ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ଡେମୋ ଦେଖାଇଲେ ଗୋବିନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, October 21, 2021

ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ଡେମୋ ଦେଖାଇଲେ ଗୋବିନ୍ଦ

ଭବାନୀପାଟଣା (ଓଡ଼ିଶା ରିପୋର୍ଟର): କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ମାମଲାରେ ଗିରଫ ହୋଇଥିବା ଗୋବିନ୍ଦ ସାହୁ ଦେଖାଇଛି ଡେମୋ। ଆଜି ଭୋରରେ ତାକୁ ମହାଲିଙ୍ଗ ଷ୍ଟାଡିୟମକୁ ଅଣାଯାଇଥିଲା, ଯେଉଁଠି ସେ ମମିତାଙ୍କୁ ପୋଡ଼ିବା ପରେ ପୋତି ଦେଇଥିଲା। ଷ୍ଟାଡିୟମରେ ପ୍ରାୟ ୧୫ ମିନିଟ୍ ଧରି ସିନ୍ ରିକ୍ରିଏସନ୍ କରାଯାଇଥିଲା। ମମିତାଙ୍କୁ ସେ କେମିତି ପୋଡ଼ିଥିଲା ଓ କେମିତି ପୋତିଥିଲା- ସବୁ କରି ଦେଖାଇଥିଲା। ଏହି ସମୟରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗିର ଏସ୍‌ପି ନୀତୀନ କୁଶଲକର ସେଠାରେ ଉପସ୍ଥିତ ଥିଲେ।

ଗତକାଲି ମହାଲିଙ୍ଗ ଷ୍ଟାଡିୟମରେ ଦୀର୍ଘ ସମୟ ଧରି ଖାନ୍‌ତଲାସୀ କରାଯାଇଥିଲା। ଯେଉଁଠି ମମତାଙ୍କୁ ପୋତି ଦିଆଯାଇଥିଲା, ସେହି ସ୍ଥାନକୁ ଖୋଳାଖୋଳି କରାଯାଇଥିଲା। ସେହି ସ୍ଥାନରୁ ମୋବାଇଲ୍ ଭଳି କିଛି ଜିନିଷ ମିଳିଥିବା କୁହାଯାଉଛି। ଏହି ସମୟରେ ମଧ୍ୟ ଉତ୍ତରାଞ୍ଚଳ ଡିଆଇଜି ଓ ଏସ୍‌ପି ଉପସ୍ଥିତ ଥିଲେ। ପରେ ସେମାନେ ସନ୍‌ସାଇନ୍ ସ୍କୁଲ୍‌ର ଗର୍ଲସ ହଷ୍ଟେଲ ଯାଇ ଯାଞ୍ଚ କରିଥିଲେ।

ଅନ୍ୟପକ୍ଷରେ ଗତକାଲି ଏହି ହତ୍ୟାକାଣ୍ଡ ମାମଲାରେ ଆଉ ଜଣଙ୍କୁ ମଧ୍ୟ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ତାଙ୍କ ନାଁ ରାଧେ। ସେ ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ସହଯୋଗ କରିଥିଲା ବୋଲି ଜଣାପଡ଼ିଛି। ସେହିପରି ଏହି ଘଟଣାରେ ପୁଲିସ୍ ଅଟକ ରଖିଥିବା ଜେସିବି ଡ୍ରାଇଭର ପୁଷ୍କର ଭୋଇ ଓ ମୁନ୍‌ସୀ ଗୁପ୍ତେଶ୍ୱର ତାଣ୍ଡି ରାଜସାକ୍ଷୀ ହେବେ ବୋଲି ପୁଲିସ୍ କହିଛି।

ସୂଚନାଯୋଗ୍ୟ, ପୁଲିସ୍ ଦେଇଥିବା ସୂଚନା ଅନୁଯାୟୀ, ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ୍ ସଭାପତି ଗୋବିନ୍ଦ ସାହୁର ପରକୀୟା ପ୍ରୀତି ବିଷୟରେ ମମିତା ମେହେର ଜାଣିଥିଲେ। ସେ ଏହାକୁ ପ୍ରଘଟ କରି ଦେବେ ବୋଲି ଗୋବିନ୍ଦଙ୍କୁ ଧମକ ଦେଇଥିଲେ। ତେଣୁ ଯୋଜନାବଦ୍ଧ ଭାବେ ଗୋବିନ୍ଦ ତାଙ୍କୁ ହତ୍ୟା କରିଥିବା ଜେରା ବେଳେ ପ୍ରକାଶ କରିଥିଲା।

The post ମମିତା ହତ୍ୟାକାଣ୍ଡ ମାମଲା: ମହାଲିଙ୍ଗ ଷ୍ଟାଡିୟମରେ ଡେମୋ ଦେଖାଇଲେ ଗୋବିନ୍ଦ appeared first on Odisha Reporter.



from Odisha Reporter https://ift.tt/30DPqaT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages