ବଦଲା ନେଲେ ସୁରକ୍ଷାକର୍ମୀ, ୨ ଆତଙ୍କୀ ନିହତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, October 10, 2021

ବଦଲା ନେଲେ ସୁରକ୍ଷାକର୍ମୀ, ୨ ଆତଙ୍କୀ ନିହତ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ସାଧାରଣ ଲୋକଙ୍କୁ ହତ୍ୟା କରାଯିବା ଘଟଣାରେ ବଦଲା ନେଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କ ଗୁଳିରେ ଆଜି ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। କଶ୍ମୀରର ବାନ୍ଦିପୋରା ଓ ଅନନ୍ତନାଗରେ ହୋଇଥିବା ଏନକାଉଣ୍ଟରେ ସୁରକ୍ଷାକର୍ମୀଙ୍କୁ ଏପରି ସଫଳତା ମିଳିଛି।

ପୁଲିସ୍‌ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଆଜି ସକାଳେ ବାନ୍ଦିପୋରା ଅନ୍ତର୍ଗତ ହାଜିନ ସ୍ଥିତ ଗୁଣ୍ଡଜାହାଙ୍ଗିରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ଜଣେ ଆତଙ୍କୀ ନିହତ ହୋଇଛି। ନିହତ ଆତଙ୍କୀ ଜଣକ ହେଲା ଇମତିଆଜ ଦାର।

ସେ ଲସ୍କର-ଇ-ତାଏବା ଦ୍ୱାରା ପରିଚାଳିତ ଦି ରେଜିଷ୍ଟାନ୍ସ ଫ୍ରଣ୍ଟଂ(ଟିଆରଏଫ୍‌)ର ସଦସ୍ୟ। ନିକଟରେ ବାନ୍ଦିପୋରାର ଶାହଗୁଣ୍ଡ ଠାରେ ଜଣେ ସାଧାରଣ ଲୋକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲାରେ ସେ ସାମିଲ ଥିଲା। ଆଜି ଦାର ନିହତ ହେବା ଟିଆରଏଫ ପାଇଁ ଶକ୍ତ ଝଟକା। ତା’ ନିକଟରୁ ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି।


ଏହାପୂର୍ବରୁ ଅନନ୍ତନାଗରେ ମଧ୍ୟ ଏନକାଉଣ୍ଟର ହୋଇଥିଲା। ଏଥିରେ ଜଣେ ଆତଙ୍କବାଦୀ ପ୍ରାଣ ହରାଇଛି। ନିହତ ଆତଙ୍କବାଦୀ ଠାରୁ ଗୋଟିଏ ପିସ୍ତଲ ଓ ଗୋଟିଏ ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି। ଏହି ଏନକାଉଣ୍ଟରରେ ଜଣେ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ଏବେ ବି ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ କରାଯାଉଛି।

ସୂଚନାଯୋଗ୍ୟ, ବିଗତ ୭ ଦିନ ମଧ୍ୟରେ ଆତଙ୍କବାଦୀମାନେ କଶ୍ମୀରର ବିଭିନ୍ନ ସ୍ଥାନରେ ୫ ଜଣ ସାଧାରଣ ଲୋକଙ୍କୁ ହତ୍ୟା କରିଛନ୍ତି। ଏହାକୁ ନେଇ ସାରା ଦେଶର ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଆତଙ୍କବାଦୀମାନେ କଶ୍ମୀର ପଣ୍ଡିତ ଓ ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରୁଥିବାରୁ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ିଥିଲା।

The post ବଦଲା ନେଲେ ସୁରକ୍ଷାକର୍ମୀ, ୨ ଆତଙ୍କୀ ନିହତ appeared first on Odisha Reporter.



from Odisha Reporter https://ift.tt/3mFliDw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages