ମହାତ୍ମା ଗାନ୍ଧିଙ୍କ କଥାରେ ଇଂରେଜ ମାନଙ୍କୁ କ୍ଷମା ମାଗିଥିଲେ ସାବରକର: କେନ୍ଦ୍ରମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ମହାତ୍ମା ଗାନ୍ଧିଙ୍କ କଥାରେ ଇଂରେଜ ମାନଙ୍କୁ କ୍ଷମା ମାଗିଥିଲେ ସାବରକର: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଜେଲରୁ ଖଲାସ ହେବା ପାଇଁ ଇଂରେଜମାନଙ୍କୁ କ୍ଷମା ମାଗିଥିବା ବିନାୟକ ଦାମୋଦର ସାବରକରଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ସାବରକରଙ୍କୁ ବିଂଶ ଶତାବ୍ବୀରେ ଭାରତର ପ୍ରଥମ ପ୍ରତିରକ୍ଷା ରଣନୀତିଜ୍ଞ ବୋଲି କହିଛନ୍ତି।

ଏଥିସହ ମହାତ୍ମା ଗାନ୍ଧିଙ୍କ ଅନୁରୋଧରେ ସାବରକର ଇଂରେଜ ମାନଙ୍କ ନିକଟରେ କ୍ଷମା ଆବେଦନ କରିଥିଲେ ବୋଲି ରାଜନାଥ ସିଂହ ଦାବି କରିଛନ୍ତି। ମାର୍କ୍ସବାଦ ଓ ଲେନୀନବାଦୀ ଚିନ୍ତାଧାରା ଲୋକମାନେ ସାବରକରଙ୍କୁ ଫାଶୀବାଦୀ ସହ ଯୋଡ଼ି ବଦନାମ କରୁଥିବା ମଧ୍ୟ ସେ କହିବାକୁ ପଛାଇ ନାହାନ୍ତି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଙ୍ଗଳବାର ସାବରକରଙ୍କ ଉପରେ ଲେଖାଯାଇଥିବା ଗୋଟିଏ ବହିର ଉନ୍ମୋଚନ କରିଛନ୍ତି। ଏହି ସମୟରେ ସେ କହିଛନ୍ତି, ସାବରକର ଦେଶ ପାଇଁ କ’ଣ କରିଛନ୍ତି, ତାହା ଶବ୍ଦରେ ବୟାନ କରିବା କଷ୍ଟକର। କିନ୍ତୁ ତାଙ୍କୁ ନେଇ କରାଯାଉଥିବା ଅପପ୍ରଚାରର ପର୍ଦ୍ଦାଫାସ ଏବେ ହୋଇପାରିବ। ସାବରକର ଦେଶ ପାଇଁ ଅନେକ କଷ୍ଟ ସହିଛନ୍ତି। ଏହାକୁ ଗୋଟିଏ ବହିରେ ବର୍ଣ୍ଣାନା କରିବା ସହଜ ନୁହେଁ। ତଥାପି ଏହି ବହିକୁ ଲେଖିଥିବା ବ୍ୟକ୍ତି ଅନେକ ଅନୁସନ୍ଧାନ କରିଛନ୍ତି। ଏଥିପାଇଁ ଲେଖକଙ୍କୁ ଅଭିନନ୍ଦନ ବୋଲି ସେ କହିଛନ୍ତି।

ଶ୍ରୀ ସିଂହ କହିଛନ୍ତି “ଜାତୀୟତାବାଦୀ ବୀର ସାବରକରଙ୍କ ବିଷୟରେ ପଢ଼ିବା ସହଜ ନୁହେଁ। ଏହି ପୁସ୍ତକ ସାବରକରଙ୍କୁ ଚାଲିଥିବା ଗୁଜବକୁ ଦୂର କରିବ। ଏକ ନିର୍ଦ୍ଦିଷ୍ଟ ବିଚାରଧାରାର ଲୋକମାନେ ସାବରକରଙ୍କ ବିଷୟରେ ଅନେକ କଥା ଲେଖିଛନ୍ତି। ତା’କୁ ପଢ଼ିବା ପରେ ଲୋକମାନେ ସାବରକରଙ୍କୁ ବୁଝି ପାରୁନାହାନ୍ତି।” ଏହି କାର୍ଯ୍ୟକ୍ରମରେ ଆରଏସଏସ୍‌ ମୁଖ୍ୟ ମୋହନ ଭାଗବତ ମଧ୍ୟ ଉପସ୍ଥିତ ଥିଲେ।


କେନ୍ଦ୍ରମନ୍ତ୍ରୀ ରାଜନାଥ ଆହୁରି କହିଛନ୍ତି, ସାବରକର ଭାରତୀୟ ଇତହାସର ଜଣେ ମହାନ କିମ୍ବଦନ୍ତୀ ଥିଲେ ଓ ଆଗକୁ ମଧ୍ୟ ରହିବେ। ତାଙ୍କୁ ନେଇ ମତ ପାର୍ଥକ୍ୟ ରହିପାରେ। କିନ୍ତୁ ତାଙ୍କୁ ସବୁବେଳେ ଗୋଟିଏ ନିର୍ଦ୍ଦିଷ୍ଟ ଦୃଷ୍ଟିରେ ଦେଖିବା ଆଦୌ ଗ୍ରହଣୀୟ ନୁହେଁ। ସାବରକର ଜଣେ ମହାନ ସ୍ୱାଧୀନତା ସଂଗ୍ରାମୀ ଥିଲେ। କିନ୍ତୁ ମାର୍କ୍ସବାଦ ଓ ଲେନୀନବାଦରେ ପରିଚାଳିତ ଲୋକମାନେ ତାଙ୍କୁ ଫାଶୀବାଦୀ କହୁଥିଲେ।

ଦେଶର ସ୍ୱାଧୀନତା ପାଇଁ ସାବରକର ସଂଘର୍ଷ କରି ଦୁଇଥର ବ୍ରିଟିଶଙ୍କ ଦ୍ୱାରା ଜେଲଦଣ୍ଡ ପାଇଛନ୍ତି। ତାଙ୍କ ବିଷୟରେ ମିଛ ପ୍ରଚାର ବାରମ୍ବାର କରାଯାଉଛି। ଜେଲରୁ ବାହାରିବା ପାଇଁ ସେ ଅନେକ କ୍ଷମା ଆବେଦନ କରିଥିଲେ ବୋଲି କୁହାଯାଉଛି। କିନ୍ତୁ ଆପଣମାନଙ୍କୁ ଜାଣି ରଖିବାକୁ ହେବ ଯେ ମହାତ୍ମା ଗାନ୍ଧି ହିଁ ତାଙ୍କୁ ଇଂରେଜ ମାନଙ୍କ ଆଗରେ କ୍ଷମା ଆବେଦନ ଦାଖଲ କରିବାକୁ ଅନୁରୋଧ କରିଥିଲେ। ଗାନ୍ଧିଙ୍କ କଥାରେ ସେ ଏପରି କରିଥିଲେ ବୋଲି ରାଜନାଥ ସିଂ ଦାବି କରିଛନ୍ତି।

The post ମହାତ୍ମା ଗାନ୍ଧିଙ୍କ କଥାରେ ଇଂରେଜ ମାନଙ୍କୁ କ୍ଷମା ମାଗିଥିଲେ ସାବରକର: କେନ୍ଦ୍ରମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/30nx8L5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages