ପ୍ଲାଣ୍ଟରେ ଚାଲିଥିଲା କାମ, ହଠାତ୍‌ ହେଲା ବିସ୍ଫୋରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ପ୍ଲାଣ୍ଟରେ ଚାଲିଥିଲା କାମ, ହଠାତ୍‌ ହେଲା ବିସ୍ଫୋରଣ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ସମ୍ବଲପୁର ସକିର୍ଡିରେ ଥିବା BR ଷ୍ଟିଲ୍ ପ୍ଲାଣ୍ଟରେ ଦୁର୍ଘଟଣା ଘଟି ୨ ଶ୍ରମିକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଶ୍ରମିକଙ୍କ ଅବସ୍ଥା  ସଙ୍କଟାପନ୍ନ ରହିଛି।  ଗୁରୁତର ଶ୍ରମିକଙ୍କ ନାଁ ରଂଜୟ କୁମାର ଯାଦବ  । ଘର ବିହାରର ଔରଙ୍ଗାବାଦ । ରଂଜୟଙ୍କ ଶରୀରର ଅଧିକାଂଶ ଭାଗ ପୋଡ଼ି ଯାଇଛି । ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ରାଉରକେଲାକୁ ସ୍ଥାନାନ୍ତର କରାଯାଇଛି ।

ଅନ୍ୟ ଜଣେ ଶ୍ରମିକ ଗୋଲୁ କୁମାର ଯାଦବ ମଧ୍ୟ ଆହତ ହୋଇଛନ୍ତି । ତାଙ୍କ ଘର ବିହାରର ଛାପ୍ରାରେ । ତାଙ୍କୁ ସମ୍ବଲପୁରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲି ପ୍ଲାଣ୍ଟରେ କାମ ଚାଲିଥିବାବେଳେ SMS – 2 ର ଦୁଇ ନମ୍ବର ବ୍ଲାଷ୍ଟ୍ ଫର୍ଣ୍ଣେସରେ ହଠାତ ବିସ୍ଫୋରଣ ହୋଇଥିଲା । ଏଥିରେ ୨ ଜଣ କର୍ମଚାରୀ ପୋଡି ଯାଇଥିବା ସୂଚନା ଦେଇଛି ପୁଲିସ୍‌ ।  ଏହି ଘଟଣାକୁ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି । କିଛି ଦିନ ପୂର୍ବରୁ ଏହି ପ୍ଲାଣ୍ଟରେ ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା ।

The post ପ୍ଲାଣ୍ଟରେ ଚାଲିଥିଲା କାମ, ହଠାତ୍‌ ହେଲା ବିସ୍ଫୋରଣ appeared first on Odisha Reporter.



from Odisha Reporter https://ift.tt/3iRElJJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages