ସବୁ ଡିଲିଟ୍ କରି ଦେଇଛନ୍ତି ଅନନ୍ୟା!  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 24, 2021

ସବୁ ଡିଲିଟ୍ କରି ଦେଇଛନ୍ତି ଅନନ୍ୟା! 

ମୁମ୍ବାଇ: ଡ୍ରଗ୍ସ ମାମଲରେ ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ ଗିରଫ ହେବା ପରେ ଅଭିନେତ୍ରୀ ଅନନ୍ୟା ପାଣ୍ଡେ ମଧ୍ୟ ଫସି ଯାଇଛନ୍ତି। ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ଗଞ୍ଜେଇ ନେଇ ହ୍ୱାଟ୍‌ସଆପ୍‌ରେ ମେସେଜ୍‌ ଦିଆନିଆ ହୋଇଥିବା ବେଳେ ଏହା ଏନ୍‌ସିବି ହାତରେ ଲାଗିଛି। ଏମିତିକି ଏକ ମେସେଜ୍‌ରେ ଆର୍ଯ୍ୟନଙ୍କ ପାଇଁ ଅନନ୍ୟା ଗଞ୍ଜେଇ ଯୋଗାଡ଼ କରି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡ଼ିଛି।

ଶୁକ୍ରବାର ଦିନ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଅନନ୍ୟାଙ୍କ ଘରେ ଚଢ଼ାଉ କରିଥିଲା। ପରେ ଏନ୍‌ସିବି ଅଫିସ୍‌ରେ ତାଙ୍କୁ ପଚରାଉଚରା କରାଯାଇଥିଲା। ସେହିପରି ଶନିବାର ତାଙ୍କୁ ପୁଣି ଥରେ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିଲା। ଆସନ୍ତାକାଲି ମଧ୍ୟ ଏନ୍‌ସିବି କାର୍ଯ୍ୟାଳୟରେ ହାଜର ହେବା ପାଇଁ ତାଙ୍କୁ କୁହାଯାଇଛି।

ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଯାହା ଜଣାପଡ଼ିଛି, ଅନନ୍ୟାଙ୍କ ବିରୋଧରେ ଏନ୍‌ସିବିକୁ ସେମିତି କିଛି ପ୍ରମାଣ ମିଳିପାରି ନାହିଁ। ସେହି ହ୍ୱାଟ୍ସଆପ୍ ଚାଟ୍‌ ମେସେଜ୍ ଛଡ଼ା ଏନ୍‌ସିବି ପାଖରେ ଆଉ କିଛି ନାହିଁ। ସେଥିପାଇଁ ଏହି କେନ୍ଦ୍ରୀୟ ସଂସ୍ଥା ପକ୍ଷରୁ ଅନନ୍ୟାଙ୍କୁ ବାରମ୍ବାର ପଚରାଉଚରା ପାଇଁ ଡକାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ଘରେ ରେଡ୍‌ ବେଳେ ଏନ୍‌ସିବି ଅନନ୍ୟାଙ୍କର ଦୁଇଟି ମୋବାଇଲ୍ ଫୋନ୍ ଓ ଲ୍ୟାପ୍‌ଟପ୍ ଜବତ କରିଛି। ତେବେ ଏନ୍‌ସିବି ନେବା ପୂର୍ବରୁ ସେ କୁଆଡ଼େ ସବୁ କିଛି ଡିଲିଟ୍ କରି ଦେଇଥିଲେ। ଏନ୍‌ସିବି ଏବେ ତାଙ୍କ ମୋବାଇଲ୍ ଓ ଲ୍ୟାପଟପ୍‌ରୁ ଡିଲିଟି ହୋଇଥିବା ଡାଟା ଗୁଡ଼ିକୁ ପୁଣି ପାଇବା ପାଇଁ ପ୍ରୟାସ କରୁଛି।

କୁହାଯାଉଛି, ତାଙ୍କ ମୋବାଇଲ୍‌ରେ ଗୁଡ଼ାଏ ଗୁରୁତ୍ୱପୂର୍ଣ୍ଣ ଡାଟା ଥିଲା, ଯାହା ତାଙ୍କ ବିପକ୍ଷରେ ଯାଇଥା’ନ୍ତା। ସୂଚନା ଅନୁଯାୟୀ, ୨୦୧୮-୧୯ରେ ଅନନ୍ୟା କିଛି ଡ୍ରଗ୍ସ ବିକ୍ରେତା ଓ ଯୋଗାଣକାରୀଙ୍କ ଫୋନ୍ ନମ୍ବର ଆର୍ଯ୍ୟନ ଖାଁଙ୍କୁ ଦେଇଥିଲେ। ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟ୍‌ରୁ ଏନ୍‌ସିବି ଏହି ତଥ୍ୟ ପାଇଥିବା ବେଳେ ଅନନ୍ୟା ଏହାକୁ ଖଣ୍ଡନ କରୁଛନ୍ତି।

ଅକ୍ଟୋବର ୩ ତାରିଖରେ ଗିରଫ ହୋଇଥିବା ଆର୍ଯ୍ୟନ ଆର୍ଥର ରୋଡ୍ ଜେଲ୍‌ରେ ଅଛନ୍ତି। ତାଙ୍କୁ ଏଯାଏଁ ଜାମିନ୍ ମିଳିପାରିନି। ଅକ୍ଟୋବର ୨୬ରେ ବମ୍ବେ ହାଇକୋର୍ଟରେ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି ହେବାର ଅଛି।

The post ସବୁ ଡିଲିଟ୍ କରି ଦେଇଛନ୍ତି ଅନନ୍ୟା!  appeared first on Odisha Reporter.



from Odisha Reporter https://ift.tt/3GfaSDA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages