ବାଇକ୍ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ବାଇକ୍ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ୍

କୋଇଡ଼ା (ସୁନୀଲ ପଣ୍ଡା):  ବାଇକ୍ ଉପରେ ମାଡ଼ି ଗଲା ଏକ ଲୁହାପଥର ବୋଝେଇ ଟ୍ରକ୍।  ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କେବଲାଙ୍ଗ ଥାନା ଅଧିନସ୍ଥ ବାନ୍ଦୁପଡା ଛକ ଠାରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାନ୍ଦୁପଡା ଗାଁର ନବୀନ କିଷାନ। ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ଟ୍ରକ୍‌ ଚାଳକ ଗାଡ଼ି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ନବୀନ ବାଇକ୍ ଯୋଗେ ନିଜ ଘର ବାନ୍ଦୁପଡ଼ା  ଫେରୁଥିଲେ। ଏହି ସମୟରେ ବାନ୍ଦୁପଡା ଛକଠାରେ  ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ତାଙ୍କ ଉପରେ ମାଡ଼ିଯାଇଥିଲା। ଘଟଣାସ୍ଥଳରେ ନବୀନଙ୍କର ମୃତ୍ୟୁ ଘଟିଥିଲା। ଦୁର୍ଘଟଣ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

ନବୀନଙ୍କ ପରିବାରରୁ କ୍ଷତିପୂରଣ ଦାବିରେ  ସ୍ଥାନୀୟ ଲୋକେ  ରାସ୍ତାରୋକ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।

The post ବାଇକ୍ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ୍ appeared first on Odisha Reporter.



from Odisha Reporter https://ift.tt/3FyWDce

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages