ରାମତରା ବେଳାଭୂମିରେ ୮ କୁଇଣ୍ଟାଲର ସାର୍କ ମାଛ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 4, 2021

ରାମତରା ବେଳାଭୂମିରେ ୮ କୁଇଣ୍ଟାଲର ସାର୍କ ମାଛ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଶିଆଳି ରାମତରା ପାଖ ସମୁଦ୍ର ବେଳାଭୂମିରେ ଲାଗିଛି ମୃତ ସାର୍କ ମାଛ । ମୃତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ହେବ। ଏହାର ଓଜନ ପ୍ରାୟ ୭ରୁ ୮ କୁଇଣ୍ଟାଲ ହେବ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲ ବିଭାଗ କର୍ମଚାରୀ ସମୁଦ୍ର ବେଳାଭୂମିରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ମୃତ ମାଛଟିକୁ ସମୁଦ୍ର ବାଲିରେ ଅଧା ପୋତି ହୋଇଥିବା ରହିଥିବା ଦେଖିବାକୁ ପାଇଥିଲେ। ଆଜି ସକାଳେ ତାକୁ ଉଦ୍ଧାର କରାଯାଇ ଦଉଡିରେ ବାନ୍ଧି ରଖାଯାଇଛି। ଜୁଆରରେ ମାଛଟି ସମୁଦ୍ର ଭିତରକୁ କାଳେ ଚାଲିଯିବ, ସେଥିପାଇଁ ମାଛଟିକୁ ଦଉଡିରେ ବାନ୍ଧି ରଖାଯାଇଥିବା କୁଜଙ୍ଗ ବନାଞ୍ଚଳ ରେଞ୍ଜ ଅଫିସର ରଞ୍ଜନ ମିଶ୍ର କହିଛନ୍ତି।

ସେ କହିଛନ୍ତି, ସାର୍କର ମୃତଦେହକୁ  ଆଜି ବ୍ୟବଚ୍ଛେଦ କରାଯିବ।  ବ୍ୟବଚ୍ଛେଦ  ରିପୋର୍ଟ ଆସିଲେ ସାର୍କର କେମତି ମୃତ୍ୟୁ ଘଟିଲା ସେନେଇ ସ୍ପଷ୍ଟ ହେବ। ସାର୍କ ମାଛର କଣ୍ଟାକୁ ରଖାଯିବ।  କିନ୍ତୁ ତାହାର ମୃତଦେହକୁ କେମିକାଲ୍ସ ଦିଆଯାଇ ପୋତି ଦିଆଯିବ।

The post ରାମତରା ବେଳାଭୂମିରେ ୮ କୁଇଣ୍ଟାଲର ସାର୍କ ମାଛ appeared first on Odisha Reporter.



from Odisha Reporter https://ift.tt/3FiBBhQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages