ରାଜ୍ୟରେ ପୁଣି ୪୭ ଛୁଆ କରୋନା ଆକ୍ରାନ୍ତ, ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, October 15, 2021

ରାଜ୍ୟରେ ପୁଣି ୪୭ ଛୁଆ କରୋନା ଆକ୍ରାନ୍ତ, ୩ ମୃତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଧୀରେ ଧୀରେ ତଳମୁହାଁ ହେଉଛି କରୋନା ସଂକ୍ରମଣ। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୫୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୦୯ ଜଣ କ୍ୱାରେଣ୍ଟାଇନ୍‌ର ହୋଇଥିବା ବେଳେ ୧୪୯ଟି ଲୋକାଲ କେସ୍‌ ରହିଛି। ସେହିପରି ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୪୭ଟି ଛୁଆ ଅଛନ୍ତି।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୬ଟି ମାମଲା ସାମ୍ନାକୁ ଆସିଛି। ସେହିପରି ଅନୁଗୁଳରୁ ୧, ବାଲେଶ୍ୱରରୁ ୧୩, ବରଗଡରୁ ୩, ଭଦ୍ରକରୁ ୮, ବଲାଙ୍ଗିରରୁ ୪, ବୌଦ୍ଧରୁ ଜଣେ, କଟକରୁ ୧୫, ଦେଓଗଡ, ଗଞ୍ଜାମ ଓ କେନ୍ଦୁଝରରୁ ଜଣେ ଲେଖାଏଁ, ଗଜପତିରୁ୭, ଜଗତସିଂହପୁରରୁ ୮, ଯାଜପୁରରୁ ୧୧, କେନ୍ଦ୍ରାପଡାରୁ ୧୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୧, ନୟାଗଡରୁ ୩, ପୁରୀରୁ ୯, ରାୟଗଡାରୁ ୫, ସମ୍ବଲପୁରରୁ ୪, ସୋନପୁର ୨, ସୁନ୍ଦରଗଡ ୩, ଷ୍ଟେଟପୁଲରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।

ସେହିପରି ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୩ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୮୨ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦୩୪୬୩୪ରେ ପହଞ୍ଚିଛି। ସେହିପରି ୧୦୨୧୧୮୦ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୫୧୧୯ଟି ଆକ୍ଟିଭ କେସ୍‌ ରହିଛି।

The post ରାଜ୍ୟରେ ପୁଣି ୪୭ ଛୁଆ କରୋନା ଆକ୍ରାନ୍ତ, ୩ ମୃତ appeared first on Odisha Reporter.



from Odisha Reporter https://ift.tt/3n1KXWX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages