ହାଇଦ୍ରାବାଦ: ପୁଣିଥରେ ଅବିଶ୍ରାନ୍ତ ବର୍ଷା ହାଇଦ୍ରାବାଦ ସହରରେ ସାଂଘାତିକ ସ୍ଥିତି ସୃଷ୍ଟି କରିଛି। ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ହେବାରୁ ସହରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ରାସ୍ତାରେ ଆଣ୍ଟୁଏ ଉଚ୍ଚର ପାଣି ଚାଲିଛି। ଅନେକ ଲୋକଙ୍କ ଘରେ ପାଣି ପଶିଥିବା ବେଳେ କାର୍ଗୁଡ଼ିକ ପାଣି ସୁଅରେ ଭାସି ଯାଇଛି।
ସେହିପରି ରେଷ୍ଟୁରାଣ୍ଟରେ ପାଣି ଲହରୀ ଭାଙ୍ଗୁଥିବାରୁ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତଳିଆ ଅଞ୍ଚଳ ସ୍ଥିତି ଆହୁରି ସାଂଘାତିକ ଏଠାରେ ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି। ବର୍ଷା ପାଣିର ସୁଅରେ ଦୁଇ ଜଣ ଲୋକ ଭାସି ନିଖୋଜ ହୋଇଯାଇଥିବା ମଧ୍ୟ ଜଣାପଡ଼ିଛି।
ନ୍ୟୁଜ ଏଜେନ୍ସି ଏଏନ୍ଆଇ ହାଇଦ୍ରାବାର ଓଲ୍ଡ ସିଟିରେ ଥିବା ଗୋଟିଏ ରେଷ୍ଟୁରାଣ୍ଟ ଭିତରେ କେମିତି ବର୍ଷା ଜଳ ପ୍ରବେଶ କରି ସାଂଘାତିକ ସ୍ଥିତି ସୃଷ୍ଟି କରିଛି, ତା’ର ଭିଡିଓ ଜାରି କରିଛି। ବର୍ଷା ପାଣି ରେଷ୍ଟୁରାଣ୍ଟରେ ପ୍ରବେଶ କରିବାରୁ ଲୋକମାନେ ଚେୟାର ଉପରେ ଗୋଡ଼କୁ ଟେକି ଖାଦ୍ୟ ଖାଉଥିବା ଦୃଶ୍ୟ ଏଥିରେ ରହିଛି।
#WATCH | Telangana: Lanes, roads submerged following incessant rainfall in Hyderabad. Visuals from the Old city. (08.10) pic.twitter.com/5XCGtsmIwt
— ANI (@ANI) October 8, 2021
ସ୍ଥାନୀୟ ଲୋକମାନେ ମଧ୍ୟ ବର୍ଷା ବିତ୍ପାତର ଏକାଧିକ ସାଂଘାତିକ ଭିଡିଓ ପୋଷ୍ଟ କରିଛନ୍ତି। ଗୋଟିଏ ଭିଡିଓରେ ବର୍ଷା ପାଣିରେ କେମିତି ପାର୍କିଂ ହୋଇଥିବା ଗୋଟିଏ କାର୍ ଭାସି ଯାଉଛି, ତା’ର ଦୃଶ୍ୟ ରହିଛି। ଏଏନଆଇ ମଧ୍ୟ ଉକ୍ତ ଭିଡିଓକୁ ଶେୟାର କରିଛି। ଏଥିରେ ବର୍ଷା ପାଣିରେ ଗୋଟିଏ ଗଳିରେ ପାର୍କ ହୋଇଥିବା କାର୍ ଭାସି ଯାଉଥିବା ଦେଖିବାକୁ ମିଳୁଛି।
ସୋଶାଲ ମିଡିଆ ବ୍ୟବହାରକାରୀ ଗତବର୍ଷ ସେପ୍ଟେମ୍ବର-ଅକ୍ଟୋବରରେ ପ୍ରବଳ ବର୍ଷା ଯୋଗୁ ହାଇଦ୍ରାବାଦରେ ସୃଷ୍ଟି ହୋଇଥିବା କୃତ୍ରିମ ବନ୍ୟା ବେଳର ସ୍ଥିତିକୁ ତାଜା କରିଛନ୍ତି। ସେତେବେଳେ ପ୍ରବଳ ବର୍ଷା ଯୋଗୁ ସହରରେ ଆସିଥିବା ବନ୍ୟା ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଥିଲା।
ଦୀର୍ଘଦିନ ଧରି ଲୋକମାନେ ପିଇବା ପାଣିଠାରୁ ଆରମ୍ଭ କରି ବିଜୁଳି ପାଇବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଉକ୍ତ ଘଟଣାର ପରେ ମଧ୍ୟ ସ୍ଥାନୀୟ ପ୍ରଶାସନ ଜଳ ନିଷ୍କାସନ ପାଇଁ କୌଣସି ପଦକ୍ଷେପ ନେଇ ନଥିଲା ବୋଲି ଅନେକ ଲୋକ କହିଛନ୍ତି।
ଚିନ୍ତାଲକୁଣ୍ଟାରେ ଜଣେ ବ୍ୟକ୍ତି ବର୍ଷା ପାଣିରେ ଭାସି ଯାଇଥିଲେ। ତେବେ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ତେବେ ବାନାସ୍ଥାଲିପୁରମରେ ଭାସି ଯାଇଥିବା ଦୁଇ ଜଣ ଲୋକଙ୍କର କୌଣସି ପତ୍ତା ମିଳୁ ନଥିବା ପୁଲିସ୍ କହିଛି। ଏଠାରେ ଥିବା ନଳାରେ ବର୍ଷା ଜଳ ଭର୍ତ୍ତି ହୋଇଯିବାରୁ ସେମାନେ ଭାସି ଯାଇଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିଛି।
#WATCH | Telangana: Rainwater entered a restaurant in Old City after incessant rains lashed Hyderabad, yesterday pic.twitter.com/ACLKd1Vb19
— ANI (@ANI) October 9, 2021
The post ଘରେ ପଶିଲା ପାଣି, ଭାସିଲା କାର୍, କ୍ୟାମେରାରେ ସବୁ କିଛି କଏଦ appeared first on Odisha Reporter.
from Odisha Reporter https://ift.tt/3Avkhm9
No comments:
Post a Comment