ନୂଆଦିଲ୍ଲୀ: ବଲିଉଡ୍ର ପ୍ରଖ୍ୟାତ ଅଭିନେତା ମନୋଜ ବାଜପେୟୀଙ୍କ ବାପା ଆରକେ ବାଜପେୟୀଙ୍କ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା। ରବିବାର ଦିଲ୍ଲୀର ଏକ ଡାକ୍ତରଖାନାରେ ତାଙ୍କର ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଶାରିରୀକ ଅସୁସ୍ଥ ଥିଲେ। ସେପଟେ କେରଳରେ ସୁଟିଂ ବାତିଲ କରି ତୁରନ୍ତ ଦିଲ୍ଲୀ ଫେରିଛନ୍ତି ମନୋଜ ବାଜପେୟୀ। ତାଙ୍କ ବାପାଙ୍କର ଦିଲ୍ଲୀରେ ଅନ୍ତିମ ସଂସ୍କାର ହେବ। ଗତ କିଛି ଦିନ ହେବ ମନୋଜଙ୍କ ପିତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା।
ଏହି ଖବର ଶୁଣିବା ପରେ ମନୋଜ କେରଳରୁ ସୁଟିଂ ବାତିଲ କରି ଦିଲ୍ଲୀ ପଳାଇ ଆସିଥିଲେ। ତାଙ୍କ ପିତା ସେପ୍ଟେମ୍ବରରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ବୟସାଧିକ କାରଣରୁ ସେ ଗୁରୁତର ହୋଇ ପଡ଼ିଥିଲେ। ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ରବିବାର ତାଙ୍କର ମୃତ୍ୟୁ ଘଟିଛି। ନୂଆଦିଲ୍ଲୀର ନିଗମ ବୋଧ ଘାଟରେ ତାଙ୍କ ଅନ୍ତିମ ସଂସ୍କାର ହେବ। ନିର୍ଦ୍ଦେଶକ ତଥା ଗୀତିକାର ଅବିନାଶ ଦାସ ମନୋଜ ବାଜପେୟୀଙ୍କ ପିତାଙ୍କୁ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ଜଣାଇଛନ୍ତି। ସେ ଜଣେ ଭଲ ମଣିଷ ଥିଲେ ବୋଲି ସେ ଲେଖିଛନ୍ତି।
The post ଚାଲିଗଲେ ମନୋଜ ବାଜପେୟୀଙ୍କ ବାପା appeared first on Odisha Reporter.
from Odisha Reporter https://ift.tt/3Bam3dJ
No comments:
Post a Comment