ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଚାଲିଛି। ୮ଟାରୁ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯାଇଥିଲା। ତା’ପରେ ସାଢ଼େ ୮ଟାରୁ ଇଭିଏମ୍ରେ ପଡ଼ିଥିବା ଭୋଟ୍ ଗଣତି କରାଯାଉଛି।
ଦ୍ୱିତୀୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୩,୩୧୭ ଖଣ୍ଡ ଭୋଟ୍ରେ ଆଗୁଆ ଥିବା ସୂଚନା ରହିଛି। ବିଜେଡିକୁ ୯,୦୩୦ଟି ଭୋଟ୍ ମିଳିଥିବା ବେଳେ ବିଜେପିକୁ ୫,୭୧୩ ଓ କଂଗ୍ରେସକୁ ୯୮୧ ଖଣ୍ଡ ଭୋଟ୍ ମିଳିଛି।
ସେହିପରି ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ମଧ୍ୟ ବିଜେଡି ଆଗୁଆ ରହିଥିଲା। ଦଳୀୟ ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୧୪୦୬ ଖଣ୍ଡ ଭୋଟ୍ରେ ଆଗୁଆ ରହିଥିଲେ। ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୪୦୫୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨୬୪୯ ଓ କଂଗ୍ରେସକୁ ୭୬୬ଟି ଭୋଟ୍ ମିଳିଥିଲା।
ପୁରୀ ପେଣ୍ଠକଟା ସେଣ୍ଟରରେ ଇଭିଏମ୍ ପାଇଁ ଦୁଇଟି ହଲ୍ରେ ମୋଟ ୧୪ଟି ଟେବୁଲ୍ରେ ଗଣତି ଚାଲିଛି। ଏଥିପାଇଁ ୬୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୨୫ ରାଉଣ୍ଡ ଗଣତି ହେବ। ଏଥର ପିପିଲି ଉପନିର୍ବାଚନରେ ୭୮.୨୫% ଭୋଟିଂ ହୋଇଥିଲା।
The post ପିପିଲି ଭୋଟ୍ ଗଣତି: ୨ୟ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ appeared first on Odisha Reporter.
from Odisha Reporter https://ift.tt/3FeUkes
No comments:
Post a Comment