ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 8, 2021

ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ

ନୂଆଦିଲ୍ଲୀ: ଆର୍‌ବିଆଇ ଦ୍ୱାରା ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା। ରେପୋ ରେଟରେ କୌଣସି ପରିବର୍ତ୍ତନ ହେବନି । ଭାରତୀୟ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ସମୀକ୍ଷା ବୈଠକରେ (MPC) ଏହି ଘୋଷଣା ହୋଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ପୂର୍ବ ଭଳି ରେପୋ ରେଟ୍ ୪% ଓ ରିଭର୍ସ ରେପୋ ରେଟ୍ ୩.୩୫% ରହିବ। ଅର୍ଥାତ ୮ମ ଥର ପାଇଁ ରେପୋ ରେଟ୍‌ରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ।

ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ କହିଛନ୍ତି ଏବେ କରୋନା ପରିସ୍ଥିତି ସୁଧୁରି ନାହିଁ । ମୁଦ୍ରାନୀତି ସମିତି ବୈଠକର(MPC) ଆଶାୟୀଙ୍କ ଅନୁସାରେ ଅର୍ଥନୀତି ଆଗକୁ ବଢ଼ୁଛି। କୋଭିଡ ଟିକାକରଣ ଯୋଗୁ ଅର୍ଥନୀତିରେ ସୁଧାର ଆସୁଛି। MPCର ଲଗାତାର ତିନିଦିନର ବୈଠକ ପରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ କହିଛନ୍ତି ଆରବିଆଇରେ ରେପୋ ରେଟ ଓ ରିଭର୍ସ ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ।

ସୁଧ ହାର ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟ ବିଶିଷ୍ଟ ‘ଏମ୍‌ପିସି’ ସର୍ବସମ୍ମତିକ୍ରମେ ମତ ଦେଇଥିଲେ। ଦେଶର ଅଭିବୃଦ୍ଧିକୁ ଆବଶ୍ୟକ ଯାଏଁ ସମର୍ଥନ ଯୋଗାଇ ଦେବା ଓ ମୁଦ୍ରାସ୍ଫିତିକୁ ନିର୍ଦ୍ଧାରିତ ଲକ୍ଷ୍ୟ ମଧ୍ୟରେ ସୀମିତ ରଖିବା ଲାଗି ଏହା ଆବଶ୍ୟକ ବୋଲି ‘ଏମ୍‌ପିସି’ କହିଛି।

ଛଅ ଜଣିଆ ମନିଟାରି ପଲିସି ବୈଠକ (MPC) ଅକ୍ଟୋବର ୬ ତାରିଖ ଦିନ ଆରମ୍ଭ ହୋଇ ଆଜି ସରିଛି । ଆର ବି ଆରବିଆଇ ବର୍ଦ୍ଧିତ ଦରଦାମ କୁ କମ କରିବା ଓ ଅର୍ଥନୈତିକ ଅଭିବୃଦ୍ଧିକୁ ସୁଧାରିବା ପାଇଁ ଧ୍ୟାନ କେନ୍ଦ୍ରିତ କରୁଛି।

The post ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଆର୍‌ବିଆଇ appeared first on Odisha Reporter.



from Odisha Reporter https://ift.tt/2WSeEAS

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages