ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ଏମ୍ସରେ କାମ କରୁଥିବା ଜଣେ ମହିଳା ଡାକ୍ତର ସାଂଘାତିକ ଅଭିଯୋଗ ଆଣିଛନ୍ତି। ଜଣେ ବରିଷ୍ଠ ବରିଷ୍ଠ ସହଯୋଗୀ ତାଙ୍କୁ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି। ଜନ୍ମଦିନ ପାର୍ଟିରେ ଏପରି ଘଟଣା ଘଟିଥିବା ମହିଳା ଡାକ୍ତର ଜଣଙ୍କ ଅଭିଯୋଗ କରିବା ପରେ ଦିଲ୍ଲୀ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏମ୍ସର କ୍ୟାମ୍ପସ ମଧ୍ୟରେ ହିଁ ଏପରି ଘଟଣା ଘଟିଛି।
ଅଭିଯୁକ୍ତ ଜଣଙ୍କ ବିବାହିତ। ଅଭିଯୋଗ କଥା ସେ ଜାଣିବା ପରେ ସେ ଫେରାର ହୋଇ ଯାଇଛନ୍ତି। ପୁଲିସ୍ ତାଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଛି। ପୁଲିସ୍ କହିଛି ଯେ ଏମ୍ସର ଜଣେ ଡାକ୍ତରଙ୍କ ଜନ୍ମ ଦିନ ପାର୍ଟି ସେପ୍ଟେମ୍ବର ୨୬ରେ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ହିଁ ଦୁଷ୍କର୍ମ ଘଟଣା ଘଟିଥିବା ଅଭିଯୋଗ ହୋଇଛି।
ପୁଲିସ୍ ଅକ୍ଟୋବର ୧୧ରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲା। ଘଟଣାର ଏମଏଲସି ମଧ୍ୟ ଶେଷ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍ର ଗୋଟିଏ ଟିମ୍ ମେଡିକାଲରେ ପହଞ୍ଚିଥିଲା। ଏହି ସମୟରେ ପୀଡ଼ିତା ଡାକ୍ତର ଜଣଙ୍କ କହିଥିଲେ ଯେ ଜନ୍ମ ଦିନ ପାର୍ଟି ପାଇଁ ସେ ଜଣେ ବରିଷ୍ଠ ସହଯୋଗୀଙ୍କ ରୁମକୁ ଯାଇଥିଲେ।
ଏହି ସମୟରେ ତାଙ୍କୁ ଅଭିଯୁକ୍ତ ଜଣଙ୍କ ଦୁଷ୍କର୍ମ କରିଛନ୍ତି। ଅଭିଯୁକ୍ତ ବରିଷ୍ଠ ସହଯୋଗୀ ଜଣଙ୍କ ଏମ୍ସର ଆବାସିକ କମ୍ପ୍ଲେକ୍ସରେ ରୁହନ୍ତି। ଘଟଣା ଦିନ ମହିଳା ଜଣଙ୍କ ମଦ୍ୟପାନ କରିଥିଲେ। ଏହାର ସୁଯୋଗରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।
ପୁଲିସ୍ ପୀଡ଼ିତାଙ୍କ ବୟାନକୁ ଭିତ୍ତି କରି ୩୭୬ ଓ ୩୭୭ ଧାରାରେ ମାମଲା ରୁଜୁ କରିଛି। ତଦନ୍ତ ବେଳେ ପୀଡ଼ିତାଙ୍କ ବୟାନ ୧୬୪ ସିଆରପିସିରେ ରେକର୍ଡ କରାଯାଇଛି। ଘଟଣା ଦିନ ଅଭିଯୁକ୍ତଙ୍କ ପରିବାର ଲୋକ ଦିଲ୍ଲୀ ବାହାରେ ରହିଥିଲେ। ଉକ୍ତ ଜନ୍ମ ଦିନ ପାର୍ଟିରେ ଯୋଗଦେଇଥିବା ଏମ୍ସର ଅନ୍ୟ ଡାକ୍ତରମାନଙ୍କୁ ମଧ୍ୟ ପୁଲିସ୍ ଜେରା କରିବ ବୋଲି କହିଛି।
The post ଜନ୍ମଦିନ ପାର୍ଟିରେ ଏମ୍ସ ଡାକ୍ତରଙ୍କୁ ସହଯୋଗୀଙ୍କ ଦୁଷ୍କର୍ମ! appeared first on Odisha Reporter.
from Odisha Reporter https://ift.tt/3mWhfmh
No comments:
Post a Comment