‘୫୦୦ ଟଙ୍କା ଦିଅ, ଅଧ ଘଣ୍ଟାରେ ମୃତ୍ୟୁ ପ୍ରମାଣପତ୍ର ନିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

‘୫୦୦ ଟଙ୍କା ଦିଅ, ଅଧ ଘଣ୍ଟାରେ ମୃତ୍ୟୁ ପ୍ରମାଣପତ୍ର ନିଅ’

ଚାନ୍ଦବାଲି(ଓଡ଼ିଶା ରିପୋର୍ଟର): ମୃତ୍ୟୁ ପ୍ରମାଣପତ୍ର କରାଇ ଦେବା ପାଇଁ ୫ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଦେଖାଦେଲା ଉତ୍ତେଜନା । ଧରା ପଡ଼ିଯିବା ଭୟରେ ଲାଞ୍ଚ ନେଉଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି  ସମ୍ପୃକ୍ତ ବେସରକାରୀ କର୍ମଚାରୀଜଣକ । ଏଥିରେ ଉତ୍ତ୍ୟକ୍ତ ଲୋକ ତାଙ୍କୁ  ଠେଲାପେଲା ସହ ଧସ୍ତାଧସ୍ତି କରିଥିବା ଜଣାଯାଇଛି। ଏପରି ଅଭାବନୀୟ କାଣ୍ଡ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଘଟିଯାଇଛି।

ଅଭିଯୋଗ ଅନୁସାରେ, ସୁନ୍ଦରପୁର ଗାଁର ଗଙ୍ଗାଧର ସାହୁଙ୍କ ମୃତ୍ୟୁ ପ୍ରମାଣପତ୍ର ଲାଗି ପୁଅ ଗଣେଶ ଚାନ୍ଦବାଲି ମେଡିକାଲରେ ଆବେଦନ କରିଥିଲେ । ହେଲେ  ଏହି କାମ କରାଇ ଦେବାକୁ ବେସରକାରୀ କର୍ମଚାରୀଜଣକ ତାଙ୍କଠାରୁ ୫୦୦ ଟଙ୍କା ଦାବି କରିଥିଲେ । ଟଙ୍କା ନ ଦେଲେ ପ୍ରମାଣପତ୍ର ମିଳିବ ନାହିଁ ବୋଲି କହିଥିଲେ । ତେବେ ଗଣେଶ ଟଙ୍କା ଦେଇଦେବାରୁ ତତ୍‌କ୍ଷଣାତ ମାତ୍ର ଅଧ ଘଣ୍ଟାରେ ସେ ପ୍ରମାଣପତ୍ର ଦେଇ ଦେଇଥିଲେ । ତେବେ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା

ଏନେଇ ଅଭିଯୋଗକାରୀ ଗଣେଶ କହିଛନ୍ତି,  ମୋ ବାପାଙ୍କର ବର୍ଷେ ପୂର୍ବେ ମୃତ୍ୟୁ ହୋଇଥିଲା। ୩ ମାସ ପୂର୍ବେ ମୃତ୍ୟୁ ପ୍ରମାଣପତ୍ର ପାଇଁ ଆବେଦନ କରିଥିଲି। କର୍ମଚାରୀଜଣକ କହିଲେ,  ୱେବସାଇଟ ୬ ମାସ ପର୍ଯ୍ୟନ୍ତ ବନ୍ଦ ଅଛି। ୬ ମାସ ପରେ ଆସନ୍ତୁ। ଏହାପରେ କହିଲେ, ୫ଶହ ଟଙ୍କା ଦିଅନ୍ତୁ ଅଧ ଘଣ୍ଟାରେ କାମ ହୋଇଯିବ। ୫ଶହ ଟଙ୍କା ଦେବାରୁ ଅଧ ଘଣ୍ଟାରେ କାମ ହୋଇଗଲା।  ହେଲେ କର୍ମଚାରୀଜଣକ ଏହି  ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି।

The post ‘୫୦୦ ଟଙ୍କା ଦିଅ, ଅଧ ଘଣ୍ଟାରେ ମୃତ୍ୟୁ ପ୍ରମାଣପତ୍ର ନିଅ’ appeared first on Odisha Reporter.



from Odisha Reporter https://ift.tt/3iqN9Wu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages