ପୁନିତ ରାଜକୁମାରଙ୍କ ପାଇଁ ରାସ୍ତା ପାଲଟିଲା ଜନସମୁଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

ପୁନିତ ରାଜକୁମାରଙ୍କ ପାଇଁ ରାସ୍ତା ପାଲଟିଲା ଜନସମୁଦ୍ର

ବେଙ୍ଗାଲୁରୁ: ପାୱାର ଷ୍ଟାର ପୁନିତ ରାଜକୁମାରଙ୍କୁ ଲୋକମାନେ କେତେ ଭଲ ପାଉଥିଲେ, ସେକଥା ଏବେ ସାମ୍ନାକୁ ଆସିଥିବା ଭିଡିଓ ଓ ଫଟୋରୁ ସ୍ପଷ୍ଟ ହୋଇଛି। ଶୁକ୍ରବାର ହୃଦଘାତ ଯୋଗୁ ପୁନିତଙ୍କ ଅକାଳ ବିୟୋଗ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ ବର୍ଷ ହୋଇଥିଲା।

ପୂରା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ଓ ପୁନିତଙ୍କୁ ଭଲ ପାଉଥିବା ଲୋକମାନେ ଏହି ଖବର ପାଇ ସ୍ତବ୍ଧ ହୋଇ ଯାଇଛନ୍ତି। ରବିବାର ପୂର୍ଣ୍ଣ ରାଜ୍ୟ ମର୍ଯ୍ୟାଦା ସହ ଶ୍ରୀ କାର୍ନ୍ତିବା ଷ୍ଟୁଡିଓରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯିବ। ଏହାପୂର୍ବରୀ ତାଙ୍କ ଅନ୍ତିମ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ କାଲି ଠାରୁ ଜାରି ରହିଛି।

କାଲିଠାରୁ ତାଙ୍କର ମରଶରୀରକୁ ଅନ୍ତିମ ଦର୍ଶନ ପାଇଁ ଶ୍ରୀ କାର୍ନ୍ତିବା ଷ୍ଟାଡିୟମରେ ରଖାଯାଇଛି। ନିଜ ପସନ୍ଦର ଷ୍ଟାରଙ୍କ ଅନ୍ତିମ ଦର୍ଶନ ପାଇଁ କାର୍ନ୍ତିବା ଷ୍ଟାଡିୟମକୁ ଲାଗିଥିବା ରାସ୍ତା ପୂରା ଜନସମୁଦ୍ରରେ ପରିଣତ ହୋଇଛି। ହଜାର ହଜାର ଲୋକ ଏକାଠି ହୋଇ ପୁନିତଙ୍କୁ ଶେଷଥର ପାଇଁ ଦେଖିବାକୁ ବ୍ୟାକୁଳ ହେଉଛନ୍ତି। ପୁଲିସ୍‌ ମଧ୍ୟ ଅନ୍ତିମ ଦର୍ଶନ ପାଇଁ ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା କରିଛି।

ସାମ୍ନାକୁ ଆସିଥିବା ଫଟୋ ଓ ଭିଡିଓ ଅନୁଯାୟୀ ହଜାର ହଜାର ଲୋକ ଏଭଳି ଭାବେ ଧାଡ଼ିରେ ଛିଡ଼ା ହୋଇଛନ୍ତି ଯେ ସୋରିଷଟିଏ ପଡ଼ିବାକୁ ସ୍ଥାନ ନାହିଁ। ଷ୍ଟାଡିୟମ ଠାରୁ ଦୀର୍ଘ କିମି ରାସ୍ତା ଯାଏ ଏପରି ଲୋକଙ୍କ ଭିଡ଼ ଦେଖିବାକୁ ମିଳିଛି। ସମସ୍ତଙ୍କ ମୁହଁରେ ଗୋଟିଏ କଥା ପୁନିତ ତୁମେ ଫେରିଆସ। ପୁନିତ ଅମର ରହୈ। ଅନ୍ତିମ ଦର୍ଶନ କରିବା ବେଳେ ଲୋକମାନେ ମଧ୍ୟ କାନ୍ଦି କାନ୍ଦି ଆଗକୁ ଯାଉଥିବା ଦେଖିବାକୁ ମିଳିଛି।

ଷ୍ଟାଡିୟମରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ରହିଥିଲେ। ପୁନିତଙ୍କୁ ଦେଖିବା ପାଇଁ ଯେତିକି ଲୋକ ଏକାଠି ହୋଇଛନ୍ତି ପୂର୍ବରୁ କେବେ ହେଲେ କୌଣସି ଷ୍ଟାରଙ୍କ କ୍ଷେତ୍ରରେ ଏପରି ଦେଖା ଯାଇ ନଥିଲା।


ଅନ୍ୟପକ୍ଷରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବେଙ୍ଗାଲୁରୁରେ ୩୧ ତାରିଖ ଯାଏ ମଦ ଦୋକାନ, ବାର ଓ ରେଷ୍ଟୁରାଣ୍ଟକୁ ବନ୍ଦ ରଖାଯାଇଛି। ବିଭିନ୍ନ ସ୍ଥାନରେ ପ୍ୟାଟ୍ରୋଲିଂକୁ ଜୋରଦାର କରାଯିବା ସହ ଲୋକଙ୍କୁ ଧୈର୍ଯ୍ୟ ରଖିବାକୁ ପରାମର୍ଶ ଦିଆଯାଉଛି।

ସୂଚନାଯୋଗ୍ୟ, ଶୁକ୍ରବାର ଜିମ୍‌ରେ ୪୬ ବର୍ଷୀୟ ପୁନିତ ୱାର୍କ ଆଉଟ କରୁଥିବା ବେଳେ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କୁ ବେଙ୍ଗାଲୁରୁର ଗୋଟିଏ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଛି। ପୁନିତ ୬ ମାସରେ ହୋଇଥିବା ବେଳେ କନ୍ନଡ ଫିଲ୍ମରେ ଅଭିନୟ କରିଥିଲେ। ମାତ୍ର ୧୦ ବର୍ଷ ବୟସରେ ସେ ଜାତୀୟ ଫିଲ୍ମ ପୁରସ୍କାର ପାଇଥିଲେ।

ଅନେକ ସୁପର ହିଟ୍‌ ଫିଲ୍ମରେ ପୁନିତ ନିଜର ନିଖୁଣ ଅଭନୟ କରିଛନ୍ତି। ଆଜି ତାଙ୍କ ବିୟୋଗରେ ପୂରା କର୍ଣ୍ଣାଟକା ଦୁଃଖରେ ଭାଙ୍ଗି ପଡ଼ିଛି।

The post ପୁନିତ ରାଜକୁମାରଙ୍କ ପାଇଁ ରାସ୍ତା ପାଲଟିଲା ଜନସମୁଦ୍ର appeared first on Odisha Reporter.



from Odisha Reporter https://ift.tt/3BtEJo3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages