କୋଲକାତା: ବିଜୟ ହାସଲ ପରେ ବି ଦିଦିଙ୍କ ମନରୁ ଯାଉନି ପରାଜୟ ଦୁଃଖ। ପଶ୍ଚିମବଙ୍ଗ ଭବାନୀପୁର ଆସନରେ ବିଜୟ ହାସଲ କରିଥିଲେ ମଧ୍ୟ ନନ୍ଦିଗ୍ରାମ ପରାଜୟର ବ୍ୟଥା ସେ ଭୁଲି ନାହାନ୍ତି। ଷଡଯନ୍ତ୍ର କରି ନନ୍ଦିଗ୍ରାମ ଆସନରେ ତାଙ୍କୁ ପରାସ୍ତ କରାଯାଇଥିଲା ବୋଲି କହିଛନ୍ତି ମମତା।
ଭବାନୀପୁର ଆସନରେ ବିପୁଳ ବିଜୟ ହାସଲ କରିଛନ୍ତି ମମତା ବାନାର୍ଜୀ। ସେ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟବ୍ରେୱାଲଙ୍କୁ ପାଖାପାଖି ୫୯ ହଜାର ଭୋଟ୍ରେ ହରାଇଛନ୍ତି। ହ୍ୟାଟ୍ରିକ୍ ବିଜୟ ହାସଲ ପରେ ସେ ନନ୍ଦିଗ୍ରାମ ପରାଜୟର ବ୍ୟଥା ବଖାଣିଛନ୍ତି। ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମରେ ତାଙ୍କୁ ଷଡଯନ୍ତ୍ର କରି ପରାସ୍ତ କରାଯାଇଥିଲା। କିନ୍ତୁ ଭବାନୀପୁର ଏବଂ ପଶ୍ଚିମବଙ୍ଗର ଜନତା ଏବେ ଏହାର ଜବାବ ଦେଇଛନ୍ତି ବୋଲି କହିଛନ୍ତି ମମତା।
ଏହା ସହିତ ମମତା ଶାନ୍ତିପୁରରୁ ବ୍ରଜକିଶୋର ଗୋସ୍ୱାମୀ, ଦିନହାଟାରୁ ଉଦୟନ ଗୁହା, ଖାଡଦକରୁ ଶୋଭାନଦେବ ଚାଟୋପାଧ୍ୟାୟ ଉପ-ନିର୍ବାଚନରେ ଲଢ଼ିବେ ବୋଲି ଘୋଷଣା କରିଛନ୍ତି। ଗୋସାବା ପ୍ରାର୍ଥୀଙ୍କ ନାମ ବାପଦିତ୍ୟ ନସ୍କର ଏବଂ ସୁବ୍ରତ ମଣ୍ଡଳ ରହିଛି। ଏହା ଉପରେ ପରେ ନିଷ୍ପତ୍ତି ନେବେ ବୋଲି ମମତା ବାନାର୍ଜୀ ଘୋଷଣା କରିଛନ୍ତି।
ଭବାନୀପୁରରେ ପାଖାପାଖି ୪୬% ଲୋକ ଅଣ-ବଙ୍ଗାଳି ଅଛନ୍ତି। ସେମାନେ ଭୋଟ ଦେଇଥିବା ଯୋଗୁଁ ତାଙ୍କୁ ମମତା ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସମସ୍ତ ପଶ୍ଚିମବଙ୍ଗବାସୀଙ୍କୁ ମଧ୍ୟ ସେ ଧନ୍ୟବାଦ ଦେଇଛନ୍ତି।
ସୂଚନା ମୁତାବକ ମମତା ବାନାର୍ଜୀ ଗତ ଦୁଇଟି ନିର୍ବାଚନ ତାଙ୍କ ଘରୋଇ ଆସନ ଭବାନୀପୁରରୁ ଜିତିଥିଲେ। କିନ୍ତୁ ଚଳିତ ବିଧାନସଭା ନିର୍ବାଚନରେ ସେ ନନ୍ଦିଗ୍ରାମରୁ ଠିଆ ହୋଇଥିଲେ। ଏଠାରେ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ସେ ପରାଜିତ ହୋଇଥିଲେ। କିନ୍ତୁ ବିଧାନସଭା ନିର୍ବାଚନରେ ବିଜେପି ପରାଜିତ ହୋଇଥିଲା। ଟିଏମ୍ସି ୨୧୩ଟି ଆସନରେ ବିପୁଳ ବିଜୟ ହାସଲ କରିଥିଲା। ଏଥସହ ମମତା ବାନାର୍ଜୀ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିଥିଲେ।
Around 46% of people here (in Bhabanipur) are non-Bengalis. They all have voted for me. People of West Bengal are watching Bhabanipur, which has inspired me: West Bengal CM Mamata Banerjee in Kolkata pic.twitter.com/INNblPQYEv
— ANI (@ANI) October 3, 2021
The post ନନ୍ଦିଗ୍ରାମରେ ଷଡଯନ୍ତ୍ର କରିଥିଲେ, ଏବେ ଜନତା ଜବାବ ଦେଲେ: ମମତା appeared first on Odisha Reporter.
from Odisha Reporter https://ift.tt/3l2wzxY
No comments:
Post a Comment