ଜଗତଜନନୀ ମା’ ଦୁର୍ଗା ହେଉଛନ୍ତି ଶକ୍ତିର ପ୍ରତୀକ । ଅସତ୍ୟ ଉପରେ ସତ୍ୟର ବିଜୟ। ମା’ଙ୍କ ମୃଣ୍ମୟୀ ମୂର୍ତ୍ତିଙ୍କୁ ସାଧାରଣତଃ ପୁରୁଷ କରିଗରମାନେ ନିଜ ତୁଳୀରେ ଶେଷ ସ୍ପର୍ଶ ଦେଇଥାନ୍ତି। ହେଲେ ଝାଡ଼ଖଣ୍ଡରେ ଏପରି ଜଣେ ମହିଳା କାଗିଗର ଅଛନ୍ତି, ଯେ ନିଜ ହାତରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତିଙ୍କୁ ତିଆରି କରିବା ସହ ତାକୁ ଶେଷ ସ୍ପର୍ଶ ବି ଦେଇଥାନ୍ତି। ବିଗତ ବହୁ ବର୍ଷ ଧରି ଏହାକୁ ନିଜ ବେଉସା ଭାବେ ଗ୍ରହଣ କରିଥିବା ଝାଡ଼ଖଣ୍ଡର ମାଧବୀ ପାଲ ଏବେ ଜଣେ ଜଣାଶୁଣା ମୂର୍ତ୍ତି କାରିଗର। ସେ ଝାଡ଼ଖଣ୍ଡର ପ୍ରଥମ ମହିଳା ମୂର୍ତ୍ତି କାରିଗର ବୋଲି ଜଣାପଡ଼ିଛି।
କେବଳ ମା’ ଦୁର୍ଗାଙ୍କ ମୂର୍ତ୍ତି ନୁହେଁ ଏହାବାଦ ପ୍ରଭୁ ଗଣେଶ, ଦେବୀ ସରସ୍ୱତୀଙ୍କ ସମେତ ଆହୁରି ବହୁ ମୂର୍ତ୍ତିକୁ ସେ ବେଶ୍ ଆକର୍ଷଣୀୟ କରି ଗଢ଼ି ତୋଳନ୍ତି ମାଧବୀ। ମାଧବୀଙ୍କ ସ୍ୱାମୀ ଜଣେ ଜଣାଶୁଣା ମୂର୍ତ୍ତି କାରିଗର ହୋଇଥିବା ବେଳେ ୨୦୧୨ ମସିହାରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା। ଫଳରେ ମାଧବୀଙ୍କ ମୁଣ୍ଡରେ ଆକାଶ ଛିଣ୍ଡି ପଡ଼ିଥିଲା।
ମାଟିକୁ ମୂର୍ତ୍ତିର ରୂପ ଦେବା କିଛି ସହଜ କାମ ହୋଇ ନ ଥିବା ବେଳେ ପରିବାର ଚଳାଇବାକୁ ମାଧବୀ କିନ୍ତୁ ଏହାକୁ ପେସା ଭାବେ ଗ୍ରହଣ କରିବାକୁ ମନସ୍ଥ କଲେ। ପରିବାର ପ୍ରତିପୋଷଣ କିପରି କରିବେ ସେହି ଚିନ୍ତାରେ ଘାରି ହେଉଥିଲେ ମାଧବୀ । ଶେଷରେ ସ୍ୱାମୀଙ୍କ ବେଉସାକୁ ଆଗକୁ ବଢ଼ାଇବାକୁ ମନସ୍ଥ କଲେ। ଏଥିନିମନ୍ତେ ମାଧବୀଙ୍କୁ ପ୍ରଥମେ ପ୍ରଥମେ ଖୁବ୍ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା।
ସ୍ୱାମୀଙ୍କ ନିକଟରେ କାମ କରୁଥିବା କର୍ମଚାରୀ ମାଧବୀଙ୍କ ଉପରେ ଭରସା କରି ନ ପାରିଥିଲେ । କାଳେ ମାଧବୀ ଦରମା ଦେଇପାରିବେନି, ସେହି ଆଶଙ୍କାରେ ସେମାନେ କାମ ଛାଡ଼ି ପଳାଇଲେ। ହେଲେ ବିଭିନ୍ନ ଅସୁବିଧା ସତ୍ତ୍ୱେ ସେବେଠୁ ହାର ମାନି ନ ଥିଲେ ମାଧବୀ । ଅବଶିଷ୍ଟ କର୍ମଚାରୀଙ୍କ ସହ କାମ ଆରମ୍ଭ କରିଥିବା ମାଧବୀ ଏବେ ଝାଡ଼ଖଣ୍ଡର ଜଣେ ଜଣାଶୁଣା ମୂର୍ତ୍ତି କାରିଗର। ବଞ୍ଚିଥିବା ପର୍ଯ୍ୟନ୍ତ ସ୍ୱାମୀଙ୍କୁ ବ୍ୟବସାୟକୁ ଆଗକୁ ନେବା ସହ ମୂର୍ତ୍ତି ବ୍ୟବସାୟ କରିବା ବୋଲି ମନସ୍ଥ କରିଥିବା କହିଛନ୍ତି ମାଧବୀ।
The post ମୂର୍ତ୍ତି କାରିଗର ମାଧବୀ: ମା’ ଜଗତ୍ଜନନୀଙ୍କୁ ଦେଉଛନ୍ତି ଶେଷ ସ୍ପର୍ଶ appeared first on Odisha Reporter.
from Odisha Reporter https://ift.tt/3as25PV
No comments:
Post a Comment