ହୃଦୟ ଜିତିଲେ ଧୋନି, ଟିମ ଇଣ୍ଡିଆର ମାର୍ଗଦର୍ଶକ ପାଇଁ କୌଣସି ଟଙ୍କା ନେବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ହୃଦୟ ଜିତିଲେ ଧୋନି, ଟିମ ଇଣ୍ଡିଆର ମାର୍ଗଦର୍ଶକ ପାଇଁ କୌଣସି ଟଙ୍କା ନେବନି

ନୂଆଦିଲ୍ଲୀ: ଭାରତର ସବୁଠାରୁ ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣିଥରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ସେ ଆସନ୍ତା ଟି-୨୦ ବିଶ୍ୱକପରେ ଟିମ ଇଣ୍ଡିଆର ମେଣ୍ଟର ବା ମାର୍ଗଦର୍ଶକ ଭାବେ ନିଯୁକ୍ତି ପାଇଛନ୍ତି। କିନ୍ତୁ ଏହି ଦାୟିତ୍ୱ ସମ୍ପାଦନ କରିବା ପାଇଁ ଧୋନି ବିସିସିଆଇ ଠାରୁ ଗୋଟିଏ ହେଲେ ବି ଟଙ୍କା ନେବେନି। ସଂପୂର୍ଣ୍ଣ ମାଗଣାରେ ସେ ଟିମ୍‌ ଇଣ୍ଡିଆ ପାଇଁ କାମ କରିବେ। ଏ ସମ୍ପର୍କରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହ ସୂଚନା ଦେଇଛନ୍ତି।

ଗାଙ୍ଗୁଲି କହିଛନ୍ତି, “ଧୋନି ଟିମ୍‌ ଇଣ୍ଡିଆର ମେଣ୍ଟର ପାଇଁ କୌଣସି ପ୍ରକାରର ଚାର୍ଜ ନେବେନି।” ଜୟ ଶାହ ମଧ୍ୟ ସମାନ କଥା ଦୋହରାଇଛନ୍ତି। ସେ କହିଛନ୍ତି, “ବିଶ୍ୱକପ ବେଳେ ଟିମ୍‌ ଇଣ୍ଡିଆକୁ ସେବା ଯୋଗାଇ ଦେବା ପାଇଁ ଧୋନି ରାଜି ହୋଇଥିବାରୁ ବିସିସିଆଇ ତାଙ୍କ ପାଖରେ କୃତଜ୍ଞ। ଟି-୨୦ ବିଶ୍ୱକପ ସମୟରେ ସେ ଟିମର ମେଣ୍ଟର ଭୂମିକାରେ ରହିବେ। କିନ୍ତୁ ଏଥିପାଇଁ ସେ କୌଣସି ପ୍ରକାରର ଦରମା, ଫି କିମ୍ବା ଅନ୍ୟ ପ୍ରକାରର ଆର୍ଥିକ ସହାୟତା ନେବେ ନାହିଁ। ସେ ସଂପୂର୍ଣ୍ଣ ମାଗଣାରେ ଟିମ ଇଣ୍ଡିଆ ପାଇଁ କାମ କରିବେ। ଧୋନିଙ୍କ ଏପରି ମହାନତା ପାଇଁ ଆମେ ଋଣୀ।” ଧୋନିଙ୍କ ଏହି ନିଷ୍ପତ୍ତିକୁ ସୋଶାଲ ମିଡିଆରେ ଅନେକ ଲୋକ ପ୍ରଶଂସା କରିଛନ୍ତି। ସେ ସମସ୍ତଙ୍କ ହୃଦୟ ଜିତି ନେଇଛନ୍ତି।

୨୦୦୭ ପ୍ରଥମ ଟି-୨୦ ବିଶ୍ୱକପରେ ଭାରତ ଧୋନିଙ୍କ ନେତୃତ୍ୱରେ ଚାମ୍ପିୟନ ହୋଇଥିଲା। ସେ ୨୦୧୧ରେ ଭାରତ ପାଇଁ ଦିନିକିଆ ବିଶ୍ୱକପ ଜିତିଥିଲେ। ୨୦୧୯ ବିଶ୍ୱକପରେ ଭାରତ ସେମି ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ଠାରୁ ହାରିଥିଲା। ଏହି ମ୍ୟାଚ୍ ପରେ ଧୋନିଙ୍କୁ ଆଉ ଟିମ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳି ନଥିଲା।

ସେ ୨୦୨୦ ଅଗଷ୍ଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ। ତେବେ ସେ ଆଇପିଏଲ ଖେଳୁଛନ୍ତି। ଆଇପିଏଲର ୨୦୨୧ ସଂସ୍କରଣ ୟୁଏଇରେ ଖେଳା ଯାଉଛି। ଏହି ଟୁର୍ଣ୍ଣାମେଣ୍ଟ ପରେ ଧୋନି ଟିମ ଇଣ୍ଡିଆରେ ଯୋଗଦେବେ। ଅକ୍ଟୋବର ୧୭ରୁ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ପ୍ରାୟ ଅଧିକାଂଶ ଦଳର ଖେଳାଳି ଆଇପିଏଲ ପାଇଁ ୟୁଏଇରେ ହିଁ ଅଛନ୍ତି। ଭାରତ ତା’ ବିଶ୍ୱକପ ଅଭିଯାନ ଅକ୍ଟୋବର ୨୪ ପାକିସ୍ତାନ ବିପକ୍ଷରୁ ଆରମ୍ଭ କରିବ।

The post ହୃଦୟ ଜିତିଲେ ଧୋନି, ଟିମ ଇଣ୍ଡିଆର ମାର୍ଗଦର୍ଶକ ପାଇଁ କୌଣସି ଟଙ୍କା ନେବନି appeared first on Odisha Reporter.



from Odisha Reporter https://ift.tt/3va2oZo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages