ଲକ୍ଷ୍ନୌ: ଉତ୍ତର ପ୍ରଦେଶ ପୁଲିସ୍ ବିରୋଧରେ ତଦନ୍ତ କରିବ ସିବିଆଇ। ନିକଟରେ ଗୋରଖପୁର ହୋଟେଲରେ ପୁଲିସ୍ କରିଥିବା ରେଡ୍ ବେଳେ କାନୁପରର ଜଣେ ବ୍ୟବସାୟୀଙ୍କ ରହସ୍ୟଜନକ ଭାବେ ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିବାଦ ବଢ଼ିବାରୁ ଉତ୍ତର ପ୍ରଦେଶ ସରକାର ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିସ କରିଛନ୍ତି।
ପୂର୍ବରୁ ସିବିଆଇ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ଘଟଣାର ତଦନ୍ତ କରୁଥିବା ବେଳେ ଏବେ ବ୍ୟବସାୟୀଙ୍କ ଜୀବନ ଯିବା ଘଟଣାର ଯାଞ୍ଚ ଆରମ୍ଭ କରିବ। ସିବିଆଇ ବ୍ୟବସାୟୀ ମନୀଷ ଗୁପ୍ତାଙ୍କ ତଦନ୍ତ ଆରମ୍ଭ କରିବା ଯାଏ କାନୁପର ପୁଲିସ୍ ଦ୍ୱାରା ଗଠନ କରାଯାଇଥିବା ଏସଆଇଟି ଏହାର ଯାଞ୍ଚ କରିବ। ପୂର୍ବରୁ ଗୋରଖପୁର ପୁଲିସ୍ ଏହାର ତଦନ୍ତ କରୁଥିଲା। ହେଲେ ଏବେ ସରକାର ଏହାକୁ କାନପୁର ଏସଆଇଟିକୁ ହସ୍ତାନ୍ତର କରିଛନ୍ତି।
୩୮ ବର୍ଷୀୟ ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ରେଡ୍ ବେଳେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ୍ ହତ୍ୟା ମାମଲା ରୁଜୁ କରିଛି। ସେହିପରି ଘଟଣାରେ ସାମିଲ ଥିବା ୬ ଜଣ ପୁଲିସ୍ କର୍ମଚାରୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି।
ଶୁକ୍ରବାର ଉତ୍ତର ପ୍ରଦେଶ ଗୃହ ବିଭାଗ ଟ୍ୱିଟ କରି କହିଛି ଯେ କାନପୁର ନିବାସୀ ମନୀଷ ଗୁପ୍ତାଙ୍କ ଦୁଃଖଦ ମୃତ୍ୟୁର ତଦନ୍ତ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶକ୍ରମେ ସିବିଆଇକୁ ସୁପାରିସ କରାଯାଉଛି। ଭାରତ ସରକାରଙ୍କୁ ସିବିଆଇ ତଦନ୍ତ ଆରମ୍ଭ କରିବାକୁ ପ୍ରସ୍ତାବ ଦିଆଯାଇଛି।
ସେହିପରି ମୃତକଙ୍କ ପତ୍ନୀଙ୍କୁ କାନୁପର ଡେଭଲପମେଣ୍ଟ ଅଥୋରିଟିରେ ନିଯୁକ୍ତି ମିଳିବ। ମନୀଷଙ୍କ ପରିବାର ବର୍ଗଙ୍କୁ ୪୦ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଗୃହ ବିଭାଗ ଘୋଷଣା କରିଛି।
कानपुर निवासी स्व. मनीष गुप्ता की दुःखद मृत्यु के प्रकरण में राज्य सरकार द्वारा मा. मुख्यमंत्री जी के निर्देशों के क्रम में सीबीआई से जांच कराने की संस्तुति भारत सरकार को भेजी गई है।
— HOME DEPARTMENT UP (@homeupgov) October 1, 2021
ଅନ୍ୟପକ୍ଷରେ ସମାଜବାଦୀ ପାର୍ଟିର ସୁପ୍ରିମୋ ଅଖିଲେଶ ଯାଦବ ମଧ୍ୟ ମନୀଷଙ୍କ ପରିବାର ବର୍ଗଙ୍କୁ ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମୃତ ବ୍ୟବସାୟୀ ମନୀଷଙ୍କ ପତ୍ନୀ ମୀନାକ୍ଷୀଙ୍କୁ ଭେଟିବା ସହ ସରକାରୀ ଚାକିରି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଏସବୁ ଭିତରେ ପୁଲିସ୍ କହିଛି ଯେ ଅଭିଯୁକ୍ତ ୬ ପୁଲିସ୍ କର୍ମଚାରୀ ଏବେ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରହିଛି।
ସୂଚନାଯୋଗ୍ୟ, ମଙ୍ଗଳବାର ବିଳମ୍ବିତ ରାତିରେ ବ୍ୟବସାୟୀ ମନୀଷ ଗୁପ୍ତା ତାଙ୍କ ସାଙ୍ଗମାନଙ୍କ ସହ ଗୋରଖପୁର ସ୍ଥିତ ଗୋଟିଏ ହୋଟେଲରେ ରହିଥିଲେ। ଏହି ସମୟରେ ୬ ଜଣ ପୁଲିସ୍ କର୍ମଚାରୀ ସେଠାରେ ପହଞ୍ଚି ରେଡ୍ କରିଥିଲେ। ରେଡ ବେଳେ ସେମାନେ ମନୀଷଙ୍କୁ ମାଡ଼ ମାରିବାରୁ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି।
The post ପୁଲିସ୍ ରେଡ ବେଳେ ବ୍ୟବସାୟୀଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ ସିବିଆଇ appeared first on Odisha Reporter.
from Odisha Reporter https://ift.tt/3ux2NEI
No comments:
Post a Comment