ମୁମ୍ବାଇ: ବଲିଉଡ ଅଭିନେତା ଅର୍ଜୁନ କପୁର। ସେ ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ। ସେ ନିଜ ପ୍ରର୍ସନାଲ ଏବଂ ପ୍ରଫେସନାଲ ଜୀବନ ବିଷୟରେ ପ୍ରାୟତଃ ନିଜ ଫ୍ୟାନ୍ମାନଙ୍କୁ ସୋଶାଲ ମିଡିଆ ଜରିଆରେ ସୂଚନା ଦିଅନ୍ତି। କିନ୍ତୁ ଏବେ ଅର୍ଜୁନ୍ ଏସବୁ ଠାରୁ ଦୂରେଇ ଯିବାକୁ ନିଷ୍ପତ୍ତି ନେଇଛନ୍ତି। ସୋଶାଲ ମଡିଆରୁ ଗାଏବ ହେବାକୁ ସେ ମନ କରିଛନ୍ତି।
ଅର୍ଜୁନ୍ ଏବେ ଡିଜିଟାଲ ଡିଟକ୍ସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏନେଇ ସୋଶାଲ ମିଡିଆ ଜରିଆରେ ଏକ ପୋଷ୍ଟ ଶେୟାର କରି ସୂଚନା ଦେଇଛନ୍ତି। ଅର୍ଜୁନ ତାଙ୍କ ଇନ୍ଷ୍ଟାଗ୍ରାମର ଷ୍ଟୋରିରେ ଲେଖିଛନ୍ତି, ‘ଏବେ ଗାଏବା ହେବାର ସମୟ ଆସିଛି।’ ଏହି ପୋଷ୍ଟ ଜରିଆରେ ସେ ସୋଶାଲ ମିଡିଆଠାରୁ ସନ୍ୟାସ ନେବା ପାଇଁ ଇସାରା କରିଛନ୍ତି।
ନିକଟରେ ଅର୍ଜୁନ ନିଜ ମା’ଙ୍କ ପାଇଁ ଏକ ପୋଷ୍ଟ ଶେୟାର କରିଥିଲେ। ସେ ଆଜି ବି ତାଙ୍କ ମା’ଙ୍କୁ ବେଶ୍ ମନେ ପକାଉଛନ୍ତି। ସେ ପୋଷ୍ଟ ଶେୟାର କରି ‘ଲଭ୍ ୟୁ ମା’, ମୁଁ ଆଜି ବି ତୁମକୁ ବେଶ୍ ମନେ ପକାଉଛି’ ବୋଲି ଲେଖିଥିଲେ।
ଏବେ ଅର୍ଜୁନ କପୁର ତାଙ୍କ ଅପ୍କମିଂ ଫିଲ୍ମ ‘ଏକ ଭିଲେନ୍ ରିଟର୍ଣ୍ଣ’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ସେ ଏହି ଫିଲ୍ମ ଉପରେ ଅଧିକ ଧ୍ୟାନ ଦେବାକୁ ଚହୁଁଛନ୍ତି। ‘ଏକ ଭିଲେନ୍ ରିଟର୍ଣ୍ଣ’ ହେଉଛି ୨୦୧୪ରେ ରିଲିଜ ହୋଇଥିବା ଫିଲ୍ମ ‘ଏକ ଭିଲେନ୍’ର ସିକ୍ୱେଲ ପାର୍ଟ। ଏହାର ନିର୍ଦ୍ଦେଶନା ମୋହିତ ସୁରି କରୁଛନ୍ତି। ଏହି ଫିଲ୍ମର ଲିଡ୍ ରୋଲରେ ଅର୍ଜୁନ କପୁର ଥିବାବେଳେ ଅନ୍ୟ ପ୍ରମୁଖ ଭୂମିକାରେ ଜନ୍ ଅବ୍ରାହମ, ଦିଶା ପଟାନି ଏବଂ ତାରା ସୁତାରିଆ ନଜର ଆସିବେ।
The post ଗାଏବ ହେବାକୁ ନିଷ୍ପତ୍ତି ନେଲେ ଅର୍ଜୁନ appeared first on Odisha Reporter.
from Odisha Reporter https://ift.tt/3AOeCYI
No comments:
Post a Comment