜୁଳି ଦର ଅତ୍ୟନ୍ତ ଅଧିକ ରହିଛି। ମୋଦିଙ୍କୁ ଚିଠି ଲେଖି ମୁଖ୍ୟମନ୍ତ୍ରୀ ଜଗନ ମୋହନ କହିଛନ୍ତି, ପ୍ରଧାନମନ୍ତ୍ରୀ ତୁରନ୍ତ କୋଇଲା ଓ ରେଳବାଇ ମନ୍ତ୍ରଣାଳୟକୁ ‌ଆନ୍ଧ୍ର ପ୍ରଦେଶରେ ଥିବା ଥର୍ମାଲ ପାୱାର ଷ୍ଟେସନକୁ ୨୦ କୋଲ ରାକେସ ପଠାଇବାକୁ ନିର୍ଦ୍ଦେଶ ଦିଅନ୍ତୁ।

ଏଥିସହ କୋଇଲା ପ୍ଲାଣ୍ଟରେ ବନ୍ଦ ହୋଇ ରହିଥିବା ଖନନ ପ୍ରକ୍ରିୟାକୁ ତୁରନ୍ତ ଆରମ୍ଭ କରିବାକୁ ଅନୁମତି ଦିଅନ୍ତୁ। ଜରୁରୀ କାଳୀନ ଭିତ୍ତିରେ ଏଥିପାଇଁ ଅନୁମତି ମିଳିବା ସପକ୍ଷରେ ଜଗନ ମୋହନ ଯୁକ୍ତି ରଖିଛନ୍ତି। ସେ ଆହୁରି କହିଛନ୍ତି, ରାଜ୍ୟରେ ଅକାମୀ ହୋଇ ପଡ଼ି ରହିଥିବା ୨୩୦୦ ମେଗା ୱାଟର ଗ୍ୟାସ ଭିତ୍ତିକ ପାୱାର ପ୍ଲାଣ୍ଟକୁ ତୁରନ୍ତ ଓଏନଜିସି ଓ ରିଲାଏନ୍ସ ପାଖରେ ଥିବା ଡିପ ୱାଟର ୱେଲ ଗ୍ୟାସ ପଠାଯାଉ।

ଆନ୍ଧ୍ର ପ୍ରଦେଶରେ କରୋନା ପରେ ବିଜୁଳିର ଚାହିଦା ୧୫ % ବଢ଼ିଛି। ୬ ମାସ ମଧ୍ୟରେ ଚାହିଦା ୧୫% ବଢ଼ିଥିବା ବେଳେ କେବଳ ଗତ ମାସରେ ଏହା ୨୦% ବଢ଼ିଛି। କୋଇଲାର ଅଭାବ ଯୋଗୁ ବିଜୁଳି ଉତ୍ପାଦନ କ୍ଷେତ୍ରଗୁଡ଼ିକ ସମସ୍ୟାରେ ପଡ଼ୁଛନ୍ତି। ଗ୍ରୀଡ ଡିମାଣ୍ଡକୁ ପୂରଣ କରିବା ମଧ୍ୟ ଆମ ପାଇଁ ସମସ୍ୟାର ବିଷୟ ହୋଇଗଲାଣି। ତେଣୁ ଆଗକୁ ସମସ୍ୟା ଜଟିଳ ହେବାର ଆଶଙ୍କା ପ୍ରକାଶ ପାଇଥିବା ସେ କହିଛନ୍ତି।

ବର୍ତ୍ତମାନ ରାଜ୍ୟରେ ବିଜୁଳିର ଚାହିଦା ଦୈନିକ ୧୮୫ରୁ ୧୯୦ ମିଲିୟନ ୟୁନିଟ ରହିଛି। ରାଜ୍ୟର ୪୫% ବିଜୁଳି ଚାହିଦାକୁ ପୂରଣ କରୁଥିବା ଥର୍ମାଲ ପ୍ଲାଣ୍ଟରେ ମାତ୍ର ଦୁଇ ଦିନ ପାଇଁ କୋଇଲା ରହିଛି। ଏହି ପ୍ଲାଣ୍ଟର କ୍ଷମତା ୯୦ ମିଲିୟନ ୟୁନିଟ ଥିବା ବେଳେ କୋଇଲା ଅଭାବରୁ ୫୦% ୟୁନିଟରେ କାମ କରିବାକୁ ପଡ଼ୁଛି। ତେଣୁ ଏହି ସମସ୍ୟାର ସମାଧାନ କରିବାକୁ ଜଗନ ଚିଠିରେ ଅନୁରୋଧ କରିଛନ୍ତି।

The post ବଢ଼ୁଛି ବିଜୁଳି ସଙ୍କଟ ଭୟ, ମୋଦିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଜଗନ ମୋହନ appeared first on Odisha Reporter.



from Odisha Reporter https://ift.tt/3mvCsU0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages