ରାୟପୁର: ଛତିଶଗଡ଼ର ରାଜନନ୍ଦ ଗ୍ରାମରେ ଆଟିବିପିର ୨୧ ଯବାନଙ୍କୁ ଫୁଡ୍ ପଏଜନିଂ ବା ଖାଦ୍ୟ ବିଷକ୍ରିୟା ହୋଇଛି। ଯାହା ପରେ ଯବାନମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ସମସ୍ତ ଯବାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା ଜଣାପଡ଼ିଛି। ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ, ୨୧ ଜଣ ଯବାନଙ୍କୁ ଗୁରୁବାର ସିଭିଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।
ଯବାନମାନେ ମେସରେ ନନଭେଜ୍ ଖାଦ୍ୟ ଖାଇଥିଲେ। ଯାହା ପରେ ସମସ୍ତଙ୍କୁ ପେଟରେ ଯନ୍ତ୍ରଣା ହୋଇଥିଲା। ବରିଷ୍ଠ ଅଧିକାରୀମାନେ ଏହି ଖବର ପାଇବା ମାତ୍ରକରେ କ୍ୟାମ୍ପରେ ଉତ୍ତେଜନା ଦେଖାଦେଇଥିଲା। ସମସ୍ତଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେମାନଙ୍କୁ ଚିକିତ୍ସା କରାଯାଉଛି। CMHO ଡାକ୍ତର ମିଥିଲେଶ ଚୌଧୁରୀ କହିଛନ୍ତି ଯେ ବର୍ତ୍ତମାନ ଯବାନମାନଙ୍କ ଅବସ୍ଥା ଭଲ ଅଛି। ତେବେ ସେମାନଙ୍କର ଚିକିତ୍ସା ପାଇଁ ଡାକ୍ତରଖାନାରେ ରଖାଯାଇଛି।
छत्तीसगढ़ः राजनांदगांव में आईटीबीपी के 21 जवानों को फूड प्वाइजनिंग होने के बाद अस्पताल में भर्ती कराया गया।
मुख्य चिकित्सा स्वास्थ्य अधिकारी ने बताया, "21 जवानों को कल सिविल अस्पताल में भर्ती किया गया है। परसों नॉनवेज खाने के बाद उनको तकलीफ शुरू हुई। सभी की स्थिति ठीक है।" pic.twitter.com/4QjopAAbif
— ANI_HindiNews (@AHindinews) October 22, 2021
ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣେ ଯବାନ କହିଛନ୍ତି ଯେ ସେ ଦିନକ ପୂର୍ବରୁ ସର୍ଚ୍ଚିଂରେ ଯାଇଥିଲେ। ରାତିରେ ଫେରିବା ପରେ ସେ ମେସରେ ପ୍ରସ୍ତୁତ ହୋଇଥିବା ଖାଦ୍ୟ ଖାଇଥିଲେ। ରାତ୍ର ଭୋଜନରେ ପନୀର ଓ ନନଭେଜ୍ ଦିଆଯାଇଥିଲା। ଯାହାକୁ ଖାଇବା ପରେ ପେଟରେ ହଠାତ୍ ଯନ୍ତ୍ରଣା ହୋଇଥିଲା। ଆଉ ସମସ୍ତଙ୍କୁ ବାନ୍ତି ଓ ମୁଣ୍ଡାବିନ୍ଧା ମଧ୍ୟ ଆରମ୍ଭ ହୋଇଥିଲା। ଏହା ପରେ ସମସ୍ତଙ୍କୁ ଡାକ୍ତରଖାନା ନିଆଯାଇଥିଲା, ଯେଉଁଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିଛି। ଏହା ସହିତ ଯବାନ ଆହୁରି କହିଛନ୍ତି ଯେ ସର୍ଚ୍ଚ ଅପରେସନ ବେଳେ ସେମାନେ ଗ୍ରାମାଞ୍ଚଳରେ ଥିବା ବୋରିଂ ପାଣି ପିଇଥିଲେ। ବୋଧହୁଏ ଏହି ପାଣି ଯୋଗୁଁ ଏପରି ସମସ୍ୟା ମଧ୍ୟ ହୋଇଥାଇପାରେ।
ବର୍ତ୍ତମାନ ସମସ୍ତ ଯବାନ ବିପଦମୁକ୍ତ ଅଛନ୍ତି ଏବଂ ସ୍ୱାସ୍ଥ୍ୟ ଅଧିକାରୀମାନେ ଖାଦ୍ୟ ବିଷାନ୍ତ ହେବା ନେଇ ତଦନ୍ତ ଆରମ୍ଭ କରିଦେଇଛନ୍ତି। ରିପୋର୍ଟ ଆସିବା ପରେ ହିଁ ସ୍ପଷ୍ଟ ହେବ ଯେ ତାଙ୍କ ପେଟରେ ସମସ୍ୟା ମେସ୍ ଫୁଡ୍ ଖାଇବା ଦ୍ୱାରା ନା ବୋରିଂ ପାଣି ପିଇବା ଯୋଗୁ ହୋଇଛି।
The post ମେସ୍ ଖାଦ୍ୟ ଖାଇ ହସ୍ପିଟାଲରେ ୨୧ ଯବାନ appeared first on Odisha Reporter.
from Odisha Reporter https://ift.tt/3B05MHj
No comments:
Post a Comment