ଆଜି ଛତର ଯାତ୍ରା; ଭବାନୀପାଟଣାରେ ୧୪୪ ଧାରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ଆଜି ଛତର ଯାତ୍ରା; ଭବାନୀପାଟଣାରେ ୧୪୪ ଧାରା

ଭବାନୀପାଟଣା(ରାଜ କୁମାର ସିଂ ଦେଓ): କଳାହାଣ୍ଡିର ଆରାଧ୍ୟ ଦେବୀ ମାଆ ମାଣିକେଶ୍ୱରୀଙ୍କର ଆଜି ଛତର ଯାତ୍ରା। ପ୍ରତି ବର୍ଷ ହଜାର ହଜାର ଭକ୍ତ ଏହି ଯାତ୍ରାରେ ସାମିଲ ହୁଅନ୍ତି।  କିନ୍ତୁ ଏଥର କରୋନା ପାଇଁ ବିନା ଭକ୍ତରେ ଛତର ଯାତ୍ରା ପାଳନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି।

ଗତକାଲି ରାତି ୮ଟାରୁ ଆଜି ଅପରାହ୍ନ ୪ଟା ଯାଏ ଭବାନୀପାଟଣା ସହରରେ ଜାରି କରାଯାଇଛି ୧୪୪ ଧାରା।  ଏହା ସହିତ ଭବାନୀପାଟଣାର ସବୁ ପ୍ରବେଶ ପଥକୁ ସିଲ୍ କରାଯାଇଛି।  ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୧୦ ପ୍ଲାଟୁନ ଫୋର୍ସ।

ରାଜ ଉଆସରେ ଥିବା ମାଣିକେଶ୍ୱରୀ ପୀଠରେ ମଧ୍ୟରାତ୍ରିରେ ହୋଇଛି ମାଆଙ୍କ ପୂଜା ଓ ତାଙ୍କ ଛତରକୁ ଜେନା ଖାଲକୁ ନିଆଯାଇଛି।  ସେଠାରେ ମଧ୍ୟ ଗୁପ୍ତ ପୂଜା ହୋଇଛି।  ଆଜି ମାଆଙ୍କ ବିଜୟ ପ୍ରତିମା ଛତର୍ ଜେନାଖାଲରୁ ମନ୍ଦିରକୁ ଆସିବ। ଏହି  ଶୋଭାଯାତ୍ରାରେ ସାଧାରଣ ଭକ୍ତ ସାମିଲ ହେବେ ନାହିଁ।  ଛତର୍ ଯାତ୍ରା ସମୟରେ ଭକ୍ତମାନେ ବଳି ମଧ୍ୟ ଦେଇଥାନ୍ତି। ତେବେ ଏହାକୁ ବନ୍ଦ କରିବାକୁ  ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିଛି ଜିଲ୍ଲା ପ୍ରଶାସନ ।

 

The post ଆଜି ଛତର ଯାତ୍ରା; ଭବାନୀପାଟଣାରେ ୧୪୪ ଧାରା appeared first on Odisha Reporter.



from Odisha Reporter https://ift.tt/3v8efqw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages