ଭାରତ ପାଇଁ ଏହି ରେକର୍ଡ କଲେ ପୀୟୂଷ ଚାୱଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 9, 2021

ଭାରତ ପାଇଁ ଏହି ରେକର୍ଡ କଲେ ପୀୟୂଷ ଚାୱଲା

ମୁମ୍ବାଇ: ଲେଗ ସ୍ପିନର ପୀୟୂଷ ଚାୱଲା ଭାରତ ପାଇଁ ଟି-୨୦ରେ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହେବାର ରେକର୍ଡ କରିଛନ୍ତି। ଶୁକ୍ରବାର ରାତିରେ ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଅନୁଷ୍ଠିତ ଆଇପିଏଲର ୫୫ତମ ମ୍ୟାଚ୍‌ରେ ଚାୱଲା ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି।

ମୁମ୍ବାଇ ପାଇଁ ଆଇପିଏଲରେ ଶୁକ୍ରବାର ଡେବ୍ୟୁ କରିଥିବା ଚାୱଲା ୯ମ ଓଭରରେ ହାଇଦ୍ରାବାଦର ମହମ୍ମଦ ନବିଙ୍କୁ ଆଉଟ କରିବା ପରେ ଅମିତ ମିଶ୍ରାଙ୍କୁ ପଛରେ ପକାଇ ଟି-୨୦ରେ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ କ୍ରିକେଟର ହୋଇଯାଇଛନ୍ତି।

ପୂର୍ବରୁ ଭାରତ ପାଇଁ ସର୍ବାଧିକ ୱିକେଟ ଦଖଲକାରୀ ତାଲିକାର ୧ନଂ ସ୍ଥାନରେ ଅମିତ ମିଶ୍ରା ରହିଥିଲେ। ସେ ୨୩୬ଟି ମ୍ୟାଚ୍‌ରେ ୨୬୨ଟି ୱିକେଟ ନେଇଛନ୍ତି। ହେଲେ ପୀୟୂଷ ଚାୱଲା ୨୪୯ଟି ମ୍ୟାଚ୍‌ରେ ୨୬୩ଟି ୱିକେଟ ନେଇ ୧ନଂ ସ୍ଥାନରେ ପହଞ୍ଚି ଯାଇଛନ୍ତି। ଉଭୟ ଚାୱଲା ଓ ଅମିତ ଆଇପିଏଲର ଟପ୍‌ ୫ ସର୍ବାଧିକ ୱିକେଟ ଦଖଲକାରୀ ବୋଲରଙ୍କ ତାଲିକାରେ ବି ରହିଛନ୍ତି। ଆଇପିଏଲରେ ଅମିତ ୧୬୬ ୱିକେଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଚାୱଲା ୧୫୭ ୱିକେଟ ସହ ୪ର୍ଥ ସ୍ଥାନରେ ରହିଛନ୍ତି।

ଅନ୍ୟପକ୍ଷରରେ ଆଫଗାନିସ୍ତାନର ମହମ୍ମଦ ନବି ଗୋଟିଏ ମ୍ୟାଚରେ ୫ଟି କ୍ୟାଚ୍ ଧରି ଆଇପିଏଲରେ ନୂଆ ରେକର୍ଡ କରିଛନ୍ତି। ଆଜି ଯାଏ କୌଣସି ନନ୍ ୱିକେଟ କିପର ପ୍ଲେୟାର କେବେ ହେଲେ ଗୋଟିଏ ମ୍ୟାଚରେ ଏକାକୀ ଏତେ ସଂଖ୍ୟକ କ୍ୟାଚ ଧରି ନଥିଲେ।

ଶୁକ୍ରବାର ମ୍ୟାଚ୍ କଥା ବିଚାରକୁ ନେଲେ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ ବଳରେ ୨୩୫ ରନ୍ କରିଥିଲା। ଏହାର ଜବାବରେ ହାଇଦ୍ରାବାଦ ୮ ୱିକେଟ ହରାଇ ୧୯୩ ରନ୍‌ କରିଥିଲା। ମୁମ୍ବାଇ ଏହି ମ୍ୟାଚ୍‌କୁ ୪୨ ରନ୍‌ରେ ଜିତିଥିଲେ ମଧ୍ୟ ପ୍ଲେଅଫକୁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ଦଳ ଯଦି ହାଇଦ୍ରାବାଦକୁ ୬୫ ରନ୍‌ ଭିତରେ ଅଟକାଇ ପାରିଥାଆନ୍ତା, ତା’ହେଲେ ପ୍ଲେଅଫ ଖେଳିବାର ସୁଯୋଗ ହାସଲ କରିଥାଆନ୍ତା।

The post ଭାରତ ପାଇଁ ଏହି ରେକର୍ଡ କଲେ ପୀୟୂଷ ଚାୱଲା appeared first on Odisha Reporter.



from Odisha Reporter https://ift.tt/2Yw8PK3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages