କରଞ୍ଜିଆ(ଦୀପକ କୁମାର ମହାନ୍ତ): ଜଣେ ବୃଦ୍ଧାଙ୍କୁ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଶୁକୃଳି ଅଞ୍ଚଳରେ।
ମିଳିଥିବା ସୂଚନା ଅନୁସାରେ, ଗତକାଲି ଶୁକୃଳି ସାପ୍ତାହିକ ହାଟରୁ ଜଣେ ବୃଦ୍ଧା ନିଜ ଘରକୁ ଚାଲି ଚାଲି ଯାଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍ରେ ଆସି ତାଙ୍କୁ ଲିଫ୍ଟ ଦେଇଥିଲେ। ପରେ ତାଙ୍କୁ ରରୁଆଁ ରାସ୍ତାର ଭଣ୍ଡନ ନଦୀ କୂଳକୁ ନେଇ ଯାଇଥିଲେ। ସେଠାରେ ବୃଦ୍ଧାକୁ ଗଣ ଦୁଷ୍କର୍ମ କରିବା ସହ ମାଡ଼ ମାରି ପଳାଇ ଯାଇଥିଲେ। ସେହି ରାସ୍ତା ଦେଇ କିଛି ପଥଚାରୀ ଯାଉଥିଲେ। ବୁଦ୍ଧା ଜଣଙ୍କ ସେହି ରାସ୍ତାରେ ଉଲଗ୍ନ ଅବସ୍ଥାରେ ବସି କାନ୍ଦୁଥିବାର ଦେଖି ପୁଲିସକୁ ଖବର ଦେଇଥିଲେ। ପରେ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କୁ ଶୁକୃଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିରଥିଲେ ବି ଅଧିକା ଚିକିତ୍ସା ପାଇଁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯିବ ବୋଲି ଜଣାପଡ଼ିଛି। ପୁଲିସ ଘଟଣାର ତଦନ୍ତ କରୁଛି।
The post ବୃଦ୍ଧାଙ୍କୁ ଲିଫ୍ଟ ଦେଇ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ appeared first on Odisha Reporter.
from Odisha Reporter https://ift.tt/3FV0RuX
No comments:
Post a Comment