ନୂଆଦିଲ୍ଲୀ: କ୍ରମାଗତ ତୃତୀୟ ଦିନ ପାଇଁ ମହଙ୍ଗା ହୋଇଛି ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଦାମ ବଢ଼ିବା ସହ ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ନୂଆ ନୂଆ ରେକର୍ଡ କରିବାରେ ଲାଗିଛି। ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲର ଲିଟର ପିଛା ଦାମ ୩୫ ପଇସା ଲେଖାଏ ବଢ଼ିଛି। ଫଳରେ ଦିଲ୍ଲୀରେ ତୈଳଦର ସର୍ବାକାଳୀନ ରେକର୍ଡ ସ୍ତରରେ ପହଞ୍ଚି ଯାଇଛି। କେବଳ ଦିଲ୍ଲୀ ନୁହେଁ, ମୁମ୍ବାଇ ଠାରୁ ଆରମ୍ଭ କରି ଭୁବନେଶ୍ୱର ଯାଏ ତୈଳଦର ରେକର୍ଡ ସ୍ତରରେ ରହିଛି।
ବର୍ଦ୍ଧିତ ଦର ପରେ ଦିଲ୍ଲୀରେ ପେଟ୍ରୋଲର ଲିଟର ପିଛା ଦାମ ୧୦୫.୪୯ ଟଙ୍କା ଓ ମୁମ୍ବାଇରେ ଏହା ୧୧୧.୪୩ ଟଙ୍କା ଛୁଇଁଛି। ମୁମ୍ବାଇରେ ଡିଜେଲ ୧୦୨.୧୫ ଟଙ୍କା ଓ ଦିଲ୍ଲୀରେ ଏହା ୯୪.୨୨ ଟଙ୍କା ହୋଇଛି। ପୂର୍ବରୁ କେବେ ହେଲେ ତୈଳଦର ଏପରି ରେକର୍ଡ ସ୍ତରରେ ପହଞ୍ଚି ନଥିଲା।
କ୍ରମାଗତ ତୃତୀୟ ଦିନ ପାଇଁ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୩୫ ପଇସା ଲେଖାଏ ବଢ଼ିଛି। ଚଳିତ ମାସରେ କେବଳ ୧୨ ଓ ୧୩ ତାରିଖକୁ ଛାଡ଼ି ଦେଲେ ବାକି ସବୁ ଦିନ ତୈଳଦର ମହଙ୍ଗା ହୋଇଛି।
ଅନ୍ୟ ସହର କଥା ବିଚାରକୁ ନେଲେ କୋଲକାତାରେ ପେଟ୍ରୋଲ ଲିଟର ପିଛା ୧୦୬.୧୦ ଟଙ୍କା, ଚେନ୍ନାଇରେ ୧୦୨.୭୦ ଟଙ୍କା, ବେଙ୍ଗାଲୁରୁରେ ୧୦୯.୧୬ ଟଙ୍କା ଏବଂ ହାଇଦ୍ରାବାଦରେ ୧୦୯.୭୩ ଟଙ୍କା ରହିଛି। ସେହିପରି କୋଲକାତାରେ ଡିଜେଲର ଲିଟର ପିଛା ଦର ୯୭.୩୩ ଟଙ୍କା, ଚେନ୍ନାଇରେ ୯୮.୫୯ ଟଙ୍କା, ବେଙ୍ଗାଲୁରୁରେ ୧୦୦ ଟଙ୍କା ଓ ହାଇଦ୍ରାବାଦରେ ଲୋକମାନେ ୧୦୨.୦୮ ଟଙ୍କା ଦେଇ କିଣୁଛନ୍ତି।
ଅନ୍ୟପକ୍ଷରେ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରେ ଆଜି ପେଟ୍ରୋଲର ଲିଟର ପିଛା ଦାମ ୫୨ ପଇସା ବଢ଼ିଛି। ସେହିପରି ଡିଜେଲ ୫୫ ପଇସା ମହଙ୍ଗା ହୋଇଛି। ବର୍ଦ୍ଧିତ ଦର ପରେ ପେଟ୍ରୋଲର ଲିଟର ପିଛା ଦାମ ୧୦୬.୪୨ ଟଙ୍କା ଓ ଡିଜେଲ ଦର ୧୦୨.୭୭ ଟଙ୍କା ହୋଇଛି।
The post ପୁଣି ଦେଶରେ ବଢ଼ିଲା ତୈଳଦର, ପ୍ରତିଦିନ ଭାଙ୍ଗୁଛି ରେକର୍ଡ appeared first on Odisha Reporter.
from Odisha Reporter https://ift.tt/2YW7BrH
No comments:
Post a Comment