ଧାରଣାସ୍ଥଳରୁ ଅଖିଲେଶଙ୍କୁ ଟେକିନେଲା ପୁଲିସ୍‌, ଜାଳିଦେଲେ ଭ୍ୟାନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ଧାରଣାସ୍ଥଳରୁ ଅଖିଲେଶଙ୍କୁ ଟେକିନେଲା ପୁଲିସ୍‌, ଜାଳିଦେଲେ ଭ୍ୟାନ୍‌

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ଘଟିଥିବା ହିଂସାକାଣ୍ଡ ବିସ୍ଫୋରକ ରୂପ ଧାରଣ କରିବାରେ ଲାଗିଛି। ଘଟଣାକୁ ବିରୋଧ କରି ସବୁ ରାଜନୀତିକ ଦଳ ସରକାରଙ୍କ ବିରୋଧରେ ବିକ୍ଷୋଭ କରିବାରେ ଲାଗିଛନ୍ତି। ଏହିକ୍ରମରେ ଆଜି ଅଖିଲେଶ ଯାଦବ ମଧ୍ୟ ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଚାହିଁଥିଲେ।

ଏଥିପାଇଁ ସମାଜବାଦୀ ପାର୍ଟିର ଶତାଧିକ କର୍ମୀ ଲକ୍ଷ୍ନୌ ସ୍ଥିତ ଅଖିଲେଶଙ୍କ ବାସଭବନରେ ପହଞ୍ଚିଥିଲେ। ହେଲେ ପୁଲିସ୍‌ ଅଖିଲେଶଙ୍କୁ ପ୍ରଥମେ ଗୃହବନ୍ଦୀ କରିଥିଲା। ତଥାପି ସେ ଘରୁ ବାହାରି ରାଜରାସ୍ତାରେ ଧାରଣାରେ ବସିଥିଲେ। ତାଙ୍କ ସହ ପୁଲିସ୍‌ ଆଲୋଚନା କରି ବୁଝାଇବାକୁ ଚେଷ୍ଟା କରିଥିଲା।

ହେଲେ ସେ ଧାରଣାରୁ ଉଠି ନଥିଲେ। ଫଳରେ ପୁଲିସ୍‌ ତାଙ୍କୁ ଧାରଣା ସ୍ଥଳରୁ ଟେକିନେଇଛି। ତାଙ୍କୁ ଏସଏଚ୍‌ଓ ହଜରତଗଞ୍ଜ ପୁଲିସ୍‌ ଗାଡ଼ିରେ ଥାନାକୁ ନିଆଯାଇଥିବା ଜଣାପଡ଼ିଛି। କିଛି ଦଳୀୟ ନେତା ମଧ୍ୟ ଅଖିଲେଶଙ୍କ ସହ ପୁଲିସ୍‌ ଦ୍ୱାରା ଅଟକ ରହିଛନ୍ତି।

ଅନ୍ୟପକ୍ଷରେ ଅଖିଲେଶଙ୍କ ବାସଭବନ ଆଗରେ ରହିଥିବା ଗୋଟିଏ ପୁଲିସ୍‌ ଭ୍ୟାନକୁ ବିକ୍ଷୋଭକାରୀମାନେ ଜାଳି ଦେଇଛନ୍ତି। ପୁଲିସ୍‌ ଅଖିଲେଶଙ୍କୁ ଲଖିମପୁର ଖେରି ଯିବାକୁ ଅଟକାଇବାରୁ ସେ ଘର ଆଗରେ ଧାରଣାରେ ବସିଥିଲେ। ଧାରଣାସ୍ଥଳର କିଛି ମିଟର ଦୂରରେ ହିଁ ପୁଲିସ୍‌ ଗାଡ଼ିଆରେ ନିଆଁ ଲଗାଇ ଦିଆଯାଇଛି।

ନିଆଁକୁ ଆୟତ୍ତ କରିବା ପାଇଁ ପୁଲିସ୍‌ ଉଦ୍ୟମ କରୁଥିବା ବେଳର ଭିଡିଓ ସାମ୍ନାକୁ ଆସିଛି। ପୁଲିସ୍‌ କହିଛି ଯେ ଆମେ ଘର ଭିତରକୁ ଯାଇଥିବା ବେଳେ ଏପରି ଘଟଣା ଘଟିଛି। କିଏ ଭ୍ୟାନରେ ନିଆଁ ଲଗାଇଲା ସେକଥା ଜଣାପଡ଼ିନି। ବର୍ତ୍ତମାନ ଘଟଣାର ତଦନ୍ତ କରାଯାଉଛି।


ରବିବାର ଲଖିମପୁର ଖେରିରେ ଚାଷୀ ଆନ୍ଦୋଳନ ବେଳେ ବ୍ୟାପକ ହିଂସକାଣ୍ଡ ଘଟିଥିଲା। ଏଥିରେ ୪ ଚାଷୀଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ନେଇ ଆଜି ଭୋର ସମୟରୁ ହିଁ ବିକ୍ଷୋଭ ଓ ଧାରଣା ଆରମ୍ଭ ହୋଇଛି। ଅଖିଲେଶଙ୍କ ପୂର୍ବରୁ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରା ଲଖିମପୁର ଯିବାକୁ ଚାହିଁଥିଲେ।

କିନ୍ତୁ ପୁଲିସ୍‌ ତାଙ୍କୁ ସୀତାପୁର ନିକଟରେ ଅଟକ ରଖିଥିଲା। ସେହିପରି ଆପ ନେତା ସଞ୍ଜ ସିଂହ ମଧ୍ୟ ଚାଷୀଙ୍କ ପରିବାର ବର୍ଗଙ୍କୁ ଭେଟି ପୁଲିସ୍‌ ଦ୍ୱାରା ଅଟକ ହୋଇଛନ୍ତି।

The post ଧାରଣାସ୍ଥଳରୁ ଅଖିଲେଶଙ୍କୁ ଟେକିନେଲା ପୁଲିସ୍‌, ଜାଳିଦେଲେ ଭ୍ୟାନ୍‌ appeared first on Odisha Reporter.



from Odisha Reporter https://ift.tt/3mpbP2S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages