ମୁମ୍ବାଇ: ନିରାଶ ହୋଇଛନ୍ତି ବଲିଉଡ୍ ଷ୍ଟାର ଶାହରୁଖ ଖାଁଙ୍କ ପୁଅ ଆର୍ଯ୍ୟନ। ମିଳିଲାନି ଜାମିନ୍। ତାଙ୍କ ଆବେଦନକୁ ପୁଣି ଖାରଜ କରି ଦେଇଛନ୍ତି ମୁମ୍ବାଇର ଏକ କୋର୍ଟ।
ଜାମିନ ଆବେଦନ ଖାରଜ ହୋଇଯିବା ପରେ ଆର୍ଯ୍ୟନଙ୍କ ଓକିଲ କହିଛନ୍ତି ଯେ ସେମାନେ ହାଇକୋର୍ଟ ଯିବେ। କ୍ରୁଜ୍ ଶିପ୍ରେ ଚଢ଼ାଉ ବେଳେ ଆର୍ଯ୍ୟନ ଖାଁଙ୍କ ପାଖରୁ କିଛି ଡ୍ରଗ୍ସ ମିଳି ନଥିଲା ବୋଲି ସେ ଯୁକ୍ତି ବାଢ଼ିଛନ୍ତି।
କ୍ରୁଜ୍ ପାର୍ଟିରେ ଡ୍ରଗ୍ସ କାରବାର ନେଇ ଆର୍ଯ୍ୟନଙ୍କୁ ଗିରଫ କରିଛି ଏନ୍ସିବି। ଅକ୍ଟୋବର ୨ରେ ଚଢ଼ାଉ ବେଳେ ତାଙ୍କୁ ଧରା ଯାଇଥିଲା। ଅକ୍ଟୋବର ୩ ତାରିଖରେ ତାଙ୍କୁ ଗିରଫ କରାଯାଇଥିଲା। ଅକ୍ଟୋବର ୮ ତାରିଖରୁ ସେ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍ରେ ଅଛନ୍ତି।
ଆର୍ଯ୍ୟନ ଖାଁଙ୍କ ସହିତ ତାଙ୍କ ବନ୍ଧୁ ଅରବାଜ ମର୍ଚ୍ଚାଣ୍ଟ ଏବଂ ଅନ୍ୟ ୭ ଜଣଙ୍କୁ ଏନ୍ସିବି ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, କ୍ରୁଜ୍ ପାର୍ଟି ବେଳେ ଆର୍ଯ୍ୟନ ଓ ଜଣେ ଅଭିନେତ୍ରୀଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ କଥାବାର୍ତ୍ତା ହୋଇଥିଲା। ପୂର୍ବ ଶୁଣାଣି ବେଳେ ଏନ୍ସିବି ପକ୍ଷରୁ ସେମାନଙ୍କ ମଧ୍ୟରେ ଆଦାନପ୍ରଦାନ ହୋଇଥିବା ଚାଟ୍ ମେସେଜ୍ ଗୁଡ଼ିକୁ କୋର୍ଟରେ ଦାଖଲ କରାଯାଇଥିଲା। ଏହା ସହିତ କିଛି ଡ୍ରଗ୍ସ ବିକ୍ରେତାଙ୍କ ସହିତ ଆର୍ଯ୍ୟନଙ୍କର ହୋଇଥିବା ଚାଟ୍ ମେସେଜ୍କୁ ମଧ୍ୟ କୋର୍ଟରେ ଦାଖଲ କରିଥିଲା ଏନ୍ସିବି। ତେବେ କିଏ ସେ ଅଭିନେତ୍ରୀ ସେ ନେଇ କିଣି ଜଣାପଡ଼ି ନାହିଁ।
The post ଆର୍ଯ୍ୟନ ପୁଣି ନିରାଶ, ମନ୍ନତ ଫେରିବା ଆଶା ମଉଳିଲା appeared first on Odisha Reporter.
from Odisha Reporter https://ift.tt/3BYFXJf
No comments:
Post a Comment