ମୁମ୍ବାଇ: ଟେଲିଭିଜନରେ ଏକ ବେଶ୍ ଜଣାଶୁଣା ଓ ଲୋକପ୍ରିୟ ଧାରାବାହିକ ହେଉଛି ‘ଭାବିଜୀ ଘର ପର ହେ’। ଏହି ଧାରାବାହିକଟି ଲୋକଙ୍କୁ ଖୁବ୍ ହସାଇଥାଏ। ଏଥିରେ ବିଭୂତି ନାରାୟଣ ମିଶ୍ରା ଭୂମିକାରେ ଅଭିନୟ କରନ୍ତି ଆସିଫ ଶେଖ୍। ଏହି ଧାରାବାହିକରେ ନିଜର ଅଭିନୟ ପାଇଁ ଆସିଫ୍ ବହୁତ ପ୍ରଶଂସା ପାଇଛନ୍ତି। ତେବେ ଆପଣ ଜାଣନ୍ତି କି ଆସିଫ ଏହି ଧାରାବାହିକରେ ଏଯାତବ୍ ୩୦୦ଟି ଚରିତ୍ରରେ ଅଭିନୟ କରିସାରିଲେଣି। ଆଉ ସେଥିପାଇଁ ଲଣ୍ଡନର ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ତାଙ୍କୁ ଏକ ସ୍ୱତନ୍ତ୍ର ପ୍ରମାଣପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଛି।
ଆସିଫ୍ ତାଙ୍କ ଇନ୍ଷ୍ଟାଗ୍ରାମରେ ତାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି। ଏଥିରେ ସେ ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ ପକ୍ଷରୁ ପାଇଥିବା ପ୍ରମାଣପତ୍ରକୁ ମଧ୍ୟ ଦେଖିବାକୁ ମିଳିଛି।
ଏହି ସମ୍ମାନ ପାଇ ଆସିଫ ବହୁତ ଖୁସି ଅଛନ୍ତି। ତା’ସହିତ ଏହି ସମ୍ମାନ ପାଇଁ ଆସିଫ ଦର୍ଶକମାନଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି ଯେ ଦର୍ଶକଙ୍କ ପାଇଁ ଏହା ସମ୍ଭବ ହୋଇପାରିଛି।
୧୯୮୪ ମସିହାରେ ଆସିଫ ଟେଲିଭିଜନ ଦୁନିଆରେ ପାଦ ଥାପିଥିଲେ। ତାଙ୍କର ପ୍ରଥମ ଧାରାବାହିକ ହେଉଛି ‘ହମ୍ ଲୋଗ୍’। ତା’ପରେ ସେ ଏକାଧିକ ଧାରାବାହିକରେ କାମ କରିଥିଲେ। ସେଗୁଡ଼ିକ ମଧ୍ୟରେ ରହିଛି- ୟୁଗ୍, ଚାମ୍ପିଅନ, ତନ୍ହା, ମୁସ୍କାନ୍, ଗୁଲ୍ ସୋନବାର, ଚନ୍ଦ୍ରକାନ୍ତା, ୟେସ ବସ୍, ଦିଲ୍ ମିଲ୍ ଗୟେ, ସିଆଇଡି ଓ ଚିଡିୟା ଘର। ସେହିପରି ସେ କିଛି ବଲିଉଡ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।
The post ୩୦୦ ଚରିତ୍ରରେ ଅଭିନୟ କରି ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡସ୍ ଦ୍ୱାରା ସମ୍ମାନିତ appeared first on Odisha Reporter.
from Odisha Reporter https://ift.tt/3jmPlir
No comments:
Post a Comment