ଇସ୍କନ ମନ୍ଦିର ଉପରେ ଆକ୍ରମଣ, ଜଣେ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

ଇସ୍କନ ମନ୍ଦିର ଉପରେ ଆକ୍ରମଣ, ଜଣେ ମୃତ

ଢ଼ାକା: ବାଙ୍ଗଲାଦେଶରେ ଜାରି ରହିଛି ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ। ଶୁକ୍ରବାର ଦିନ ନୋଆଖାଲି ଅଞ୍ଚଳ ସ୍ଥିତ ଏକ ଇସ୍କନ୍ ମନ୍ଦିରରେ ଭକ୍ତଙ୍କ ଉପରେ ଆକ୍ରମଣ କରିବା ସହ ଭଙ୍ଗାରୁଜା କରିଛନ୍ତି ପ୍ରାୟ ୨୦୦ରୁ ଅଧିକ ଦୁର୍ବୃତ୍ତ। ମନ୍ଦିରର ଜଣେ ସଦସ୍ୟ ପାର୍ଥ ଦାସଙ୍କୁ ଅତି ବର୍ବରତାପୂର୍ବକ ହତ୍ୟା କରାଯିବା ସହ ଶ୍ରଦ୍ଧାଳୁଙ୍କୁ ମାରପିଟ୍‌ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ପୋଖରୀରୁ ପୂଜାରୀଙ୍କ ମୃତଦେହ ଜବତ ହୋଇଛି।

ଇସ୍କନ୍ କର୍ତ୍ତୃପକ୍ଷ ନିଜେ ଏକ ଟୁଇଟ୍ ମାଧ୍ୟମରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ‘ବାଂଲାଦେଶର ନୋଆଖାଲିରେ ଇସ୍କନ ମନ୍ଦିର ଏବଂ ଭକ୍ତଙ୍କ ଉପରେ ହିଂସାତ୍ମକ ଆକ୍ରମଣ କଥା ଇସ୍କନ୍ କର୍ତ୍ତୃପକ୍ଷ ଟ୍ୱିଟ୍ କରିଛନ୍ତି। ମନ୍ଦିରରେ ଅନେକ କ୍ଷୟକ୍ଷତି ହେବା ସହ ଜଣେ ଭକ୍ତଙ୍କ ମୃତ୍ୟୁ ହୋଇଛି। ଧାର୍ମିକ ସ୍ଥଳରେ ହିଂସାକାଣ୍ଡ ଘଟାଇଥିବାରୁ ନ୍ୟାୟ ପ୍ରଦାନ ପାଇଁ ତଥା ସମସ୍ତ ହିନ୍ଦୁଙ୍କ ସୁରକ୍ଷା ଲାଗି ବାଂଲାଦେଶ ସରକାରଙ୍କୁ ନିବେଦନ କରିଛନ୍ତି ମନ୍ଦିର କର୍ତ୍ତୃପକ୍ଷ। ତେବେ ଅଭିଯୋଗ ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜେ ଶେଖ ହସିନା କହିଛନ୍ତି।

ଚଳିତ ସପ୍ତାହରେ ଦଶହରା ଅବସରରେ ବାଙ୍ଗଲାଦେଶର ଅନେକ ସ୍ଥାନରେ ଦୁର୍ଗା ପୂଜା ପଣ୍ଡାଲଙ୍କୁ ଟାର୍ଗେଟ କରାଯାଉଥିବା ଖବର ଆସିଥିଲା। କୋମିଲା ସହରର ନାନୁଆର ଡିଗି ନିକଟରେ ଥିବା ଦୁର୍ଗା ପୂଜାରେ କୁରାନର ଅପମାନ ହୋଇଥିବା ସୋସିଆଲ ମିଡିଆରେ ଖବର ପ୍ରକାଶ ପାଇଥିଲା। ଆଉ ସେବେଠାରୁ ବାଙ୍ଗଲାଦେଶରେ ହିଂସା ଆରମ୍ଭ ହୋଇଛି।

କୋମିଲା ହିଂସା ପରେ ଚାନ୍ଦପୁରର ହାଜିଗଞ୍ଜ, ଚଟଗାଁର ବଂଶଖାଲିରେ ଏବଂ କକ୍ସର ବଜାରର ପେକୁଆରେ ଭଙ୍ଗାରୁଜା ଘଟଣା ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁସାରେ ଏହି ହିଂସାକାଣ୍ଡରେ ଲୋକଙ୍କ ମୃତାହତ ଖବର ପରେ ୨୨ ଟି ଜିଲ୍ଲାରେ ପାରାମିଲିଟାରୀ ଫୋର୍ସ ମୁତୟନ କରାଯାଇଥିଲା। ଏହି ପ୍ରସଙ୍ଗରେ ଗୁରୁବାର ଭାରତ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପରିସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କୁହାଯାଇଥିଲା।

The post ଇସ୍କନ ମନ୍ଦିର ଉପରେ ଆକ୍ରମଣ, ଜଣେ ମୃତ appeared first on Odisha Reporter.



from Odisha Reporter https://ift.tt/3mXv1VO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages