ନୂଆଦିଲ୍ଲୀ: ତାଲିବାନ ଦଖଲରେ ଥିବା ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ଆର୍ଥିକ ସ୍ତରରେ ଦୁର୍ବଳ ଥିବା ଆଫଗାନରେ ଏବେ ଘୋର ଖାଦ୍ୟାଭାବ ଦେଖାଦେଇଛି। ଲୋକଙ୍କମାନେ ଦୁଇ ବେଳା ପେଟ ପୂରାଇ ଖାଇବାକୁ ଆଉ ପାଉଟ ହେଉଛନ୍ତି। ମେଡିକାଲ ସୁବିଧା ମଧ୍ୟ ସେମାନଙ୍କୁ ମିଳିପାରୁନାହିଁ।
ଏହାକୁ ଦୃଷ୍ଟିରେ ରଖି ପଡ଼ୋଶୀ ଆଫଗାନକୁ ସହଯୋଗ କରିବାକୁ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର। ଆଫଗାନ ସମସ୍ୟା କିଛି ପରିମାଣରେ ଲାଘବ କରିବା ପାଇଁ ଭାରତ ସରକାର ୫୦ ହଜାର ମେଟ୍ରିକ ଟନ୍ର ଗହମ ଓ ମେଡିକାଲ ସାମଗ୍ରୀ କାବୁଲ ପଠାଇ ବୋଲି ଯୋଜନା କରିଥିବା ଜଣାପଡ଼ିଛି।
ତାଲିବାନ ଆଫଗାନକୁ ଦଖଲ କରିବା ଦିନ ଠାରୁ ଭାରତ ଅନ୍ତର୍ଜାତୀୟ ଫୋରମରେ କାବୁଲକୁ ମାନବୀୟ ସହାୟତା କରିବା ପାଇଁ ଦାବି କରି ଆସୁଛି। ନିକଟରେ ଭାରତ ସରକାର ଜାତିସଂଘରେ ଆଫଗାନବାସୀଙ୍କ ଦୁଃଖଦୁର୍ଦ୍ଦଶା କଥା ସାରା ବିଶ୍ୱକୁ ଜଣାଇଥିଲେ। ଏଥିସହ ଯଥା ସମ୍ଭବ ଆଫଗାନକୁ ମେଡିକାଲ ଓ ଅନ୍ୟାନ୍ୟ ସହାୟତା ପଠାଇବାକୁ ବ୍ୟବସ୍ଥା କରିବାକୁ ଦାବି କରିଥିଲେ।
ବିଶ୍ୱର ଅନ୍ୟ ରାଷ୍ଟ୍ରଗୁଡ଼ିକ ଆଫଗାନକୁ ସହାୟତା କରିବାକୁ ଚିନ୍ତା କରୁଥିବା ବେଳେ ଭାରତ ନିଜ ଆଡ଼ୁ ଗହମ ଓ ମେଡିକାଲ ସାମଗ୍ରୀ ପଠାଇବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ତେବେ ଏଗୁଡ଼ିକ କେମିତି କାବୁଲରେ ପହଞ୍ଚିବ, ତା’ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଭାରତ ଓ କାବୁଲ ମଧ୍ୟରେ ଏବେ ସିଧାସଳଖ ବିମାନ ସେବା ବନ୍ଦ ରହିଛି। ଏପରି ସ୍ଥିତିରେ ତାଲିବାନ ସହ କଥା ହେବା ପରେ ହିଁ ଭାରତ ପକ୍ଷରୁ ସହାୟତା ପଠା ଯାଇପାରିବ।
ଗତ ମାସରେ ମଳିତ ଜାତିସଂଘର ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ ପକ୍ଷରୁ କୁହାଯାଇଥିଲା ଯେ ଆଫଗାନକୁ ଗହମ ପଠାଇବାକୁ ଭାରତ ସହ ଯୋଗାଯୋଗ ଚାଲିଛି। ଏବେ ଭାରତ ୫୦ ହଜାର ମେଟ୍ରିନ ଟନ୍ ଗହମ ଆଫଗାନକୁ ପଠାଇବାକୁ ଯୋଜନା କରିଛି। ଏହା ଜାତିସଂଘ ଜରିଆରେ ପଠାଯିବ ନା ସିଧାସଳଖ କାବୁଲ ଯିବ, ତା’ହା ଜଣାପଡ଼ିନି।
ଗତବର୍ଷ ଭାରତ ସରକାର ଆଫଗାନକୁ ୭୫ ହଜାର ମେଟ୍ରିନ ଟନ୍ ଗହମ ଦେଇଥିଲେ। ତେବେ ଏହା ଚାହାବାହାର ପୋର୍ଟ ଟ୍ରଷ୍ଟ ଦେଇ ଆଫଗାନ ଯାଇଥିଲା। ଭାରତ ଏବେ ଅଟ୍ଟାରୀ-ୱାଘ ସୀମାନ୍ତ ଦେଇ ପାକିସ୍ତାନ ରାସ୍ତାରେ ଗହମ ପଠାଇବାକୁ ବିଚାର କରିପାରେ। ହେଲେ ପାକିସ୍ତାନ ଏଥିପାଇଁ ଅନୁମତି ନ ଦେବାର ଆଶଙ୍କା ରହିଛି।
କାରଣ ପୂର୍ବରୁ ହିଁ ଭାରତ-ଆଫଗାନ ମଧ୍ୟରେ ୨ ପାକ୍ଷିକ ଶିଳ୍ପ ସମ୍ପର୍କକୁ ପାକିସ୍ତାନ ବିରୋଧ କରି ଆସିଛି। ପାକିସ୍ତାନ କେବଳ ଆଫଗାନକୁ ବିଭିନ୍ନ ସାମଗ୍ରୀ ତା’ ସୀମାନ୍ତ ଦେଇ ଭାରତକୁ ରପ୍ତାନୀ କରିବାକୁ ଅନୁମତି ଦେଇଛି। ଭାରତ କିନ୍ତୁ ଉକ୍ତ ରାସ୍ତାରେ ଆଫଗାନକୁ କୌଣସି ସାମଗ୍ରୀ ପଠାଇ ପାରିବ ନାହିଁ। ଏବେ ଭାରତ ଯଦି ପାକିସ୍ତାନ ସୀମା ବ୍ୟବହାର କରିବ, ତା’ହେଲେ ଜାତିସଂଘକୁ ଏଥିରେ ହସ୍ତକ୍ଷେପ କରିବାକୁ ପଡ଼ିବ। ତେଣୁ ଆଫଗାନକୁ ଭାରତରୁ କେମିତି ଗହମ ଯାଉଛି ତା’ ଉପରେ ସମସ୍ତଙ୍କ ନଜର।
The post ଆଫଗାନରେ ଖାଦ୍ୟ ସଙ୍କଟ, ୫୦ ହଜାର ମେଟ୍ରିକ ଟନ୍ ଗହମ ପଠାଇବ ଭାରତ appeared first on Odisha Reporter.
from Odisha Reporter https://ift.tt/3AOeyYY
No comments:
Post a Comment