ସିମଲା: ହିମାଚଳ ପ୍ରଦେଶରେ ଜାରି ରହିଛି ତୁଷାରପାତ। ଫଳରେ କିନ୍ନୌର ଅଞ୍ଚଳରେ ପ୍ରବଳ ତୁଷାରପାତ ଯୋଗୁଁ ୩ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି। ଆଇଟିବିପି ୧୭ ବଟାଲିଅନ ସର୍ଚ୍ଚ ଏବଂ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।
ସୂଚନା ମୁତାବକ, ଏଯାଏଁ ୧୦ ଜଣ ପର୍ବତାରୋହୀଙ୍କୁ ଉଦ୍ଧାର କରାଯାଇଛି। ମହାରାଷ୍ଟ୍ରର ୧୨ଜଣ ଏବଂ ପଶ୍ଚିମବଙ୍ଗରୁ ୧୩ ଜଣ ପର୍ବତାରୋହୀ ରୋହରୁ ଠାରୁ ବରୁଆ କାନ୍ଦା ଦେଇ କିନ୍ନରର ସାଙ୍ଗଲାକୁ ଯାଉଥିଲେ। ସେମାନେ ବରୁଆ କାନ୍ଦା ଅଞ୍ଚଳରେ ଫସି ଯାଇଥିଲେ। ସୂଚନା ଅନୁଯାୟୀ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।
ମୃତକଙ୍କ ଶବ ପ୍ରାୟ ୧୫୦୦୦ ଫୁଟ ଉଚ୍ଚରେ ଅଛି। ମୃତଦେହ ଖୋଜିବା ପାଇଁ ଆଇଟିବିପି ଟିମ୍ ଆଜି ଘଟଣାସ୍ଥଳରେ ପହଞ୍ଚିଛି। ମୃତ ୩ ପର୍ବତାରୋହୀଙ୍କ ନାମ ରାଜେନ୍ଦ୍ର ପାଠକ, ଅଶୋକ ଭାଲେରାଓ ଏବଂ ଦୀପକ ରାଓ ବୋଲି ଜଣାପଡିଛି।
ଏହାପୂର୍ବରୁ ଗତ ସପ୍ତାହରେ ଉତ୍ତରାଖଣ୍ଡରେ ମଧ୍ୟ ପ୍ରବଳ ତୁଷାରପାତ ହେତୁ ବଡ଼ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୧ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିଲା। ଅକ୍ଟୋବର ୧୮ରେ ପ୍ରବଳ ତୁଷାରପାତ ଏବଂ ଖରାପ ପାଗ ଯୋଗୁଁ ପର୍ଯ୍ୟଟକ, ସାଥୀ କ୍ରୁ ଏବଂ ଗାଇଡ୍ ସମେତ ୧୭ ଜଣ ରାସ୍ତା ଭୁଲି ଯାଇଥିଲେ। ଲାମଖାଗା ଅଞ୍ଚଳରୁ ୧୧ ଟି ମୃତଦେହ ଉଦ୍ଧାର କରାଯାଇଥିଲା।
The post ପ୍ରବଳ ତୁଷାରପାତ, ୩ ପର୍ବତାରୋହୀ ମୃତ appeared first on Odisha Reporter.
from Odisha Reporter https://ift.tt/3BaN2VU
No comments:
Post a Comment