ଶାହାରୁଖ ଖାନ୍‌ଙ୍କ ପୁଅ ଅଟକ, ପଚରାଉଚରା କରୁଛି ଏନ୍‌ସିବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

ଶାହାରୁଖ ଖାନ୍‌ଙ୍କ ପୁଅ ଅଟକ, ପଚରାଉଚରା କରୁଛି ଏନ୍‌ସିବି

ମୁମ୍ବାଇ: ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁର (ଏନ୍‌ସିବି) ହାବୁଡ଼ରେ ପଡ଼ିଛନ୍ତି ବଲିଉଡ୍ ମେଗାଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ୍। ତାଙ୍କୁ ଅଟକ ରଖି ପଚରାଉଚରା କରାଯାଉଥିବା ଜଣାପଡ଼ିଛି।

ଶନିବାର ରାତିରେ ମୁମ୍ବାଇ ଉପକୂଳରେ ଏକ ଯାତ୍ରୀବାହୀ ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହି ସମୟରେ ଆଉ ୧୦ ଜଣଙ୍କ ସମେତ ଶାହାରୁଖ ଖାନଙ୍କ ପୁଅଙ୍କୁ ମଧ୍ୟ ଧରିଥିଲେ ଏନ୍‌ସିବି ଅଧିକାରୀ।

ଏନ୍‌ସିବିର ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ସୂଚନା ଅନୁଯାୟୀ, ଆର୍ଯ୍ୟନ ଖାନଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି ମାମଲା ରୁଜୁ କରାଯାଇ ନାହିଁ। ତାଙ୍କ ଫୋନ୍ ସିଜ୍ କରାଯାଇଛି। ସେ ପାଖରେ ଡ୍ରଗ୍ସ ରଖୁଥିଲେ କି ନାହିଁ ତା’ର ତଦନ୍ତ କରାଯାଉଛି। ସେହିପରି ସେ ଡ୍ରଗ୍ସ ସେବନ କରୁଥିଲେ କି ନାହିଁ, ସେ ନେଇ ମଧ୍ୟ ଯାଞ୍ଚ ଚାଲିଛି। ସେହିପରି ଅଟକ ଥିବା ଅନ୍ୟ ସମସ୍ତଙ୍କ ଫୋନ୍‌ ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହି ପାର୍ଟି ଆୟୋଜନ କରାଯାଇଥିବା ୬ ଜଣ ବ୍ୟକ୍ତିଙ୍କୁ ହାଜର ହେବା ପାଇଁ ସମନ୍ ଜାରି କରାଯାଇଛି।

ଜାହାଜରେ ରେଭ୍ ପାର୍ଟି ଚାଲିଥିବା ବେଳେ ଏନ୍‌ସିବି ଚଢ଼ାଉ କରି ଅନେକ ପ୍ରକାରର ଡ୍ରଗ୍ସ ବା ନିଶା ସାମଗ୍ରୀ ଜବତ କରିଥିବା ଜଣାପଡ଼ିଛି। ଅଟକଙ୍କ ମଧ୍ୟରେ ବଲିଉଡ୍‌ ଅଭିନେତା ଶକ୍ତି କପୁରଙ୍କ ପୁଅ ଥିବା ମଧ୍ୟ କୁହାଯାଉଛି। ସେହିପରି ଅଟକଙ୍କ ମଧ୍ୟରେ ୩ ଜଣ ଯୁବତୀ ଅଛନ୍ତି, ଯେଉଁମାନେ ଏହି ରେଭ୍ ପାର୍ଟିରେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଆସିଥିଲେ। ସେମାନେ ବଡ଼ ବଡ଼ ଉଦ୍ୟୋଗପତିଙ୍କ ଝିଅ ବୋଲି ଜଣାପଡ଼ିଛି।

The post ଶାହାରୁଖ ଖାନ୍‌ଙ୍କ ପୁଅ ଅଟକ, ପଚରାଉଚରା କରୁଛି ଏନ୍‌ସିବି appeared first on Odisha Reporter.



from Odisha Reporter https://ift.tt/3FcbXeG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages