ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ, ଦୋକାନୀଙ୍କୁ କରିବାକୁ ଯାଉଥିଲା ହତ୍ୟା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, October 27, 2021

ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ, ଦୋକାନୀଙ୍କୁ କରିବାକୁ ଯାଉଥିଲା ହତ୍ୟା

ଶ୍ରୀନଗର: ଜବାବି ଗୁଳିମାଡରେ ଟଳିଲା ଆତଙ୍କବାଦୀ। ଜମ୍ମୁ କଶ୍ମୀରର ବାରାମୁଲ୍ଲାରେ ଜଣେ ଦୋକାନୀଙ୍କୁ ମାରିବାକୁ ଯାଉଥିବା ବେଳେ ଜଣେ ଆତଙ୍କବାଦୀକୁ ଗୁଳି କରି ହତ୍ୟା କରିଛି ଭାରତୀୟ ସୁରକ୍ଷା ବାହିନୀ।

କୁହାଯାଉଛି ଯେ, ନିହତ ଆତଙ୍କବାଦୀ କିଛି ଦିନ ପୂର୍ବରୁ କାଶ୍ମୀରରେ ବିହାରର ଦୁଇ ସାଧାରଣ ନାଗରିକଙ୍କୁ ହତ୍ୟା କରିବା ମାମଲାରେ ସାମିଲ ଥିଳା। ଏହି ଆତଙ୍କବାଦୀ କେଉଁ ଆତଙ୍କବାଦୀ ସଂଗଠନର ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ନିହତ ଆତଙ୍କବାଦୀ ନିକଟରୁ ଗୋଟିଏ ବନ୍ଧୁକ, ଗୋଟିଏ ଲୋଡେଡ୍‌ ମ୍ୟାଗାଜିନ ଏବଂ ଗୋଟିଏ ପାକ୍‌ ଗ୍ରେନେଡ୍‌ ଜବତ ହୋଇଛି ବୋଲି କଶ୍ମୀର ଜୋନ୍‌ ପୁଲିସ ସୂଚନା ଦେଇଛି।

ଆଜି ସକାଳେ ବାରମୂଳା ଅନ୍ତର୍ଗତ ଚେରଦାରିରେ କେତେକ ଆତଙ୍କବାଦୀ ସେନାର ‘ଏରିଆ ଡୋମିନେସନ୍‌ ପାଟ୍ରୋଲ୍‌’ (ଏଡିପି) ଏବଂ ଜମ୍ମୁ ଓ କଶ୍ମୀର ପୁଲିସର ମିଳିତ ଟିମ୍‌ ଉପରକୁ ଗୁଳିମାଡ କରିଥିଲେ। ଏହାର ଜବାଜରେ ସୁରକ୍ଷାବାହିନୀ ମଧ୍ୟ ମୁହଁତୋଡ ଜବାବ ଦେଇଥିଲା।

ଏ ସଂକ୍ରାନ୍ତରେ ଟୁଇଟ୍‌ କରି କଶ୍ମୀର ଜୋନ୍‌ ପୁଲିସ ଲେଖିଛି, ‘ନିହତ ଆତଙ୍କବାଦୀ ଜଣକ ହାଇବ୍ରିଡ୍‌ ଟାଇପ୍‌ର  ଏବଂ ସେ ହେଉଛନ୍ତି କୁଲଗାମ୍‌ ଜିଲ୍ଲାର ଜାୱେଦ ଆହ୍‌ ଓ୍ଵାନି। ଓ୍ଵାନ୍‌ପୋରେ ଦୁଇଜଣ ବିହାରୀ ଶ୍ରମିକଙ୍କୁ ହତ୍ୟା କରିବାରେ ସେ ଗୁଲ୍‌ଜାର ନାମକ ଜଣେ ଆତଙ୍କବାଦୀଙ୍କୁ ସହଯୋଗ କରିଥିଲା। ଅକ୍ଟୋବର ୨୦ ତାରିଖ ଦିନ ଗୁଲ୍‌ଜାର୍‌ଙ୍କୁ ହତ୍ୟା କରାଯାଇଥିଲା। ଜଣେ ଦୋକାନୀଙ୍କୁ ହତ୍ୟା କରିବା ପାଇଁ ସେ ବାରମୂଳା ଯାଉଥିଲା।’

The post ଏନ୍‌କାଉଣ୍ଟରରେ ଟଳିଲା ଆତଙ୍କବାଦୀ, ଦୋକାନୀଙ୍କୁ କରିବାକୁ ଯାଉଥିଲା ହତ୍ୟା appeared first on Odisha Reporter.



from Odisha Reporter https://ift.tt/3nEI0w3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages