କ’ଣ ଚାଷୀଙ୍କ ହତ୍ୟା ବିଜେପିର ନିର୍ବାଚନ ଖେଳ ବିଗାଡ଼ି ଦେଇଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, October 11, 2021

କ’ଣ ଚାଷୀଙ୍କ ହତ୍ୟା ବିଜେପିର ନିର୍ବାଚନ ଖେଳ ବିଗାଡ଼ି ଦେଇଛି

ନୂଆଦିଲ୍ଲୀ: ଆସନ୍ତାବର୍ଷ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହାପୂର୍ବରୁ ଲଖିମପୁର ଖେରିରେ ଚାଷୀଙ୍କ ଉପରେ ଗାଡ଼ି ମଡ଼ାଇ ହତ୍ୟା କରାଯିବା ଘଟଣା କ୍ଷମତାସୀନ ବିଜେପି ସରକାର ତଣ୍ଟିରେ କଣ୍ଟା ହୋଇ ଲାଗିଛି। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ପୁଅ ଆଶିଷ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ।

ତାଙ୍କୁ ପୁଲିସ୍‌ ଗିରଫ ମଧ୍ୟ କରିଛି। ଏହା ଦଳର ଛବି ଉପରେ ପ୍ରଭାବ ପକାଇଥିବା ଆଶଙ୍କା କରାଯାଉଛି। ଏସବୁ ଭିତରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦିଲ୍ଲୀରେ ବିଜେପି ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ କରାଯାଇଛି। ଦୀର୍ଘ ୪ ଘଣ୍ଟା ଧରି ଚାଲିଥିବା ଏହି ବୈଠକରେ ଚାଷୀ ହତ୍ୟା କଳଙ୍କରୁ ଦଳ ମୁକୁଳି କେମିତି ଲୋକଙ୍କ ମନରେ ବିଶ୍ୱାସ ସୃଷ୍ଟି କରିବ, ତା’ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବି ଏବେ ତୀବ୍ର ହେବାରେ ଲାଗିଛି। ଗତକାଲି କଂଗ୍ରେସ କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସାରା ଦେଶରେ ମୌଦବ୍ରତ କରିଥିଲା। ଅଜୟ ମିଶ୍ରଙ୍କ ଇସ୍ତଫା ସମ୍ପର୍କରେ ମଧ୍ୟ ବିଜେପି ପକ୍ଷରୁ ଆୟୋଜିତ ରୁଦ୍ଧଦ୍ୱାର ବୈଠକରେ ଆଲୋଚନା କରାଯାଇଛି।

ସଂଗଠନର ଜାତୀୟ ସାଧାରଣ ସମ୍ପାଦକ ବିଏଲ୍ ସନ୍ତୋଷ, ୟୁପି ଇନଚାର୍ଜ ରାଧା ମୋହନ ସିଂହ, ୟୁପି ନିର୍ବାଚନ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ର ପ୍ରଧାନ, ୟୁପି ବିଜେପି ସଭାପତି ସ୍ୱତନ୍ତ ଦେବ, ରାଜ୍ୟ ବିଜେପି ସାଂଗଠନିକ ସମ୍ପାଦକ ସୁନୀଲ ବନସଲ ପ୍ରମୁଖ ଏ ସମ୍ପର୍କରେ ଦଳର ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ କଥା ହୋଇଛନ୍ତି।

ନିର୍ବାଚନ ରଣନୀତି ବ୍ୟତୀତ ବୈଠକରେ ଲଖିମପୁର ଖେରି ହିଂସା ଘଟଣାର ପ୍ରଭାବ ଦଳ ଉପରେ କ’ଣ ପଡ଼ିଛି, ସେ ବିଷୟରେ ମଧ୍ୟ ଆଲୋଚନା ହୋଇଛି। ଆଗକୁ କେମିତି ଏଥରୁ ଦଳ ମୁକୁଳିବ ଓ ଚାଷୀ ସମାଜକୁ ଖୁସି କରିବ, ସେନେଇ ରଣନୀତି ପ୍ରସ୍ତୁତ କରାଯାଇଛି।

ତେବେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ର ବର୍ତ୍ତମାନ ସମୟରେ ନିଜ ପଦରୁ ଇସ୍ତଫା ଦେବେନାହିଁ। ଗତ ସପ୍ତାହରେ ସେ ତାଙ୍କ ବସ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଥିଲେ। ଏହି ସମୟରେ ସେ ଶାହଙ୍କୁ ପୂରା ଘଟଣା ବିଷୟରେ ତଥ୍ୟ ଦେଇଥିଲେ। ଘଟଣା ବେଳେ ସେ କିମ୍ବା ତାଙ୍କ ପୁଅ ସେଠାରେ ଉପସ୍ଥିତ ନଥିବା ମଧ୍ୟ ଅବଗତ କରାଇଥିଲେ।

ଏହା ଶୁଣିବା ପରେ ଶାହ ତାଙ୍କୁ ଇସ୍ତଫା ଦେବାର ଆବଶ୍ୟକ ନଥିବା କହିଛନ୍ତି। କିନ୍ତୁ ଆଗକୁ ତଦନ୍ତ ବେଳେ ଯଦି କିଛି ପ୍ରମାଣ ଆଶିଷ କିମ୍ବା ଅଜୟଙ୍କ ବିରୋଧରେ ଆସିବ, ତା’ହେଲେ ଦଳ ପରବର୍ତ୍ତୀ ପଦକ୍ଷେପ ନେବ ବୋଲି କୁହାଯାଉଛି। ଏସବୁ ପ୍ରସଙ୍ଗ ମଧ୍ୟ ୪ ଘଣ୍ଟା ଧରି ଚାଲିଥିବା ବିଜେପିର ବୈଠକରେ ଆଲୋଚନା କରାଯାଇଛି। ଦରକାର ପଡ଼ିଲେ ଦଳ ନିଜର ଛବି ସୁଧାରିବା ପାଇଁ ଅଜୟ ମିଶ୍ରଙ୍କ କେନ୍ଦ୍ରମନ୍ତ୍ରୀ ପଦର ବଳି ମଧ୍ୟ ଚଢ଼ାଇପାରେ।

ସେହିପରି ଆଶିଷ ମିଶ୍ରଙ୍କ ଗିରଫଦାରୀରେ ପୁଲିସ୍‌ ବିଳମ୍ବ କରିଥିବାରୁ ଚାଷୀଙ୍କୁ ଏହା କ୍ରୋଧିତ କରିଛି। ପାର୍ଟି ପାଇଁ ଏବେ ଗୋଟିଏ ପଟେ କୃଷକ ସମାଜ ରହିଥିବା ବେଳେ ଅନ୍ୟପଟେ ବ୍ରାହ୍ମଣ ସମାଜ ଚ୍ୟାଲାଞ୍ଜ ଭାବେ ଉଭା ହୋଇଛନ୍ତି। ୟୁପି ଜନସଂଖ୍ୟାର ୧୧% ହେଉଛନ୍ତି ବ୍ରାହ୍ମଣ।

ତେଣୁ ଦଳ ଉକ୍ତ ସମାଜକୁ ଛାଡ଼ିବା ମୁଡରେ ନାହିଁ। ଅଜୟ ମିଶ୍ର ଓ ତାଙ୍କ ପୁଅ ଆଶିଷ ବ୍ରାହ୍ମଣ ସମ୍ପ୍ରଦାୟର। ବ୍ରାହ୍ମଣ ସମାଜ ୟୁପି ରାଜନୀତିରେ ଗେମ ଚେଞ୍ଜର ସାବ୍ୟସ୍ତ ହୋଇଥାଆନ୍ତି। ତେଣୁ ବିଜେପି କେମିତି ଲଖିମପୁର ଖେରି ହିଂସକୁ ହ୍ୟାଣ୍ଡେଲ କରିବ, ତା’ ଉପରେ ସମସ୍ତଙ୍କ ନଜର ରହିଛି।

The post କ’ଣ ଚାଷୀଙ୍କ ହତ୍ୟା ବିଜେପିର ନିର୍ବାଚନ ଖେଳ ବିଗାଡ଼ି ଦେଇଛି appeared first on Odisha Reporter.



from Odisha Reporter https://ift.tt/3mIVEhg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages