ଜେଲ୍‌ ନୁହେଁ ମେଡିକାଲରେ କଟିଲା ଚିଲିକା ବିଧାୟକଙ୍କ ରାତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ଜେଲ୍‌ ନୁହେଁ ମେଡିକାଲରେ କଟିଲା ଚିଲିକା ବିଧାୟକଙ୍କ ରାତି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଜେଲ ନୁହେଁ ମେଡିକାଲ କଟିଲା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରାତି । ଗତକାଲି ଜାମିନ ଆବେଦନ ଖାରଜ ହେବା ପରେ ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲକୁ ପଠାଯାଇଥିଲା। ଏହାପରେ ତାଙ୍କର ହୃଦରୋଗ ସମସ୍ୟା ଦେଖାଦେବାରୁ ଏଡିଜେ-୧ କୋର୍ଟଙ୍କ  ଅନୁମତି କ୍ରମେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ସେଠାରେ ସେ ଗତ ରାତିରେ ଥିବା ବେଳେ ତାଙ୍କ ଚିକିତ୍ସା ଚାଲୁଥିବା ଜଣାଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଗତକାଲି ଏଡିଜେ  କୋର୍ଟରେ ହାଜର ହେବା ସହ ଜାମିନ ଆବେଦନ କରିଥିଲେ ବିଧାୟକ ପ୍ରଶାନ୍ତ  ଜଗଦେବ । ତେବେ କୋର୍ଟ ତାଙ୍କ ଜାମିନ ନାମଂଜୁର କରିଦେଇଥିଲେ । ଏହାପରେ ବିଧାୟକଙ୍କୁ ହେପାଜତକୁ ନେଇଥିଲା ପୋଲିସ । ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜେଲ୍ ପଠାଇ ଦିଆଯାଇଥିଲା । ହେଲେ ଏହାପରେ ସେ ନିଜ ଅସୁସ୍ଥତା ସମ୍ପର୍କରେ ଜଣାଇବାରୁ ତାଙ୍କୁ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ୮ ତାରିଖରେ ବାଲୁଗାଁ ଏନଏସି ଅଫିସ ସାମ୍ନାରେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଞ୍ଜନ  ସେଠୀଙ୍କୁ ଆକ୍ରମଣ କରିଥିବା ନେଇ ବିଧାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା  । ଭତ୍ତା ବଣ୍ଟନ ବିଳମ୍ବ ହେବାରୁ ଏନ୍ଏସି ନିର୍ବାହୀ ଅଧିକାରୀଙ୍କୁ ପଚାରିବାକୁ  ଯାଇଥିଲେ ବାଲୁଗାଁ ବିଜେପି ମଣ୍ଡଳ ସଭାପତି ନିରଂଜନ ସେଠୀ । ଏହି ସମୟରେ  ବିଧାୟକ ପ୍ରଶାନ୍ତ ଜଗଦେବ ପହଞ୍ଚି ରାସ୍ତା ଉପରେ ହିଁ ନିରଞ୍ଜନଙ୍କୁ ଆକ୍ରମଣ କରିଥିଲେ  । ନିରଞ୍ଜନଙ୍କୁ ବିଧାୟକ ଧକ୍କା ମାରିଥିବାର ଭିଡିଓ ଭାଇରାଲ ହେବା ପରେ ତାଙ୍କ  ବିରୋଧରେ ମାମଲା ରୁଜୁ କରିଥିଲା ପୁଲିସ୍‌।

ବିଧାୟକଙ୍କ ବିରୋଧରେ ଲାଗିଥିଲା  ଏସ୍‌ସି-ଏସ୍‌ଟି ଉତ୍ପୀଡ଼ନ କେଶ୍  ଜାମିନ ଆବେଦନ ପାଇଁ ସେ ଗତ ୫ତାରିଖରେ  ହାଇକୋର୍ଟ ଯାଇଥିଲେ । ତେବେ ହାଇକୋର୍ଟ ପ୍ରଶାନ୍ତଙ୍କ ଜାମିନ ଆବେଦନ ଅଗ୍ରାହ୍ୟ  କରିବା ସହ ତଳକୋର୍ଟରେ ଆବେଦନ ଲାଗି କହିଥିଲେ । ସେପଟେ ବିଧାୟକଙ୍କ  ଦାଦାଗିରି ଭିଡିଓ ସାମ୍ନାକୁ ଆସିବା ପରେ ପ୍ରଶାନ୍ତ ଜଗଦେବଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଥିଲା।

The post ଜେଲ୍‌ ନୁହେଁ ମେଡିକାଲରେ କଟିଲା ଚିଲିକା ବିଧାୟକଙ୍କ ରାତି appeared first on Odisha Reporter.



from Odisha Reporter https://ift.tt/3iNvhp5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages