୧୧ ମାସ ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଳରୁ ହଟିଲା ବ୍ୟାରିକେଡ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 29, 2021

୧୧ ମାସ ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଳରୁ ହଟିଲା ବ୍ୟାରିକେଡ୍‌

ଗାଜିଆବାଦ: ଦୀର୍ଘ ୧୧ ମାସ ପରେ ଗାଜିଆବାଦ-ଦିଲ୍ଲୀ ମୁଖ୍ୟ ରାଜପଥ ଖୋଲିବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଶୁକ୍ରବାର ଠାରୁ ଦିଲ୍ଲୀ ପୁଲିସ୍‌ ଗାଜିପୁର ସୀମାରେ ଲାଗିଥିବା ବ୍ୟାରିକେଡ ହଟାଇବାକୁ କ୍ରେନ ଓ ଶ୍ରମିକମାନଙ୍କୁ ପଠାଇଛି। ଦିଲ୍ଲୀ-ମୀରଟ ଏକ୍ସପ୍ରେସ ୱେରେ ଥିବା ସମସ୍ତ ବ୍ୟାରିକେଡକୁ ହଟାଇବାକୁ ପୁଲିସ୍‌ ନିଷ୍ପତ୍ତି ନେଇଛି।

କେନ୍ଦ୍ରର କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ କରୁଥିବା ଚାଷୀମାନଙ୍କ ରାଜଧାନୀ ପ୍ରବେଶ ଉପରେ ରୋକ ଲଗାଇବା ପାଇଁ ପୁଲିସ୍‌ ୧୧ ମାସ ହେଲା ସବୁ ସୀମାନ୍ତ ଅଞ୍ଚଳରେ ଏପରି ବ୍ୟାରିକେଡ୍‌ କରିଥିଲା। ଏବେ କିନ୍ତୁ ଏହି ବ୍ୟାରିକେଡ୍‌ଗୁଡ଼ିକୁ ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି।

ଚାଷୀ ନେତା ରେକଶ ଟିକାୟତ କହିଛନ୍ତି, ଦିଲ୍ଲୀ ସୀମାନ୍ତରେ ଚାଲିଥିବା ଆମର ଆନ୍ଦୋଳନ ଜାରି ରହିବ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଦିଲ୍ଲୀ ପୁଲିସ୍‌ ବ୍ୟାରିକେଡ ହଟାଇବା ଆରମ୍ଭ କରିଛି। ପୁଲିସ୍‌ ହିଁ ଏହି ରାସ୍ତାଗୁଡ଼ିକୁ ବ୍ୟାରିକେଡ ଲଗାଇ ବନ୍ଦ କରିଥିଲା। ଆମେ କେବେ ହେଲେ ଲୋକଙ୍କ ଯାତାୟାତକୁ ବନ୍ଦ କରି ନଥିଲୁ। ଏକଥା ଆମେ କୋର୍ଟଙ୍କୁ ମଧ୍ୟ ଅବଗତ କରାଇଥିଲୁ ବୋଲି ସେ କହିଛନ୍ତି।

ଦିଲ୍ଲୀ ପୁଲିସ୍‌ ମୁଖ୍ୟ ରାକେଶ ଆସ୍ଥାନା କହିଛନ୍ତି, “ସୀମାନ୍ତ ଅଞ୍ଚଳ ସବୁ ଦିନ ପାଇଁ ବନ୍ଦ ହୋଇ ରହିପାରିବ ନାହିଁ। ଆମେ ଅନେକ ଚାଷୀ ସଂଗଠନ ଓ ନେତାମାନଙ୍କ ସହ କଥାବାର୍ତ୍ତା କରୁଛୁ। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଯୋଗାଯୋଗରେ ମଧ୍ୟ ରହିଛୁ। ଆମେ ଗୋଟିଏ ସକାରାତ୍ମକ ବାର୍ତ୍ତା ଦେବାକୁ ବ୍ୟାରିକେଡ୍‌ ଗୁଡ଼ିକ ହଟାଇବାକୁ ନିଷ୍ପତ୍ତି ନେଇଛୁ। ବ୍ୟାରିକେଡ ଯୋଗୁ ଆନ୍ତଃରାଜ୍ୟ ଯାତାୟାତ ପ୍ରଭାବିତ ହେଉଥିଲା। ଆମର ଆଶା ଭବିଷ୍ୟତରେ ସ୍ଥିତି ସୁଧୁରିବ ଓ ସବୁ କିଛି ସ୍ୱାଭାବିକ ହେବ।”

ବ୍ୟାରିକେଡ ହଟାଇବା ଦ୍ୱାରା ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ଏହାର ପ୍ରଭାବ ପଡ଼ିବ କି ପ୍ରଶ୍ନର ଉତ୍ତରରେ ଆସ୍ଥାନା କହିଛନ୍ତି, ଯଦି କୌଣସି ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜେ, ତା’ହେଲେ ଆମେ ଏହାକୁ ଦୃଷ୍ଟିରେ ରଖି ଉପଯୁକ୍ତ ପଦକ୍ଷେପ ନେବୁ। ଆମେ ସବୁ ପ୍ରକାରର ପରିସ୍ଥିତର ମୁକାବିଲା କରିବାକୁ ପ୍ରସ୍ତୁତ। ଆମେ ସବୁ କିଛି ସ୍ୱାଭାବିକ ରହିଥିବାର ବାର୍ତ୍ତା ଦେବାକୁ ଚାହୁଁଛୁ ବୋଲି ସେ କହିଛନ୍ତି।

ଗୁରୁବାର ଦିଲ୍ଲୀ ପୁଲିସ୍‌ ଟିକରି ସୀମାନ୍ତରେ ଥିବା ବ୍ୟାରିକେଡ୍‌ର ସ୍ତରକୁ ହ୍ରାସ କରିବା ପ୍ରକ୍ରିୟା ଆରମ୍ଭ କରିଥିଲା। ଶୁକ୍ରବାର ଗାଜିପୁର ସୀମାରେ ସମାନ ନୀତି ଆପଣା ଯାଇଛି। ଦିନେ ଦୁଇ ଦିନ ମଧ୍ୟରେ ସୀମାନ୍ତରେ ଚାଷୀଙ୍କୁ ଅଟକାଇବାକୁ ହୋଇଥିବା ସମସ୍ତ ପ୍ରକାରର ଅସ୍ଥାୟୀ ବ୍ୟାରିକେଡ ଓ ସିମେଣ୍ଟ କାନ୍ଥକୁ ହଟାଇ ଦିଆଯିବ ବୋଲି ଜଣାପଡ଼ିଛି।

ଗାଜିପୁର ଓ ଟିକରିରେ ବ୍ୟାରିକେଡ ହଟୁଥିଲେ ହେଁ ସିଙ୍ଘୁ ସୀମା ସମ୍ପର୍କରେ ଏଯାଏ କୌଣସି ବ୍ୟବସ୍ଥା ହୋଇନାହିଁ। ଏଠାରେ ପୂର୍ବଭଳି ବ୍ୟାରିକେଡ ଲାଗିବା ସହ ତାରର ଜାଲି, କଣ୍ଟା ଓ ବଡ଼ବଡ଼ ଗାଡ଼ି ରଖାଯାଇଛି।

The post ୧୧ ମାସ ପରେ ଚାଷୀଙ୍କ ଆନ୍ଦୋଳନ ସ୍ଥଳରୁ ହଟିଲା ବ୍ୟାରିକେଡ୍‌ appeared first on Odisha Reporter.



from Odisha Reporter https://ift.tt/3GA13Af

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages