ପିପିଲି ଭୋଟ୍ ଗଣତି: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, October 2, 2021

ପିପିଲି ଭୋଟ୍ ଗଣତି: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ସେପ୍ଟେମ୍ବର ୩୦ ତାରିଖରେ ଭୋଟ୍ ଗ୍ରହଣ କରାଯାଇଥିବା ବେଳେ ଆଜି ଚାଲିଛି ଗଣତି। ସକାଳ ୮ଟାରୁ ଗଣତି ଚାଲିଛି। ୮ଟାରୁ ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି କରାଯାଇଥିଲା। ତା’ପରେ ସାଢ଼େ ୮ଟାରୁ ଇଭିଏମ୍‌ରେ ପଡ଼ିଥିବା ଭୋଟ୍ ଗଣତି କରାଯାଉଛି।

ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହରାଥୀ ଆଗୁଆ ଥିବା ସୂଚନା ମିଳିଛି। ସେ ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ଠାରୁ ୧୪୦୬ ଖଣ୍ଡ ଭୋଟ୍‌ରେ ଆଗୁଆ ଥିବା ସୂଚନା ରହିଛି। ପ୍ରଥମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିକୁ ୪,୦୫୫ ଖଣ୍ଡ ଭୋଟ୍ ମିଳିଥିବା ବେଳେ ବିଜେପିକୁ ୨,୬୪୯ ଓ କଂଗ୍ରେସକୁ ୭୬୬ଟି ଭୋଟ୍ ମିଳିଛି।

ପୁରୀ ପେଣ୍ଠକଟା ସେଣ୍ଟରରେ ଇଭିଏମ୍‌ ପାଇଁ ଦୁଇଟି ହଲ୍‌ରେ ମୋଟ ୧୪ଟି ଟେବୁଲ୍‌ରେ ଗଣତି ଚାଲିଛି। ଏଥିପାଇଁ ୬୨ ଜଣ କର୍ମଚାରୀ ନିୟୋଜିତ ହୋଇଛନ୍ତି। ମୋଟ ୨୫ ରାଉଣ୍ଡ ଗଣତି ହେବ। ଏଥର ପିପିଲି ଉପନିର୍ବାଚନରେ ୭୮.୨୫% ଭୋଟିଂ ହୋଇଥିଲା।

The post ପିପିଲି ଭୋଟ୍ ଗଣତି: ପ୍ରଥମ ରାଉଣ୍ଡ ଶେଷ ସୁଦ୍ଧା ବିଜେଡି ଆଗୁଆ appeared first on Odisha Reporter.



from Odisha Reporter https://ift.tt/3A2g2yl

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages