ଶ୍ରୀନଗର: ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ଟାର୍ଗେଟରେ ସାଧାରଣ ନାଗିରକ। ରବିବାର ଦିନ ଶୋପିଆନ ଜୈନାପୋରା ଅଞ୍ଚଳର ବାବାପୋରା ଠାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଜଣେ ଅଜ୍ଞାତ ବନ୍ଧୁକଧାରୀ ଉକ୍ତ ବ୍ୟକ୍ତିଙ୍କ ଉପରକୁ ଗୁଳି ମଡ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି।
ଜମ୍ମୁ-କଶ୍ମୀର ପୁଲିସ ଏବଂ ସେନା ଆତଙ୍କବାଦୀଙ୍କ ଉପରେ କଟକଣା ଜାରି କରିବା ପରେ ଉପତ୍ୟକାରେ ଅତି କମରେ ୧୧ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ନିହତମାନଙ୍କ ମଧ୍ୟରେ ୫ ଜଣ ବିହାରର ଶ୍ରମିକ ହୋଇଥିବାବେଳେ ଦୁଇ ଜଣ ଶିକ୍ଷକ ସମେତ କଶ୍ମୀରର ଅଳ୍ପସଂଖ୍ୟକ ସମ୍ପ୍ରଦାୟର ଅଛନ୍ତି।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତିନି ଦିନିଆ ଜାମ୍ମୁ କଶ୍ମୀର ଗସ୍ତରେ ଥିବା ବେଳେ ଏହି ଆକ୍ରମଣ ହୋଇଛି। ଶନିବାର ଦିନ ଅମିତ ଶାହା ସାଧାରଣ ନାଗରିକଙ୍କ ଉପରେ ଆକ୍ରମଣ ପରେ କାଶ୍ମୀର ଉପତ୍ୟକାରେ ଆତଙ୍କବାଦ ମୁକାବିଲା ପାଇଁ ନିଆଯାଇଥିବା ସୁରକ୍ଷା ପରିସ୍ଥିତିର ସମୀକ୍ଷା କରିଥିଲେ। ଗତକାଲି ସେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ଜାମ୍ମୁ କାଶ୍ମୀରର ପୁଲିସ୍ ପରଭେଜ୍ ଦାରଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।
The post ଘାଟିରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି କରି ହତ୍ୟା appeared first on Odisha Reporter.
from Odisha Reporter https://ift.tt/3jymYhj
No comments:
Post a Comment