ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦାମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, October 12, 2021

ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦାମ

ନୂଆଦିଲ୍ଲୀ: ମହଙ୍ଗା ମାଡ଼ରୁ ଲୋକଙ୍କୁ ନିସ୍ତାର ମିଳୁନି। କ୍ରମାଗତ ୭ ଦିନ ବଢ଼ିବା ପରେ ଆଜି ପେଟ୍ରୋଲ ଓ ଡିଜେଲ ଦର ସ୍ଥିର ରହିଛି। ତଥାପି ଏହାର ଦାମ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। ଲୋକମାନେ ବର୍ଦ୍ଧିତ ଦରକୁ ନେଇ ଆଉଟପାଉଟ ହେଉଥିବା ବେଳେ ଆଜି ଦିଲ୍ଲୀରେ ସିଏନଜି ଓ ପିଏନଜି ଦାମ ବଢ଼ିଛି। ଆଜି ସକାଳୁ ଦିଲ୍ଲୀ ଓ ଏନସିଆର ରିଜନରେ ବର୍ଦ୍ଧିତ ଦର ଲାଗୁ କରାଯାଇଛି।

ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ସିଏନଜିର କେଜି ପିଛା ଦର ୪୯.୭୬ ଟଙ୍କା ଓ ପିଏନଜିର ଦାମ ୩୫.୧୧ ଟଙ୍କାରେ ପହଞ୍ଚି ଯାଇଛି। ସେହିପରି ନୋଏଡା, ଗ୍ରେଟର ନୋଏଡା ଓ ଗାଜିଆବାଦରେ ସିଏନଜିର ଦର ୫୬.୦୨ ଟଙ୍କା ଏବଂ ପିଏନଜି ୩୪.୮୬ ଟଙ୍କାରେ ବିକ୍ରି ହେଉଛି। ଗୁରୁଗ୍ରାମରେ ସିଏନଜିର କେଜି ପିଛା ଦର ୫୮.୨୦ ଟଙ୍କା ଓ ପିଏନଜିର ଦାମ ୩୩.୩୧ ଟଙ୍କା ରହିଛି।


ବିଗତ ୧୦ ଦିନ ମଧ୍ୟରେ ସିଏନଜି ଦାମ ଦ୍ୱିତୀୟ ଥର ବଢ଼ିଛି। ଆଜି ସିଏନଜି ଦର ପ୍ରାୟ ୨.୫ ଟଙ୍କା ମହଙ୍ଗା ହୋଇଛି। ଅକ୍ଟୋବର ୨ରେ ସିଏନଜିର କେଜି ପିଛା ଦାମ ୨.୨୮ ଓ ପିଏନଜି ୨.୧୦ ଟଙ୍କା ବଢ଼ିଥିଲା।

The post ମହଙ୍ଗା ମାଡ଼ରୁ ନିସ୍ତାର ନାହିଁ, ପୁଣି ବଢ଼ିଲା ସିଏନଜି ଓ ପିଏନଜି ଦାମ appeared first on Odisha Reporter.



from Odisha Reporter https://ift.tt/3DBpI5b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages